Advertisment

ଫିଲ୍ମ ଷ୍ଟାଇଲ୍‌ରେ ଆକାଶରେ ଉଡ଼ିଲା ସ୍ପୋର୍ଟସ୍‌ କାର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମୋଟର ସ୍ପୋର୍ଟ ବା କାର୍‌ ରେସିଙ୍ଗ କରିବା ବିପଜ୍ଜନକ। ଏହାପରେ ମଧ୍ୟ ସାରା ବିଶ୍ୱରେ ଯୁବ ପ୍ରତିଭାମାନେ କାର୍‌ ରେସିଙ୍ଗ୍‌ କରିବା ପାଇଁ ପସନ୍ଦ କରୁଛନ୍ତି। ଏଭଳି ମୋଟର ସ୍ପୋର୍ଟ ସମୟରେ କାର୍‌ କ୍ରାସ୍‌ ହେବା ସହିତ ଡ୍ରାଇଭ୍‌ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବାରମ୍ୱାର ଦେଖିବାକୁ ମିଳିଛି। ସପ୍ତାହେ ପୂର୍ବରୁ ଫର୍ମୁଲା ୨ ରେସର ଆନ୍‌ଥୋନି ହବର୍ଟ କାର୍‌ ରେସ୍‌ କରୁଥିବା ସମୟରେ କ୍ରାସ୍‌ର ଶିକାର ହୋଇଥିଲେ। ଏହି କ୍ରାସ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। […]

ଫିଲ୍ମ ଷ୍ଟାଇଲ୍‌ରେ ଆକାଶରେ ଉଡ଼ିଲା ସ୍ପୋର୍ଟସ୍‌ କାର୍‌, ଦେଖନ୍ତୁ ଭିଡିଓ

car

Advertisment

ନୂଆଦିଲ୍ଲୀ: ମୋଟର ସ୍ପୋର୍ଟ ବା କାର୍‌ ରେସିଙ୍ଗ କରିବା ବିପଜ୍ଜନକ। ଏହାପରେ ମଧ୍ୟ ସାରା ବିଶ୍ୱରେ ଯୁବ ପ୍ରତିଭାମାନେ କାର୍‌ ରେସିଙ୍ଗ୍‌ କରିବା ପାଇଁ ପସନ୍ଦ କରୁଛନ୍ତି। ଏଭଳି ମୋଟର ସ୍ପୋର୍ଟ ସମୟରେ କାର୍‌ କ୍ରାସ୍‌ ହେବା ସହିତ ଡ୍ରାଇଭ୍‌ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବାରମ୍ୱାର ଦେଖିବାକୁ ମିଳିଛି।

Advertisment

ସପ୍ତାହେ ପୂର୍ବରୁ ଫର୍ମୁଲା ୨ ରେସର ଆନ୍‌ଥୋନି ହବର୍ଟ କାର୍‌ ରେସ୍‌ କରୁଥିବା ସମୟରେ କ୍ରାସ୍‌ର ଶିକାର ହୋଇଥିଲେ। ଏହି କ୍ରାସ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶନିବାର ଫର୍ମୁଲା ୩ ଡ୍ରାଇଭର୍‌ ଆଲେକ୍ସ ପେରୋନିଙ୍କ ସହିତ ସମାନ ଘଟଣା ଦେଖିବାକୁ ମିଳିଛି। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଇଟାଲୀର ମୋଞ୍ଜା ସର୍‌କିଟ୍‌ରେ କ୍ୱାଲିଫାଇଙ୍ଗ୍‌ ସେକସନ୍‌ରେ ମୋଟରସ୍ପୋର୍ଟ କରୁଥିବା ସମୟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

https://twitter.com/FIAFormula3/status/1170332138849239040

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖା ଯାଇଛି ଯେ, ଆଲେକ୍ସଙ୍କ କାର୍‌ କିଛି ବାଟ ଯିବା ପରେ ହଠାତ୍‌ କ୍ରାସ୍‌ ହୋଇଛି। ଏହାପରେ କାର୍‌ଟି ଓଲଟି ଆକାଶରେ ଉଡ଼ି ପାଖରେ ଥିବା ବାଉଣ୍ଡରୀ ପାଖରେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

ଆଲେକ୍ସଙ୍କ କାର୍‌ କ୍ରାସ୍‌ ହେବା ସମୟରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସାମାନ୍ୟ ଆହତ ହୋଇଥିବା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ ରେସ୍‌ ୨ରେ ସେ ଆଜି ଭାଗ ନେବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe