Advertisment

ବୁଢ଼ୀ ମା’ଙ୍କ ଅର୍ଡର ଶୁଣି କନଫ୍ୟୁଜ୍‌ ହୋଇଗଲା ଆଲେକ୍ସା

ଆଜିକାଲି ସୋଶାଲ ମିଡିଆରେ ଧୁମ୍‌ ମଚାଇଛନ୍ତି ଜଣେ ବୟସ୍କା ମହିଳା। ମହିଳାଙ୍କ  କାରନାମା ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ମହିଳାଜଣକ ଘରେ ଥିବା ଆଲେକ୍ସାକୁ ଏପରି ଅର୍ଡର ଦେଉଛନ୍ତି ଯେ ବିଚରା ଆଲେକ୍ସା କନଫ୍ୟୁଜ ହୋଇଯାଉଛି। ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ଆଲେକ୍ସା ଦେଖିବାକୁ ମିଳୁଛି। ଆଲେକ୍ସା ମୁଖ୍ୟତଃ ଘର ଲୋକ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଘରେ ଥିବା ବିଭିନ୍ନ ସ୍ମାର୍ଟ ଡିଭାଇସ୍‌କୁ ବି କଣ୍ଟ୍ରୋଲ କରିଥାଏ। ହେଲେ  ମହିଳାଜଣକ ଏପରି […]

author-image
Niharika Rout
ଅଦ୍ୟତନ ହୋଇଛି
ବୁଢ଼ୀ ମା’ଙ୍କ ଅର୍ଡର ଶୁଣି କନଫ୍ୟୁଜ୍‌ ହୋଇଗଲା ଆଲେକ୍ସା

alexa

ଆଜିକାଲି ସୋଶାଲ ମିଡିଆରେ ଧୁମ୍‌ ମଚାଇଛନ୍ତି ଜଣେ ବୟସ୍କା ମହିଳା। ମହିଳାଙ୍କ  କାରନାମା ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ମହିଳାଜଣକ ଘରେ ଥିବା ଆଲେକ୍ସାକୁ ଏପରି ଅର୍ଡର ଦେଉଛନ୍ତି ଯେ ବିଚରା ଆଲେକ୍ସା କନଫ୍ୟୁଜ ହୋଇଯାଉଛି।

Advertisment

ଆଜିକାଲି ପ୍ରାୟତଃ ସମସ୍ତଙ୍କ ଘରେ ଆଲେକ୍ସା ଦେଖିବାକୁ ମିଳୁଛି। ଆଲେକ୍ସା ମୁଖ୍ୟତଃ ଘର ଲୋକ ପଚାରୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଘରେ ଥିବା ବିଭିନ୍ନ ସ୍ମାର୍ଟ ଡିଭାଇସ୍‌କୁ ବି କଣ୍ଟ୍ରୋଲ କରିଥାଏ। ହେଲେ  ମହିଳାଜଣକ ଏପରି ଅର୍ଡର ପରେ ଅର୍ଡର ଦେଇଚାଲିଲେ ଯେ, ବାଟବଣା ହୋଇଗଲା ଆଲେକ୍ସା। ଏପରିକି ସବୁବେଳେ ଫଟାଫଟ ଉତ୍ତର ଦେଉଥିବା ଏହି ସ୍ମାର୍ଟ ଡିଭାଇସ ବ ଟିକେ ଅଟକିଗଲା।

ଭାଇରାଲ ହୋଇଥିବା ଭିଡିଓରେ ବୁଢ଼ି ମା’ଜଣକ ଆଲେକ୍ସାକୁ ପ୍ରଭୁ ଗଣେଶଙ୍କ ସବୁ ଭଜନ, ମନ୍ତ୍ର ବଜାଇବାକୁ କହିଲେ। ହେଲେ ଏହା ଶୁଣି ଆଲେକ୍ସାର ଅକଲ ଗୁଡମ ହୋଇଗଲା। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଥିବା ବେଳେ ଲୋକେ ବି ଏହାକୁ ବାର ବାର ଦେଖୁଛନ୍ତି।

Advertisment

ଦାଦୀଙ୍କ ଏହି ଭିଡିଓକୁ  ଇନଷ୍ଟାଗ୍ରାମ୍‌ରେ 'lifeneedsaholiday' ଆକାଉଣ୍ଟରୁ ଶେଆର କରାଯାଇଛି। ଏହାକୁ ୮୦ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ଏପରିକି ବହୁ ୟୁଜର୍ସ ଖୁବ୍‌ ମଜେଦାର କମେଣ୍ଟ ବି ଦେବାରେ ଲାଗିଛନ୍ତି। କେହି କେହି ବୁଢ଼ି ମା’ ବହୁତ୍‌ ସୁଇଟ ବୋଲି ଲେଖୁଥିବା ବେଳେ କେହି କେହି ସବୁ ବୁଢ଼ି ମା’ ଏହିପରି ବୋଲି କମେଣ୍ଟ କରିଛନ୍ତି।

Viral Video