/odisha-reporter/media/post_attachments/uploads/2022/01/car.jpg)
car
ନୂଆଦିଲ୍ଲୀ: ଗୋଟିଏ ପଟେ ଆଖି ପାଉ ନ ଥିବା ଖାଇ, ଅନ୍ୟ ପଟେ ପାହାଡ଼ର ଉଚ୍ଚ ଚଟାଣ। ମଝିରେ ଯାଇଛି ସର୍ପିଳ ରାସ୍ତା । ହେଲେ ଏହି ରାସ୍ତାରେ କାର୍ ବୁଲାଇ ଜଣେ ଚାଳକ ନିଜ ଡ୍ରାଇଭିଂ ଦକ୍ଷତାର ପରିଚୟ ଦେଇଛନ୍ତି।
କେତେବେଳେ ଖାଇରେ ପଛ ଛକ ଲଟକିଥିବା ବେଳେ କେତେବେଳେ ଆଗ ଚକ ସମ୍ମୁଖରେ ଉଚ୍ଚା ପାହାଡ଼ । ହେଲେ ସେଠାରୁ ସୁରକ୍ଷିତ ଭାବେ ବାହାରି ଆସି ଡ୍ରାଇଭରଜଣକ ବେଶ୍ ବାହାବା ପାଉଥିବା ବେଳେ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଏକ ନିଳ ରଙ୍ଗର କାର୍ ଏକ ସରୁ ପାହାଡ଼ ରାସ୍ତାରେ ଗତି କରୁଛି। କିନ୍ତୁ ଯେପରି ଭାବେ ଡ୍ରାଇଭରଜଣକ ଗାଡ଼ିକୁ ୟୁ-ଟର୍ଣ୍ଣ ମୋଡ଼ୁଛନ୍ତି ତାହା ଦେଖିଲେ ଯେକୌଣସ ଲୋକର ଲୋମ ଟାଙ୍କୁରି ଉଠିବ । ଅଧିକାଂଶ ସମୟରେ ଡ୍ରାଇଭରଜଣକ ଗାଡ଼ିକୁ ମୋଡ଼ୁଥିବା ବେଳେ ପଛ ୨ଟି ଚକ ପବନରେ ଝୁଲିକି ରହୁଛି। କିନ୍ତୁ ଡ୍ରାଇଭରଜଣକଙ୍କ ଦକ୍ଷତା ହେତୁ ସେ ନିଜେ ନିଶ୍ଚିମ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି।
ଏପରିକି କିଛି ସମୟ ମଧ୍ୟରେ ଡ୍ରାଇଭରଜଣକ ସେହି ସରୁ ରାସ୍ତାରେ ଗାଡ଼ିକୁ ସୁରକ୍ଷିତ ଭାବେ ବୁଲାଇ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲି ଯାଇଛନ୍ତି। ଡ. ଅଜୟିତା ନାମକ ବ୍ୟକ୍ତି ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ବେଳେ ଏହାର କ୍ୟାପସନ୍ରେ ଲେଖିଛନ୍ତି, ୮୦ ପାଉଣ୍ଡ ଟର୍ନର ପରଫେକ୍ଟ ନମୁନା।
The perfect 80 point turn! pic.twitter.com/bLzb1J1puU
— Dr. Ajayita (@DoctorAjayita) January 23, 2022
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
