ଛୁଆକୁ ବଞ୍ଚାଇବାକୁ ବ୍ୟାକୁଳ ମା’ ହାତୀ କଲା ଏପରି କାମ, ଭିଡିଓ ଭାଇରାଲ

ମା’ ସବୁବେଳେ ମହାନ। ମଣିଷ ହେଉ କି ପଶୁ, ନିଜ ଛୁଆ ପାଇଁ ସବୁବେଳେ ଛଟପଟ ହୁଏ ତା’ ମନ। ଛୁଆ ଅସୁବିଧାରେ ପଡ଼ିଗଲେ ପାଗଳପ୍ରାୟ ହୋଇଯାଏ ମା’। ଛୁଆକୁ ବିପଦ ମୁହଁରୁ ଫେରାଇ ଆଣିବାକୁ କିଛି ବି କରିପାରେ ମା’। ଜଣେ ମା’ ପାଇଁ ସବୁଠୁ ଆଗରେ ତା’ ଛୁଆ।  ନିଜ ଛୁଆକୁ କୋଳକୁ ଫେରାଇ ଆଣିବାକୁ ଯମ ସହ ବି ଲଢ଼ିପାରେ। ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ […]

hati

hati

Niharika Rout
  • Published: Thursday, 05 May 2022
  • Updated: 05 May 2022, 01:16 PM IST

Sports

Latest News

ମା’ ସବୁବେଳେ ମହାନ। ମଣିଷ ହେଉ କି ପଶୁ, ନିଜ ଛୁଆ ପାଇଁ ସବୁବେଳେ ଛଟପଟ ହୁଏ ତା’ ମନ। ଛୁଆ ଅସୁବିଧାରେ ପଡ଼ିଗଲେ ପାଗଳପ୍ରାୟ ହୋଇଯାଏ ମା’। ଛୁଆକୁ ବିପଦ ମୁହଁରୁ ଫେରାଇ ଆଣିବାକୁ କିଛି ବି କରିପାରେ ମା’। ଜଣେ ମା’ ପାଇଁ ସବୁଠୁ ଆଗରେ ତା’ ଛୁଆ।  ନିଜ ଛୁଆକୁ କୋଳକୁ ଫେରାଇ ଆଣିବାକୁ ଯମ ସହ ବି ଲଢ଼ିପାରେ। ଏପରି ଏକ ହୃଦୟସ୍ପର୍ଶୀ ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହା ଦେଖି ୟୁଜର୍ସ କହିଛନ୍ତି ମା’ ତୁଝେ ସଲାମ।

ଭିଡିଓରେ ଏକ ହାତୀଟି ଖାଲରେ ପଡ଼ି ଯାଇଥିବା ନିଜ ଛୁଆକୁ ବଞ୍ଚାଇବାକୁ ବିଭିନ୍ନ କୌଶଳ ଅବଲମ୍ବନ କରି ମଧ୍ୟ ସଫଳ ହେଉ ନାହିଁ। ଏହାପରେ ହାତୀଟି ଜଙ୍ଗଲରୁ ବାହାରି ରାସ୍ତାକୁ ପଳାଇ ଆସିଛି। ଉକ୍ତ ସମୟରେ ରାସ୍ତା ଅତିକ୍ରମ କରୁଥିବା ଲୋକଙ୍କ ଗାଡ଼ିକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି। ଏହାପରେ ହାତୀଟି ଜଙ୍ଗଲକୁ ପଳାଇଛି।

ଖବର ପାଇ ବନ କର୍ମଚାରୀ ହାତୀକୁ ଜଙ୍ଗଲରୁ ଘଉଡ଼ାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ହାତୀଟି ଉକ୍ତ ଜାଗା ଛାଡ଼ି ଯିବାକୁ ରାଜି ନ ଥିବା ବେଳେ ବନ କର୍ମଚାରୀଙ୍କୁ କିଛି ଦେଖାଇବାକୁ ଚାହୁଁଥିଲା। ବନ କର୍ମଚାରୀ ହାତୀ ପଛେ ପଛେ ଯାଇ ଏକ ପାଣି ଭର୍ତ୍ତି ଖାଲରେ ହାତୀ ଛୁଆଟି ପଡ଼ି ଯାଇଥିବା ଦେଖିବାକୁ ପାଇଥିଲେ।

ଛୁଆ ହାତୀଟି ଉଠିବାକୁ ଶତ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରି ନଥିଲା। ଏହା ଦେଖି ମା’ର ହୃଦୟ କାନ୍ଦୁଥିବା ବେଳେ କିଛି କରି ପାରୁ ନ ଥିଲା। ତେଣୁ ସେ ଉକ୍ତ ଜାଗା ଛାଡ଼ି ଯାଉ ନ ଥିଲା।

ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ମାଟି ହାଣି ହାତୀ ଛୁଆଟି ବାହାରିବା ପାଇଁ ଏକ ବାଟ ତିଅରି କରିଥିଲେ। ଏହାପରେ ହାତୀ ଛୁଆଟି ଉପରକୁ ଆସି ନିଜ ମା’ ପାଖକୁ ଫେରି ଯାଇଥିଲା। ଛୁଆକୁ ପାଇ ମା’ ଖୁସି ବି ବନ୍ଧବାଡ଼ ମାନୁ ନ ଥିଲା। ଶେଷରେ ଛୁଆକୁ ଧରି ମା’ ହାତୀ ଜଙ୍ଗଲକୁ ପଳାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos