Advertisment

ଗୋଟିଏ ଗୋଡ଼ ନାହିଁ, ତଥାପି ଖେଳୁଛି ଫୁଟବଲ

କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନିଥାଏ। ଆଜି ଆମେ ଏଭଳି ଜଣେ ପିଲାର କଥା କହିବାକୁ ଯାଉଛୁ, ଯାହାର ଗୋଟିଏ ଗୋଡ଼ ନାହିଁ। କିନ୍ତୁ ତା’ର ଆଉ ଗୋଟିଏ ଗୋଡ଼ ହାର୍ ମାନିନାହିଁ। ସେହି ଏକମାତ୍ର ଗୋଡ଼ରେ ସେ ଫୁଟବଲ ଖେଳି ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପିଲାଟିର ନାଁ ହେଉଛି କୁନାଲ୍ ଶ୍ରେଷ୍ଠ, ଯିଏ ମଣିପୁର ଇମ୍ଫାଲରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରନ୍ତି। ତାଙ୍କର ଗୋଟିଏ ଗୋଡ଼ରେ ଫୁଟବଲ […]

ଗୋଟିଏ ଗୋଡ଼ ନାହିଁ, ତଥାପି ଖେଳୁଛି ଫୁଟବଲ

kunal

Advertisment

କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନିଥାଏ। ଆଜି ଆମେ ଏଭଳି ଜଣେ ପିଲାର କଥା କହିବାକୁ ଯାଉଛୁ, ଯାହାର ଗୋଟିଏ ଗୋଡ଼ ନାହିଁ। କିନ୍ତୁ ତା'ର ଆଉ ଗୋଟିଏ ଗୋଡ଼ ହାର୍ ମାନିନାହିଁ। ସେହି ଏକମାତ୍ର ଗୋଡ଼ରେ ସେ ଫୁଟବଲ ଖେଳି ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ପିଲାଟିର ନାଁ ହେଉଛି କୁନାଲ୍ ଶ୍ରେଷ୍ଠ, ଯିଏ ମଣିପୁର ଇମ୍ଫାଲରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରନ୍ତି। ତାଙ୍କର ଗୋଟିଏ ଗୋଡ଼ରେ ଫୁଟବଲ ଖେଳୁଥିବାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହୋଇଛି।

Advertisment

https://twitter.com/ANI/status/1325975403148636161?s=20

ଭିଡିଓରେ ଦେଖିବାକୁ ମିଳିଛି ଯେ କୁନାଲ୍ ଗୋଟିଏ ଗୋଡ଼ରେ ଫୁଟବଲ୍ ଖେଳିବା ସହ ସାଇକେଲ୍ ମଧ୍ୟ ଚଳାଉଛି। ୪୬ ସେକେଣ୍ଡର ଏହି ଭିଡିଓ ଦର୍ଶାଉଛି ଯେ ଜୀବନ ସର୍ବଦା କିଛି ନା କିଛି ଶିକ୍ଷା ଦେଖାଇ ଥାଏ। ଏ ନେଇ କୁନାଲଙ୍କ ପିତା କହିଛନ୍ତି, କୁନାଲ୍ କେବେବି ନିଜ ଆତ୍ମବିଶ୍ୱାସ ହରାଇନାହିଁ। ଗୋଟିଏ ଗୋଡ଼ ନଥିବାରୁ ସେ କେବେବି ହତୋତ୍ସାହିତ ହୋଇନାହିଁ। ଏପରିକି ସେ ନିଜେ ସାଇକେଲ୍ ଚଲାଇବା ବି ଶିଖିଛି।

https://twitter.com/ANI/status/1325976402756132866?s=20

ସେହିପରି କୁନାଲଙ୍କ ମା' କହିଛନ୍ତି, ମୋ ପୁଅର ଜନ୍ମରୁ ହିଁ ଗୋଟିଏ ଗୋଡ଼ ରହିଛି। ମୁଁ କେବେବି ତାକୁ ଅନ୍ୟଠାରୁ ଅଲଗା ଅନୁଭବ କରାଇବାକୁ ଦେଇନାହିଁ। ସେ ନିଜ କାମ ନିଜେ କରିବାକୁ ଭଲପାଏ। ଖୋଦ୍ କୁନାଲ୍‌ କହିଛନ୍ତି, ମୁଁ ଫୁଟବଲ ଖେଳିବାକୁ ଭଲ ପାଏ। ପ୍ରଥମେ ମୋତେ ଫୁଟବଲ ବାଲାନ୍ସ କରିବାରେ ସମସ୍ୟା ହେଉଥିଲା। କିନ୍ତୁ ମୋ ସାଙ୍ଗମାନେ ମୋତେ ବହୁତ ସମର୍ଥନ କରିଥିଲେ। ଆଶା କରୁଛି ଖୁବ ଶୀଘ୍ର ମୁଁ ଗୋଲ୍‌ ମଧ୍ୟ କରିବି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe