Advertisment

‘ବିଦ୍ୟୁତ ନୁହେଁ, ରାଘବ ଚଢ଼ା ଦରକାର’

ନୂଆଦିଲ୍ଲୀ: ମୋତେ ବିଦ୍ୟୁତ ଦରକାର ନାହିଁ। ରାଘବ ଚଢ଼ା ଦରକାର। ସୋଶାଲ ମିଡିଆରେ ଜଣେ ମହିଳା ଟ୍ୱିଟର ୟୁଜର ଏପରି ଟ୍ୱିଟ୍ କରିଥିଲେ। ଯାହାକି ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯଦିଓ ଯେଉଁ ଯୁବତୀଙ୍କ ଆକାଉଣ୍ଟରୁ ଏପରି ଟ୍ୱିଟ୍ ହୋଇଛି ତାଙ୍କର ପ୍ରୋଫାଇଲ ବାବଦରେ ଅଧିକ ସୂଚନା ମିଳିପାରି ନାହିଁ। ନିକଟରେ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ କ୍ଷମତାକୁ ଆସିଲେ ଆମ୍ ଆଦମୀ ପାର୍ଟି ମାଗଣାରେ ବିଦ୍ୟୁତ ସେବା ଯୋଗାଇବ ବୋଲି ଘୋଷଣା କରିଛି। ରାଘବ […]

ଅଦ୍ୟତନ ହୋଇଛି
ହରଭଜନ, ରାଘବଙ୍କ ସମେତ ୪ ଜଣ ଯିବେ ରାଜ୍ୟସଭା  

raghab-chadha

Advertisment

ନୂଆଦିଲ୍ଲୀ: ମୋତେ ବିଦ୍ୟୁତ ଦରକାର ନାହିଁ। ରାଘବ ଚଢ଼ା ଦରକାର। ସୋଶାଲ ମିଡିଆରେ ଜଣେ ମହିଳା ଟ୍ୱିଟର ୟୁଜର ଏପରି ଟ୍ୱିଟ୍ କରିଥିଲେ। ଯାହାକି ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯଦିଓ ଯେଉଁ ଯୁବତୀଙ୍କ ଆକାଉଣ୍ଟରୁ ଏପରି ଟ୍ୱିଟ୍ ହୋଇଛି ତାଙ୍କର ପ୍ରୋଫାଇଲ ବାବଦରେ ଅଧିକ ସୂଚନା ମିଳିପାରି ନାହିଁ। ନିକଟରେ ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ କ୍ଷମତାକୁ ଆସିଲେ ଆମ୍ ଆଦମୀ ପାର୍ଟି ମାଗଣାରେ ବିଦ୍ୟୁତ ସେବା ଯୋଗାଇବ ବୋଲି ଘୋଷଣା କରିଛି। ରାଘବ ଚଢ଼ା ହେଉଛନ୍ତି ଆମ୍ ଆଦାମୀ ପାର୍ଟିର ନେତା। ତେଣୁ ଏହି ମର୍ମରେ ବିଦ୍ୟୁତ ଦରକାର ନାହିଁ ବରଂ ରାଘବ ଚଢ଼ା ଦରକାର ବୋଲି ଯୁବତୀଙ୍କ ଟ୍ୱିଟରୁ ଜଣାପଡ଼ୁଛି।

Advertisment

ଆପର ଏହି ଯୁବ ନେତା ରାଘବ ଚଢ଼ା ହେଉଛନ୍ତି ରାଜିନ୍ଦର ନଗରର ବିଧାୟକ। ଏଥିସହ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ। ଯେଉଁ ମହିଳା ଏପରି ଟ୍ୱିଟ୍ କରିଛନ୍ତି ତାଙ୍କ ନାମ କିର୍ତ୍ତୀ ଠାକୁର। ହେଲେ ଏହା ଫେକ୍ ଆକାଉଣ୍ଟ କି ଅରିଜିନିଲ ତାହା ସ୍ପଷ୍ଟ ହୋଇନାହିଁ। କିର୍ତ୍ତୀ ଠାକୁର ଟ୍ୱିଟ୍ କରିବା ପରେ ରାଘବ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯେଉଁଥିରେ ସେ ଯୁବତୀଙ୍କ ଟ୍ୱିଟ୍ ପୋଷ୍ଟର ସ୍କ୍ରିନ୍ ଶଟ୍ ଶେଆର୍ କରିଛନ୍ତି। ଆଉ ଲେଖିଛନ୍ତି, ମୁଁ ନିର୍ବାଚନୀ ପ୍ରତିଶ୍ରୁତି ଭିତରେ ନାହିଁ, କିନ୍ତୁ ମାଗଣାରେ ବିଦ୍ୟୁତ୍ ସେବା ରହିଛି।

https://twitter.com/raghav_chadha/status/1421351366799159296?s=20

ସୂଚନାଯୋଗ୍ୟ, ପଞ୍ଜାବରେ ଯଦି ଦଳ କ୍ଷମତାକୁ ଆସେ ତେବେ ପ୍ରତ୍ୟେକ ପରିବାରକୁ  ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ଏବଂ ପୂର୍ବ ବିଦ୍ୟୁତ୍ ବିଲରେ ରିହାତି ମିଳିବ ବୋଲି ଆମ୍ ଆଦମୀ ପାର୍ଟି ପ୍ରତିଶୃତି ଦେଇଛି। ରାଘବ ଚଢାଙ୍କ ଟ୍ୱିଟ୍ ପରେ ସୋଶାଲ ମିଡିଆ ୟୁଜର ଅରୁଣ ଶୁକ୍ଲା ପଚାରିଛନ୍ତି ଦିଲ୍ଲୀରେ ପ୍ରବଳ ବର୍ଷା ଏବଂ ବର୍ଷା ପରେ ରାସ୍ତା ଫାଟି ଆଁ ହୋଇଛି। ଏହାର ଉତ୍ତର ଦେବାକୁ ରାଘବଙ୍କୁ ସେ ଅନୁରୋଧ କରିଛନ୍ତି। ଏଥିସହ ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଜଳବନ୍ଦୀ ହୋଇଥିଲା। ତାର ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି ଏହି ୟୁଜର। ସେହିପରି ସମସ୍ତଙ୍କୁ ବିଦ୍ୟୁତ୍ ମାଗଣାରେ ଦେବା ପାଇଁ ବଜେଟ୍ କେଉଁଠୁ ଆସିବ ବୋଲି ଆଉ ଜଣେ ପଚାରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe