ଇଂରାଜୀ କହୁଥିବା ବୃଦ୍ଧାଙ୍କ ସହିତ ପ୍ରତିଯୋଗିତା କରିବେ ଶଶି ଥରୁର୍‌ !

ନୂଆଦିଲ୍ଲୀ : ପ୍ରାଞ୍ଜଳ ଭାବରେ ଇଂରାଜୀ କହୁଥିବା ଜଣେ ବୃଦ୍ଧାଙ୍କର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ବୃଦ୍ଧା ଜଣକ ମହାତ୍ମା ଗାନ୍ଧିଙ୍କର ଅନେକ ଭଲ ଗୁଣ ବିଷୟରେ ଅନର୍ଗଳ କହିଚାଲିଛନ୍ତି। ଯାହାକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର୍‌ କରିଛନ୍ତି। ଟ୍ୱିଟରେ ଶେଆର୍‌ କରିବା ମାତ୍ରେ ହିଁ ଭିଡିଓଟି ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି। ଭିଡିଓରେ ମହିଳାଙ୍କର ଇଂରାଜୀ କହିବାର ଶୈଳୀ ଦେଖିବା ପରେ ୟୁଜର୍‌ ଏହାକୁ ଏତେ ମାତ୍ରାରେ ପସନ୍ଦ […]

tharur

Puspanjali Panda
  • Published: Monday, 02 March 2020
  • , Updated: 02 March 2020, 02:16 PM IST

ନୂଆଦିଲ୍ଲୀ : ପ୍ରାଞ୍ଜଳ ଭାବରେ ଇଂରାଜୀ କହୁଥିବା ଜଣେ ବୃଦ୍ଧାଙ୍କର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ବୃଦ୍ଧା ଜଣକ ମହାତ୍ମା ଗାନ୍ଧିଙ୍କର ଅନେକ ଭଲ ଗୁଣ ବିଷୟରେ ଅନର୍ଗଳ କହିଚାଲିଛନ୍ତି। ଯାହାକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ଟ୍ୱିଟରରେ ଶେଆର୍‌ କରିଛନ୍ତି। ଟ୍ୱିଟରେ ଶେଆର୍‌ କରିବା ମାତ୍ରେ ହିଁ ଭିଡିଓଟି ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି।

ଭିଡିଓରେ ମହିଳାଙ୍କର ଇଂରାଜୀ କହିବାର ଶୈଳୀ ଦେଖିବା ପରେ ୟୁଜର୍‌ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ଯେ ଇଂରାଜୀ ଦକ୍ଷତାକୁ ନେଇ ଲୋକପ୍ରିୟତା ଅର୍ଜନ କରିଥିବା କଂଗ୍ରେସ ନେତା ଶଶି ଥରୁର୍‌ଙ୍କ ସହିତ ବୃଦ୍ଧାଙ୍କର ପ୍ରତିଯୋଗିତା କରିବା ପାଇଁ ସୋଶାଲ ମିଡିଆରେ ଦାବି ଉଠିଛି।

ଭାଇରାଲ୍‌ ହେଉଥିବା ୩୬ ସେକେଣ୍ଡର ଭିଡିଓରେ ବୃଦ୍ଧା ଜଣକ କହୁଛନ୍ତି, ‘ସାରା ବିଶ୍ୱରେ ମହାତ୍ମା ଗାନ୍ଧି ଜଣେ ମହାନ୍‌ ବ୍ୟକ୍ତିତ୍ୱ। ସେ ଜଣେ ସାଧାରଣ ଲୋକ। ଯିଏ ଅହିଂସା ମାର୍ଗରେ ଯିବା ପାଇଁ ପସନ୍ଦ କରୁଥିଲେ।’ ଏହିପରି ଗାନ୍ଧିଙ୍କର ଅନେକ ମହାନ୍‌ ଗୁଣ ସମ୍ପର୍କରେ ମହିଳା ଜଣକ କହିବାର ଦେଖିବାକୁ ମିଳିଛି।

ତେବେ ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ରାଜସ୍ଥାନ ଝୁନ୍‌ଝୁନୁରେ ରହୁଥିବା ଭଗବତୀ ଦେବୀ। ଭିଡିଓଟିକୁ ଶେଆର୍‌ କରି ଅରୁଣ ବୋଥ୍ରା ଲେଖିଛନ୍ତି, ‘ଇଂରାଜୀ କହୁଥିବା ଏହି ବୃଦ୍ଧାଙ୍କୁ ଆପଣ ୧୦ରୁ କେତେ ମାର୍କ ଦେବେ।’

ରବିବାର ଅରୁଣ ବୋଥ୍ରା ଟ୍ୱିଟରରେ ଏହି ଭିଡିଓଟିକୁ ଶେଆର୍‌ କରିଥିଲେ। ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ୟୁଜର ଦେଖି ସାରିଛନ୍ତି। କିଛି ୟୁଜର୍‌ ଖୁସି ହୋଇ ବୃଦ୍ଧାଙ୍କର ମନୋବଳକୁ ପ୍ରଶଂସା ମଧ୍ୟ କରିଛନ୍ତି।

Related story