Advertisment

କଂଗ୍ରେସର ହ୍ୱାଟ୍ସଆପ୍‌ ଗ୍ରୁପ୍‌ଚାଟ୍‌ ଭାଇରାଲ୍‌!

ନୂଆଦିଲ୍ଲୀ:ନିର୍ବାଚନ ପାଖେଇବା ସହିତ କାଦୁଅ ଫୋପଡ଼ାର ମାତ୍ରା ବଢ଼ିବାରେ ଲାଗିଛି। ପ୍ରତିଟି ପ୍ରସଙ୍ଗରେ ପକ୍ଷ ରଖିବା, ଉତ୍ତର ରଖିବା ଏବଂ ଟାଣି ଓଟାରି ଯେକୌଣସି ଉପାୟରେ ବିରୋଧୀଙ୍କୁ ଅଡ଼ୁଆରେ ପକାଇବାକୁ ଏବେ କୌଶଳ ବୋଲି ମନେ କରାଯାଉଛି। ତେବେ ଏହି ଭାଇରାଲ ଯୁଗରେ ସମସ୍ତଙ୍କ ମନରେ ଉତ୍ସୁକତା ଲାଗି ରହିଛି, ରାଜନୀତିକ ଦଳଙ୍କ ଭିତିରି ମହଲ ଚର୍ଚ୍ଚା କେମିତି ଥିବ। ଏଭଳି ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ର କଥୋପକଥନ ଆମର ହସ୍ତଗତ ହୋଇଛି। ଯେଉଁଥିରେ କଂଗ୍ରେସର ଛାମୁଆଁ ନେତାମାନେ […]

ଅଦ୍ୟତନ ହୋଇଛି
କଂଗ୍ରେସର ହ୍ୱାଟ୍ସଆପ୍‌ ଗ୍ରୁପ୍‌ଚାଟ୍‌ ଭାଇରାଲ୍‌!

congress

Advertisment

ନୂଆଦିଲ୍ଲୀ:ନିର୍ବାଚନ ପାଖେଇବା ସହିତ କାଦୁଅ ଫୋପଡ଼ାର ମାତ୍ରା ବଢ଼ିବାରେ ଲାଗିଛି। ପ୍ରତିଟି ପ୍ରସଙ୍ଗରେ ପକ୍ଷ ରଖିବା, ଉତ୍ତର ରଖିବା ଏବଂ ଟାଣି ଓଟାରି ଯେକୌଣସି ଉପାୟରେ ବିରୋଧୀଙ୍କୁ ଅଡ଼ୁଆରେ ପକାଇବାକୁ ଏବେ କୌଶଳ ବୋଲି ମନେ କରାଯାଉଛି। ତେବେ ଏହି ଭାଇରାଲ ଯୁଗରେ ସମସ୍ତଙ୍କ ମନରେ ଉତ୍ସୁକତା ଲାଗି ରହିଛି, ରାଜନୀତିକ ଦଳଙ୍କ ଭିତିରି ମହଲ ଚର୍ଚ୍ଚା କେମିତି ଥିବ।

Advertisment

ଏଭଳି ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ର କଥୋପକଥନ ଆମର ହସ୍ତଗତ ହୋଇଛି। ଯେଉଁଥିରେ କଂଗ୍ରେସର ଛାମୁଆଁ ନେତାମାନେ ଆଜି ସିବିଆଇ ମୁଖ୍ୟ ନିଯୁକ୍ତି କରାଯିବାକୁ ନେଇ କଥା ହେଉଛନ୍ତି। ଆଜ୍ଞା ହଁ ଗ୍ରୁପ୍‌ର ନାଁ ରହିଛି ଇଣ୍ଡିଆନ୍‌ ନ୍ୟସନାଲ କଂଗ୍ରେସ।

ମୁଖପାତ୍ର ସୂର୍ଯେୱାଲା ସୋନିଆଙ୍କୁ ପଚାରୁଛନ୍ତି, ସମ୍ମାନନୀୟ ସୋନିଆ ମ୍ୟାଡମ୍‌, ମୋଦି ଆରକେ ଶୁକ୍ଳାଙ୍କୁ ସିବିଆଇ ମୁଖ୍ୟ ନିଯୁକ୍ତି ଦେଇଛନ୍ତି, କ’ଣ ପ୍ରତିକ୍ରିୟା ରଖିବି। ସୋନିଆ ଏହାର ଉତ୍ତର ରଖିଛନ୍ତି, ଏଥିରେ ପଚାରିବାର କ’ଣ ଅଛି ସମାଲୋଚନା କର। ଏହାପରେ ସୂର୍ଯେୱାଲା କହୁଛନ୍ତି, ମୁଁ କ’ଣ କହୁଥିଲି କି, ଆଜି ସମାଲୋଚନା କରିବା ଏବଂ ଆସନ୍ତାକାଲି ସେ ଇସ୍ତଫା ଦେଲେ ତାଙ୍କର ପ୍ରଶଂସା କରିବାକୁ ହେବ।

Advertisment

ଏଥିରେ ଉତ୍‌କ୍ଷିପ୍ତ ଦିବ୍ୟା ସ୍ପନ୍ଦନ କହୁଛନ୍ତି, ତୁ ଭାବିଲୁ ମ୍ୟାଡମ୍‌ଙ୍କ ସାମ୍ନାରେ ତୁ ଭାବିବାକୁ କେମିତି ସାହସ କରୁଛୁ? ସୋନିଆ ଉତ୍ତର ରଖିଛନ୍ତି, ନା ନା ସିଏ ତ ଠିକ୍‌ କହୁଛି। ମନମୋହନ ଜୀ, କୁହନ୍ତୁ କ’ଣ କରିବା ଠିକ୍‌ ହେବ।

ଏହାର ଉତ୍ତର ଦେବା ବଦଳରେ ସେ ୧୦ରୁ ୧୫ଟି ‘.’ ସହିତ ଉତ୍ତର ରଖିବା ପରେ ସୋନିଆ କହୁଛନ୍ତି, ଓଃ ମୁଁ କାହିଁକି ପଚାରିଲି କେଜାଣି। ରାହୁଲ, ପୋଗୋ ଦେଖିବା ବନ୍ଦ କର, ଆଉ ଏଇଠି ଉତ୍ତର ଦିଅ।

ଏଥର କିନ୍ତୁ ରାହୁଲ ମୁହଁ ଖୋଲିଛନ୍ତି। ସେ କହୁଛନ୍ତି, “ମମ୍ମି କିଛି କହିବା କ’ଣ ଜରୁରି କି? ମୁଁ ବଜେଟ୍‌ରେ କୋଉ ପ୍ରତିକ୍ରିୟା ଦେଇଥିଲି ଯେ। ଯିଏ ଯାହା ପଚାରିଲେ ଇଭିଏମ୍‌ ଇଭିଏମ୍‌ କହିବା ନହେଲେ ରାଫେଲ ରାଫେଲ କହିବା।”

ଏହାପରେ ସଞ୍ଜୟ ଝା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ପ୍ରିୟଙ୍କା ଚତୁର୍ବେଦୀ ରାହୁଲଙ୍କ ୱାଃ ୱାଃ କରିଥିଲେ। କିନ୍ତୁ ମନମୋହନ ସିଂହ ସବୁଥର ପରି ଚୁପ୍‌ ରହିଥିଲେ। ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ ମଧ୍ୟ ରାହୁଲଙ୍କ ପ୍ରଶଂସା କରିଥିବାବେଳେ ସୋନିଆ ସ୍ନେହବୋଳା ଭଙ୍ଗୀରେ ‘ମୋ ପୁଅ’ ବୋଲି କହୁଛନ୍ତି।

ଏଥର ରାହୁଲଙ୍କ ଟିଭି ଦେଖା ମନେ ପଡ଼ିଯାଉଛି। ସୋନିଆ ଅନୁମତି ଦେଇ କହୁଛନ୍ତି, ହଁ ପୁଅ ଯା।

ତେବେ ଏହା ସମ୍ପୂର୍ଣ୍ଣ ମନଗଢ଼ା ଏବଂ କେହି ଜଣେ ମଜା ଉଦ୍ଦେଶ୍ୟରେ କରିଥିବା ଜଣାଯାଇଛି। ଏହି ପୋଷ୍ଟ ବର୍ତ୍ତମାନ ସୋଶାଲ ମିଡିଆରେ ଘୂରିବୁଲୁଛି।

https://twitter.com/theskindoctor13/status/1091711276491984896

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe