Advertisment

ସରିଲା ଫେସବୁକ ସିଓଓଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ : ଫେସବୁକର ଚିଫ୍‌ ଅପରେଟିଙ୍ଗ ଅଫିସର ଶେରିଲ୍‌ ସାଣ୍ଡବର୍ଗଙ୍କର ସୋମବାର ଟମ୍‌ ବର୍ଣ୍ଣଥାଲ୍‌ଙ୍କ ସହିତ ନିର୍ବନ୍ଧ ହୋଇଛି। ଫେସବୁକରେ ଏକ ଫଟୋ ଶେଆର୍‌ କରି ଶେରିଲ୍‌ ସାଣ୍ଡବର୍ଗ ଏହି ସୂଚନା ଦେଇଛନ୍ତି। ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଫଟୋରେ ୫୦ ବର୍ଷୀୟ ଶେରିଲ୍‌ ତାଙ୍କ ପାର୍ଟନର୍‌ଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଫଟୋଟିକୁ ଶେଆର୍‌ କରି ସେ ଲେଖିଛନ୍ତି, ‘ଟମ୍‌ ବର୍ଣ୍ଣଥାଲ୍‌, ତୁମେ ମୋର ସବୁ କିଛି। ଏହାଠାରୁ ଅଧିକ ମୁଁ ତୁମକୁ ଭଲ ପାଇପାରିବି […]

ସରିଲା ଫେସବୁକ ସିଓଓଙ୍କ ନିର୍ବନ୍ଧ

yyy

Advertisment

ନୂଆଦିଲ୍ଲୀ : ଫେସବୁକର ଚିଫ୍‌ ଅପରେଟିଙ୍ଗ ଅଫିସର ଶେରିଲ୍‌ ସାଣ୍ଡବର୍ଗଙ୍କର ସୋମବାର ଟମ୍‌ ବର୍ଣ୍ଣଥାଲ୍‌ଙ୍କ ସହିତ ନିର୍ବନ୍ଧ ହୋଇଛି। ଫେସବୁକରେ ଏକ ଫଟୋ ଶେଆର୍‌ କରି ଶେରିଲ୍‌ ସାଣ୍ଡବର୍ଗ ଏହି ସୂଚନା ଦେଇଛନ୍ତି।

Advertisment

ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଫଟୋରେ ୫୦ ବର୍ଷୀୟ ଶେରିଲ୍‌ ତାଙ୍କ ପାର୍ଟନର୍‌ଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଫଟୋଟିକୁ ଶେଆର୍‌ କରି ସେ ଲେଖିଛନ୍ତି, ‘ଟମ୍‌ ବର୍ଣ୍ଣଥାଲ୍‌, ତୁମେ ମୋର ସବୁ କିଛି। ଏହାଠାରୁ ଅଧିକ ମୁଁ ତୁମକୁ ଭଲ ପାଇପାରିବି ନାହିଁ।’

ରିପୋର୍ଟ ଅନୁସାରେ ୨୦୧୫ ମସିହାରେ ଟ୍ରେଡ୍‌ ମିଲ୍‌ରୁ ପଡ଼ିଯିବାରୁ ଶେରିଲ୍‌ଙ୍କ ସ୍ୱାମୀ ଡେଭିଡ୍‌ ଗୋଲ୍ଡବର୍ଗଙ୍କର ଅଚାନକ ଭାବରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ। ପରେ ଶେରିଲ୍‌ ୪୬ ବର୍ଷୀୟ ଟମ୍‌ ବର୍ଣ୍ଣଥାଲ୍‌ଙ୍କ ପ୍ରେମରେ ପଡ଼ିଥିଲେ। ଟମ୍‌ ହେଉଛନ୍ତି କେଲଟନ୍‌ ଗ୍ଲୋବାଲ୍‌ କମ୍ପାନୀର ଫାଉଣ୍ଡର ଓ ସିଇଓ।

Advertisment

ସୂଚନାଯୋଗ୍ୟ, ସୋଶାଲ ମିଡିଆରେ ଇନଷ୍ଟାଗ୍ରାମ୍‌ରେ ପ୍ରଥମେ ଫଟୋ ଶେଆର୍ କରି ଶେରିଲ ତାଙ୍କ ନିର୍ବନ୍ଧର ସୂଚନା ଦେଇଥିଲେ। ଏହାପରେ ଫେସବୁକ୍‌ର ଚିଫ୍‌ ଏକଜିକ୍ୟୁଟିଭ୍‌ ମାର୍କ ଜୁକରବର୍ଗ ତାଙ୍କୁ କମେଣ୍ଟ ମାଧ୍ୟମରେ ଶୁଭେଚ୍ଛା ଜଣାଇ କହିଥିଲେ, ‘ତୁମେ ଦୁହେଁ ଦୁହିଁଙ୍କ ପାଇଁ ତିଆରି ହୋଇଛ। ମୁଁ ତୁମ ଦୁହିଁଙ୍କ ପାଇଁ ବହୁତ ଖୁସି।’ ଶେରିଲ୍‌ ସାଣ୍ଡବର୍ଗ ୨୦୧୨ ମସିହାରୁ ଫେସବୁକ ପାଇଁ କାମ କରି ଆସୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe