p11
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ସେମିଫାଇନାଲ୍କୁ ଯିବା ପରଠୁ ଯେମିତି କ୍ରିକେଟ୍ ଜ୍ୱରରେ ଆକ୍ରାନ୍ତ ହୋଇପଡ଼ିଛି ସାରା ଭାରତ। ସୋଶାଲ୍ ମିଡିଆରେ ଛାଇଗଲାଣି ଟିମ୍ ଇଣ୍ଡିଆ ପାଇଁ ପ୍ରସ୍ତୁତ ଶହ ଶହ ଚିଅର୍ଅଫ୍ ସଙ୍ଗ। ମିଶନ୍ ଫାଇନାଲ୍ ପାଇଁ ବିରାଟ୍ ବାହିନୀ ଆଗରେ କିଓ୍ୱି ଚ୍ୟାଲେଞ୍ଜ ରହିଛି। ଏହା ପୂର୍ବରୁ ସୋଶାଲ୍ ମିଡିଆରେ ଧୁମ୍ ମଚାଇଛି କିଛି ଚର୍ଚ୍ଚିତ ଚିଅର୍ଅପ୍ ସଙ୍ଗ।
ଟିମ୍ ଇଣ୍ଡିଆକୁ ଚିଅର୍ଅପ୍ କରିବା ପାଇଁ ବଲିଉଡ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ନୂଆ ଅନ୍ଦାଜରେ ଗୀତ ଗାଇଛନ୍ତି। ‘ଓ୍ୱାର୍ଲଡକପ୍ ହମାରା ହୈ’ ଏବଂ 'ବନ୍ଦେ ମାତରମ୍' ଭିଡିଓ ବିରାଟ ବାହିନୀର ଜୋସ୍ ବଢ଼ାଉଥିବା ବେଳେ ଅଭିଜିତ୍ଙ୍କ ଏହି ଚିଅର୍ଅପ୍ ଗୀତରେ କ୍ରିକେଟ୍ ପ୍ରେମୀ ଏବେ ବାଇଆ ହୋଇଯାଇଛନ୍ତି।
/odisha-reporter/media/post_attachments/wp-content/uploads/2019/07/p21-1.jpg)
ଗୀତରେ ଗୀତରେ ଯେମିତି କ୍ରିକେଟ୍ ଜ୍ୱରରେ କମ୍ପୁଛି ସାରା ଭାରତ। ଫେସ୍ବୁକ୍, ୟୁଟ୍ୟୁବ୍, ହ୍ୱାଟ୍ସ୍ଅପ୍, ଟିକ୍ଟକ୍ ସବୁ ଫର୍ମାଟ୍ରେ ଏହି ଗୀତ ଭାଇରାଲ୍ ହେଇ ଚାଲିଛି। କ୍ରିକେଟ୍ ସହ ଦେଶପ୍ରେମକୁ ଯୋଡ଼ି ‘ଜିତ୍ ଇଣ୍ଡିଆ ଜିତ୍’ ଲିରିକ୍ସରେ ଆନ୍ଥେମ ବି ପ୍ରସ୍ତୁତ ହୋଇଛି। ‘ଫିର ଭି ଦିଲ ହୈ ହିନ୍ଦୁସ୍ତାନୀ’ ଗୀତରେ ଭାରତୀୟ ଟିମ୍ର ଜୋସ୍ ବଢ଼ାଇବା ପାଇଁ ଫ୍ୟାନ୍ମାନେ ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି।
ଖାଲି ହିନ୍ଦୀ ନୁହେଁ, ଭିନ୍ନ ଭିନ୍ନ ଭାଷାରେ ମଧ୍ୟ ଫ୍ୟାନ୍ମାନେ ଭିଡିଓ ପ୍ରସ୍ତୁତ କରିଛନ୍ତି। ଓଡ଼ିଆ କ୍ରିକେଟ୍ ପ୍ରେମୀ ବି ଏଥିରୁ ପଛରେ ପଡ଼ିନାହାନ୍ତି। ଏ ଧାରାରେ ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ଗୀତରେ ଓ୍ୱାର୍ଲଡ କପ୍ ସହ ଦେଶର ସମ୍ମାନକୁ ଯୋଡ଼ିଛନ୍ତି ଗୀତିକାର, ଆଉ ଅନ୍ୟପଟେ ପାଶ୍ଚାତ୍ୟ ଓ ଶାସ୍ତ୍ରୀୟ ନୃତ୍ୟର ଫ୍ୟୁଜନ୍ରେ ପ୍ରସ୍ତୁତ ଭିଡିଓ ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/p11.jpg)