dog
ନୂଆଦିଲ୍ଲୀ : ହିମେଶ ରେଶମିୟାଙ୍କ ଫିଲ୍ମ ହାପି ହାର୍ଡି ଆଣ୍ଡ ହୀର୍ ଫିଲ୍ମରେ ରାନୁ ମଣ୍ଡଳଙ୍କ ଗାଇଥିବା ତେରୀ ମେରୀ କାହାନୀ ଗୀତଟି ଖୁବ୍ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ଏହି ଗୀତଟି ପୁଣି ଥରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ। କିନ୍ତୁ ଭାଇରାଲ୍ ହେଉଥିବା ଭିଡିଓରେ ରାନୁ ନୁହେଁ, ତାଙ୍କ ଗୀତଟିକୁ ଗୋଟିଏ କୁକୁର ଗାଉଛି। ସୋଶାଲ ମିଡିଆରେ ଭିଡିଓଟି ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।
ଏହି ଭିଡିଓଟିକୁ ଫେସବୁକ୍ରେ ପୋଷ୍ଟ କରାଯାଇଛି। ଯାହାକୁ ୟୁଜର୍ ଖୁବ୍ ପସନ୍ଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଲୋକ ହାର୍ମୋନିଅମ୍ ବଜାଇ ରାନୁଙ୍କର ଗୀତ ଗାଉଛି। ସାଥୀରେ କୁକୁରଟି ବି ତାଙ୍କ ସହ ତାଳ ମିଳେଇବା ପାଇଁ ଚେଷ୍ଟା କରୁଛି। ଭିଡିଓଟି ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ହସ ମଧ୍ୟ ଲାଗୁଛି। କିନ୍ତୁ ଏହା ସତ।
କିଛି ୟୁଜର୍ ଏହାକୁ ଏବର୍ଷର ସବୁଠାରୁ ମଜାଦାର ଭିଡିଓ ବୋଲି କହି କମେଣ୍ଟ ଦେଇଛନ୍ତି। ୧୨ ଜାନୁଆରୀରେ ଭିଡିଓଟିକୁ ପୋଷ୍ଟ କରାଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ୧.୩ ନିୟୁତରୁ ଅଧିକ ୟୁଜର ଦେଖିସାରିଲେଣି। ଏହା ସହିତ ଭିଡିଓଟିକୁ ୩୫ ହଜାର ଶେଆର୍ ଓ ୯ ହଜାରରୁ ଅଧିକ ଲାଇକ୍ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/01/dog.jpg)