Advertisment

ଏଣିକି ‘ଦୋସା ପ୍ରିଣ୍ଟରରେ’ ସହଜରେ ତିଆରି କରିପାରିବେ ଦୋସା

ନୂଆଦିଲ୍ଲୀ: ଦୋସା ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅତି ସହଜରେ ଘରେ ତିଆରି କରିପାରିବେ ଦୋସା। ବର୍ତ୍ତମାନ ଯୁଗରେ ସବୁକିଛି ଡିଜିଟାଲ୍ ମାଧ୍ୟମରେ ହେଉଥିବାବେଳେ ଏବେ ଦୋସା ବି ଡିଜିଟାଲ୍‌ ମାଧ୍ୟମରେ ତିଆରି କରିହେବ। କାରଣ ଏବେ ମାର୍କେଟ୍‌କୁ ଆସିଛି ‘ଦୋସା ପ୍ରିଣ୍ଟର’। ଏଥିରେ ଅତି ସହଜରେ ‘ପେପର ଦୋସା’ ତିଆରି କରିହେବ। ସୋସିଆଲ୍ ମିଡିଆରେ ଏବେ ଏହି ‘ଦୋସା ପ୍ରିଣ୍ଟର’ର ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ […]

author-image
Sonali Kabi
ଅଦ୍ୟତନ ହୋଇଛି
ଏଣିକି ‘ଦୋସା ପ୍ରିଣ୍ଟରରେ’ ସହଜରେ ତିଆରି କରିପାରିବେ ଦୋସା

dosa printer machine

ନୂଆଦିଲ୍ଲୀ: ଦୋସା ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅତି ସହଜରେ ଘରେ ତିଆରି କରିପାରିବେ ଦୋସା। ବର୍ତ୍ତମାନ ଯୁଗରେ ସବୁକିଛି ଡିଜିଟାଲ୍ ମାଧ୍ୟମରେ ହେଉଥିବାବେଳେ ଏବେ ଦୋସା ବି ଡିଜିଟାଲ୍‌ ମାଧ୍ୟମରେ ତିଆରି କରିହେବ। କାରଣ ଏବେ ମାର୍କେଟ୍‌କୁ ଆସିଛି ‘ଦୋସା ପ୍ରିଣ୍ଟର’। ଏଥିରେ ଅତି ସହଜରେ ‘ପେପର ଦୋସା’ ତିଆରି କରିହେବ।

Advertisment

ସୋସିଆଲ୍ ମିଡିଆରେ ଏବେ ଏହି ‘ଦୋସା ପ୍ରିଣ୍ଟର’ର ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ପ୍ରିଣ୍ଟର ମାଧ୍ୟମରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ହିଁ ଦୋସା ପ୍ରସ୍ତୁତ ହୋଇଯାଉଛି। କଥାଟି ହୁଏତ ଟିକିଏ ଅଡ଼ୁଆ ଲାଗିଥାଇପାରେ। ହେଲେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ହିଁ ଆପଣ ବାସ୍ତବତା ଜାଣିପାରିବେ। ତେଣୁ ପ୍ରଥମେ ଏଇ ଭାଇରାଲ୍ ଭିଡିଓକୁ ଥରେ ଦେଖିନିଅନ୍ତୁ:-

https://twitter.com/NaanSamantha/status/1562133756923633664?s=20&t=MZ8XBGlWR_gguMqlXsR7UQ

Advertisment

ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ସବୁକିଛି ଉନ୍ନତମାନ ହୋଇପାରିଛି। ଦେଶ ତଥା ବିଦେଶର ଅଧିକାଂଶ ଅଞ୍ଚଳରେ ଡିଜିଟାଲ୍ ଉପକରଣମାନ ବ୍ୟବହାର କରାଯାଉଛି। ସେହିପରି ଏହି ଭିଡିଓରେ ମଧ୍ୟ ଉନ୍ନତଧରଣର ଟେକ୍ନୋଲୋଜିର ବଡ଼ ଉଦାହରଣ ଦେଖିବାକୁ ମିଳିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ କିଛି ପ୍ରସ୍ତୁତ କରିବାକୁ କାହା ପାଖରେ ଆଉ ଏତେ ସମୟ ନାହିଁ। ତେଣୁ ସମସ୍ତେ ସରଳ ଉପାୟ ଆପଣାଇବାକୁ ଚାହିଁଥାନ୍ତି। ସମସ୍ତେ ପ୍ରାୟ ଚଟ୍‌ପଟା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଯେ କୌଣସି ଖାଦ୍ୟ ଆଇଟମ୍‌ ତିଆରି କରିବାରେ ବେଶ୍ ପରିଶ୍ରମ କରିବାକୁ ପଡ଼ିଥାଏ। ହେଲେ ଏହି ମେସିନ୍‌ ଦ୍ୱାରା ମାତ୍ର କିଛି ମିନିଟ୍ ମଧ୍ୟରେ ହିଁ ଦୋସା ପ୍ରସ୍ତୁତ ହୋଇପାରୁଛି।

publive-image

ଭାଇରାଲ୍‌ ହେଉଥିବା ‘ଦୋସା ପ୍ରିଣ୍ଟର’ର ଏହି ଭିଡିଓକୁ ଦେଖି ୟୁଜର୍ସମାନେ ଚକିତ ହୋଇଯାଛନ୍ତି। କାରଣ ଭିଡିଓରେ ଜଣେ ମହିଳା ଦୋସା ଆଣକୁ(ବ୍ୟାଟର୍)କୁ ‘ଦୋସା ପ୍ରିଣ୍ଟର’ର ଗୋଟିଏ ପାର୍ଶ୍ୱରେ ପୂରାଉଛନ୍ତି। ଆଉ ପରେ ମେସିନ୍‌ରେ ଥିବା ସେଟିଙ୍ଗ୍ସ ଆଡ୍‌ଜଷ୍ଟ କରୁଛନ୍ତି। ଯେଉଁଥିରେ ଦୋସାର ଘନତା (ପତଳା ବା ମୋଟା) କଷ୍ଟୋମାଇଜ୍ କରିହେବ। ଆଉ ମାତ୍ର କିଛି ମିନିଟ୍ ମଧ୍ୟରେ ହିଁ କାଗଜ ପ୍ରିଣ୍ଟ ଭଳି ଦୋସା ମଧ୍ୟ ପ୍ରସ୍ତୁତ ହୋଇ ପ୍ରିଣ୍ଟର ବାହାରକୁ ବାହାରିଆସୁଛି।