Advertisment

ଭିଡିଓ ଦେଖନ୍ତୁ, ଘରେ ନିଜେ ନିଜର ଚୁଟି କାଟନ୍ତୁ...

ନୂଆଦିଲ୍ଲୀ: କରୋନା ଭୂତାଣୁ ଲକଡାଉନ ଲାଗି ଲୋକେ ଘରେ ରହି ଡିଆଇଓ୍ୱାଇ ଅର୍ଥାତ୍ ଡୁ-ଇଟ୍-ୟୋରସେଲ୍ଫ ଫଣ୍ଡାରେ ନିଜ କାମ ନିଜେ କରିବା ଶିଖିଲେ। ଲକଡାଉନ କଟକଣା ଯୋଗୁ ସବୁକିଛି ବନ୍ଦ ଥିବାବେଳେ ଲୋକେ ନିଜ ଆବଶ୍ୟକତା ନିଜେ ପୂରା କରିବାକୁ ନାନା ଉପାୟ ବାହାର କଲେ। ଏହି କ୍ରମରେ ଚୁଟି କାଟିବା ଏକ ବଡ଼ ସମସ୍ୟା ଭାବେ ଅନେକ ଲୋକଙ୍କୁ ଚିନ୍ତାରେ ପକାଇଥିଲା। ସାଲୋନ ତଥା ବାରିକ ଦୋକାନ ବନ୍ଦ ଥିବାରୁ ଏହିର ସମାଧାନ ମିଳୁ ନ […]

ଭିଡିଓ ଦେଖନ୍ତୁ, ଘରେ ନିଜେ ନିଜର ଚୁଟି କାଟନ୍ତୁ...

Viral-vdo

Advertisment

ନୂଆଦିଲ୍ଲୀ: କରୋନା ଭୂତାଣୁ ଲକଡାଉନ ଲାଗି ଲୋକେ ଘରେ ରହି ଡିଆଇଓ୍ୱାଇ ଅର୍ଥାତ୍ ଡୁ-ଇଟ୍-ୟୋରସେଲ୍ଫ ଫଣ୍ଡାରେ ନିଜ କାମ ନିଜେ କରିବା ଶିଖିଲେ। ଲକଡାଉନ କଟକଣା ଯୋଗୁ ସବୁକିଛି ବନ୍ଦ ଥିବାବେଳେ ଲୋକେ ନିଜ ଆବଶ୍ୟକତା ନିଜେ ପୂରା କରିବାକୁ ନାନା ଉପାୟ ବାହାର କଲେ। ଏହି କ୍ରମରେ ଚୁଟି କାଟିବା ଏକ ବଡ଼ ସମସ୍ୟା ଭାବେ ଅନେକ ଲୋକଙ୍କୁ ଚିନ୍ତାରେ ପକାଇଥିଲା। ସାଲୋନ ତଥା ବାରିକ ଦୋକାନ ବନ୍ଦ ଥିବାରୁ ଏହିର ସମାଧାନ ମିଳୁ ନ ଥିଲା। ହେଲେ ସୋଶାଲ ମିଡିଆରେ ଏହି ସମସ୍ୟାର ସମାଧାନ ମିଳିଯାଇଛି।

Advertisment

ସୋଶାଲ ମିଡିଆ ଶିଖାଇଲା ଲକଡାଉନ ବେଳେ ଘରେ ରହି କିପରି ଚୁଟି କାଟିବେ। ଯଦି ଆପଣ ଏକା ରହୁଛନ୍ତି ଏବଂ ଚୁଟି ବଢ଼ିଯାଇଥିବା କାରଣରୁ ଅସହଜ ବୋଧ କରୁଛନ୍ତି, ତେବେ ଏହି ଉପାୟ ଆପଣଙ୍କ କାମରେ ଆସିବ। ଏହି ଉପାୟ ଆପଣାଇ ଆପଣ ନିଜେ ନିଜ ଚୁଟି କାଟିପାରିବେ।

ସୋଶାଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଜଣେ ବ୍ୟକ୍ତି ଶିଖାଉଛନ୍ତି ଜଣେ ସ୍ୱାବଲମ୍ବୀ ହୋଇ କିପରି ନିଜ ଚୁଟି ନିଜେ କାଟିପାରିବେ। ସୋଶାଲ ମିଡିଆରେ ଏହାକୁ ଦେଶୀ ଅଙ୍କଲଙ୍କ ଚୁଟି କଟା ଷ୍ଟାଇଲ ବୋଲି କୁହାଯାଉଛି। ଦେଶୀ ଅଙ୍କଲ ଏହି ଚୁଟି କାଟିବାକୁ ଏକ କଇଁଚି, ଖବରକାଗଜ, ଗୋଟିଏ ପାନିଆ, ଗୋଟିଏ ପେପର କ୍ଲିପ୍ ଏବଂ ଏକ ବ୍ଲେଡ୍ ବ୍ୟବହାର କରିଥିବା ଦେଖିବାକୁ ମିଳିଛି।

Advertisment

ପ୍ରଥମେ ସେ ଏକ ଖବରକାଗରକୁ ମଝିରୁ କାଟନ୍ତି, ଏବଂ ସାଲୋନ ଆପ୍ରୋନ ଭଳି ଏହାକୁ ବ୍ୟବହାର କରନ୍ତି। ଏହାଦ୍ୱାରା ଚୁଟି କାଟିବା ସମୟରେ କଟା ଚୁଟି ଆପଣଙ୍କ ଉପରେ ପଡ଼ିବ ନାହିଁ। ଏହାପରେ ସେ କଇଁଚି, ବ୍ଲେଡ୍ ସାହାଯ୍ୟରେ ଚୁଟି କାଟିବାର ତରିକା ଦେଖାଉଛନ୍ତି। ତେବେ ଦେଶୀ ଅଙ୍କଲଙ୍କ ଏହି ଡିଆଇଓ୍ୱାଇ ଚୁଟି କାଟିବା ତରିକା ସୋଶାଲ ମିଡିଆରେ ଲୋକଙ୍କୁ ବେଶ ପସନ୍ଦ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe