Advertisment

ବିଲରେ ଗୀତ ଗାଉଥିବା ଦମ୍ପତ୍ତିଙ୍କ ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ସୋଶାଲ୍‌ ମିଡ଼ିଆରେ ଜଣେ ଚାଷୀ ଦମ୍ପତ୍ତିଙ୍କ ଭିଡ଼ିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦମ୍ପତ୍ତି ଜଣଙ୍କ ବିଲରେ କାମ କରୁଥିବା ବେଳେ କିଛି ଅବସର ସମୟ ପାଇ ଗୀତ ଗାଉଛନ୍ତି। ୧୯୬୨ମସିହାର ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ରଫେସର’ର ଲୋକପ୍ରିୟ ଗୀତ ‘ଆୱାଜ୍‌ ଦେକେ ହମେ ତୁମ୍‌ ବୁଲାଓ’ ଗୀତକୁ ଦୁହେଁ ବେଶ୍‌ ସୁନ୍ଦର ଭାବେ ଗାଇଛନ୍ତି।  ସ୍ୱାମୀ ସ୍ତ୍ରୀ ଦୁହେଁ ଲତା ମଙ୍ଗେସ୍କର୍‌ ଏବଂ ମହୋମ୍ମଦ ରଫିଙ୍କ ଗୀତକୁ ନିଜ ଅନ୍ଦାଜ୍‌ରେ ଗାଉଛନ୍ତି। […]

ବିଲରେ ଗୀତ ଗାଉଥିବା ଦମ୍ପତ୍ତିଙ୍କ ଭିଡ଼ିଓ ଭାଇରାଲ୍‌

po

Advertisment

ନୂଆଦିଲ୍ଲୀ: ସୋଶାଲ୍‌ ମିଡ଼ିଆରେ ଜଣେ ଚାଷୀ ଦମ୍ପତ୍ତିଙ୍କ ଭିଡ଼ିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦମ୍ପତ୍ତି ଜଣଙ୍କ ବିଲରେ କାମ କରୁଥିବା ବେଳେ କିଛି ଅବସର ସମୟ ପାଇ ଗୀତ ଗାଉଛନ୍ତି। ୧୯୬୨ମସିହାର ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ରଫେସର’ର ଲୋକପ୍ରିୟ ଗୀତ ‘ଆୱାଜ୍‌ ଦେକେ ହମେ ତୁମ୍‌ ବୁଲାଓ’ ଗୀତକୁ ଦୁହେଁ ବେଶ୍‌ ସୁନ୍ଦର ଭାବେ ଗାଇଛନ୍ତି।  ସ୍ୱାମୀ ସ୍ତ୍ରୀ ଦୁହେଁ ଲତା ମଙ୍ଗେସ୍କର୍‌ ଏବଂ ମହୋମ୍ମଦ ରଫିଙ୍କ ଗୀତକୁ ନିଜ ଅନ୍ଦାଜ୍‌ରେ ଗାଉଛନ୍ତି। ଯାହା ଲୋକମାନଙ୍କୁ ବେଶ୍‌ ପସନ୍ଦ ଆସିଛି।

Advertisment

ଏପର୍ଯ୍ୟନ୍ତ ଟ୍ୱିଟରରେ ଏହି ଭିଡ଼ିଓକୁ ୪୧ହଜାର ଲୋକ ଦେଖିସାରିଲେଣି। ଏହି ଭିଡ଼ିଓରେ କିଛି ଲୋକ ଏମିତି ପ୍ରତିଭାକୁ ସର୍ବସମ୍ମୁଖକୁ ଆଣିବା ଆବଶ୍ୟକ ବୋଲି କହିଥିବା ବେଳେ କିଛି ଲୋକ ଏହି ଯୋଡିଙ୍କ ପାଖରେ ଇଶ୍ୱର ପ୍ରଦତ୍ତ ଗୁଣ ରହିଛି ଯାହାକୁ ନେଇ ସେ ଆଗକୁ କାମ କରିବା ଆବଶ୍ୟକ ବୋଲି କହିଛନ୍ତି।

ଏହି ଭିଡ଼ିଓକୁ ଜିତେନ୍ଦ୍ର ଏସ୍‌ ଜୋରାୱତ୍‌ ନାମକ ଏକ ଟ୍ୱିଟର ବ୍ୟବହାରକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଥିଲେ। ଭିଡ଼ିଓ ଶେଆର କରି ଜିତେନ୍ଦ୍ର ଲେଖିଛନ୍ତି, ଯେତେବେଳେ ଟିକେ ଅବସର ସମୟ ମିଳେ କୃଷକ ଭାଇମାନେ କ୍ଷେତରେ ଏମିତି ମସ୍ତି କରନ୍ତି। ଏହି ଯୋଡି ଯେମିତି ସୁନ୍ଦର ଢଙ୍ଗରେ ଗାଉଛନ୍ତି ସେଇଟା ନିହାତି ପ୍ରଶଂସା ଯୋଗ୍ୟ।

Advertisment

ଜିତେନ୍ଦ୍ରଙ୍କ ଏହି ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ଜଣେ ଟ୍ୱିଟର ବ୍ୟବହାରକାରୀ, ଭାରତକୁ ଗୋଟେ ନୂଆ ପ୍ରତିଭା ମିଳିଛି। ଦୁହିଁଙ୍କ କଣ୍ଠରେ ସରସ୍ୱତୀ ଅଛନ୍ତି ବୋଲି ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe