Advertisment

ମାଆଙ୍କ ପାଇଁ ନିଆରା ଢଙ୍ଗରେ ବର ଖୋଜିଲେ ଝିଅ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଗୋଟେ ଟ୍ୱିଟ୍‌ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଟ୍ୱିଟ୍‌ରେ ଝିଅ ତା ମାଆଙ୍କ ପାଇଁ ବର ଖୋଜିବା ଜଣାପଡିଛି। ଆସ୍ଥା ବର୍ମା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ମାଆଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଫଟୋ କ୍ୟାପସନ୍‌ରେ ସେ ଲେଖିଛନ୍ତି- ମୋ ମାଆଙ୍କ ପାଇଁ ଜଣେ ୫୦ବର୍ଷୀୟ ହ୍ୟାଣ୍ଡସମ୍‌ ବ୍ୟକ୍ତିଙ୍କୁ ଖୋଜୁଛି। ସେ ଶାକାହାରୀ ହୋଇଥିବେ, ମଦ୍ୟପାନ କରୁନଥିବେ, ଏବଂ ପ୍ରତିଷ୍ଠିତ ହୋଇଥିବେ। ତେବେ ଅସ୍ଥାଙ୍କ ଏହି ଟ୍ୱିଟ୍‌ରେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ମାଆଙ୍କ ପାଇଁ ନିଆରା ଢଙ୍ଗରେ ବର ଖୋଜିଲେ ଝିଅ

as

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଗୋଟେ ଟ୍ୱିଟ୍‌ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଟ୍ୱିଟ୍‌ରେ ଝିଅ ତା ମାଆଙ୍କ ପାଇଁ ବର ଖୋଜିବା ଜଣାପଡିଛି। ଆସ୍ଥା ବର୍ମା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ମାଆଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଫଟୋ କ୍ୟାପସନ୍‌ରେ ସେ ଲେଖିଛନ୍ତି- ମୋ ମାଆଙ୍କ ପାଇଁ ଜଣେ ୫୦ବର୍ଷୀୟ ହ୍ୟାଣ୍ଡସମ୍‌ ବ୍ୟକ୍ତିଙ୍କୁ ଖୋଜୁଛି। ସେ ଶାକାହାରୀ ହୋଇଥିବେ, ମଦ୍ୟପାନ କରୁନଥିବେ, ଏବଂ ପ୍ରତିଷ୍ଠିତ ହୋଇଥିବେ।

Advertisment

ତେବେ ଅସ୍ଥାଙ୍କ ଏହି ଟ୍ୱିଟ୍‌ରେ ଯେତେବେଳେ କିଛି ବ୍ୟକ୍ତି ଏଥିପାଇଁ ସେ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ ବ୍ୟବହାର କରିବା ନେଇ ପରାମର୍ଶ ଦେଲେ, ସେତେବେଳେ ଆସ୍ଥା ସବୁ କିଛି ଚେଷ୍ଟା କରିବା ପରେ ବିଫଳ ରହିବା କଥା କହିଥିଲେ।

ତେଣୁ ସେ ଟ୍ୱିଟରର ସାହାଯ୍ୟ ନେଉଛନ୍ତି ବୋଲି କହିଛନ୍ତି।

https://twitter.com/AasthaVarma/status/1189915673897529345

ଅକ୍ଟୋବର ୩୧ ତାରିଖ ଦିନ ଆସ୍ଥା ଏହି ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌ ପାଇଁ ଲୋକମାନେ ଆସ୍ଥାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ଋଢିବାଦୀ ସମାଜରେ ଆସ୍ଥାଙ୍କର ଏଭଳି ପ୍ରୟାସକୁ ନେଇ ଲୋକମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ଆସ୍ଥାଙ୍କର ଏହି ଟ୍ୱିଟ୍‌ରେ ଏପର୍ଯ୍ୟନ୍ତ ୩୨ ହଜାରରୁ ଅଧିକ ଲାଇକ୍‌ ମିଳିସାରିଥିବା ବେଳେ ୬ ହଜାରରୁ ଅଧିକ ଲୋକ ଏଥିରେ ରିପ୍ଲାଏ ଦେଇଛନ୍ତି।

Advertisment