ଝିଅକୁ ସ୍ତନ୍ୟପାନ କରାଇଲେ ବାପା, ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ଜଣେ ମାଆର କର୍ତ୍ତବ୍ୟ । ହେଲେ ମା’ର ଏହି କାମ ଯଦି ବାପା କରନ୍ତି! କ’ଣ କହିବେ, ନିଶ୍ଚିତ ଚମ୍‌କାଇ ଦେଲା ଭଳି କଥା ନା ?

ସୋଶାଲ୍ ମିଡିଆରେ ନିକଟରେ ଏମିତି ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ପିତା ନିଜ ଛୁଆକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳିଛି।

୨୦ ବର୍ଷୀୟ କ୍ରିଷ୍ଟଫର୍‌ ବ୍ରାଉନ୍‌ ନାମକ ବ୍ୟକ୍ତି ସୋଶାଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ନିଜ ୪ ମାସର ଝିଅ ସହ ଖେଳୁଛନ୍ତି। ଏପରିକି ସେ ଝିଅକୁ ଛାତିରେ ଲଗାଇ କ୍ଷୀର ପିଆଇବାକୁ ଚେଷ୍ଟା କରୁଛନ୍ତି। ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଫଟୋକୁ ପ୍ରାୟ ୫୦ ଲକ୍ଷ ଭ୍ୟୁ ମିଳିସାରିଛି।

ଏହି ଫଟୋକୁ ଶେୟାର କରିବା ସମୟରେ କ୍ରିଷ୍ଟଫର୍‌ ଲେଖିଛନ୍ତି,“ ମୋ ଝିଅ କନ୍‌ଫ୍ୟୁଜ୍‌ ହୋଇ ଯାଇଥିଲା । ଆଉ ମୋ ପାଖରୁ କ୍ଷୀର ପିଇବାକୁ ଚେଷ୍ଟା କରିଥିଲା।”

ଫଟୋକୁ ଦେଖି କିଛି ଲୋକ କ୍ରିଷ୍ଟଫର୍‌ଙ୍କୁ  ପ୍ରଶଂସା କରିଥିବା ବେଳେ ଆଉ କିଛି ତାଙ୍କୁ ସମାଲୋଚନା କରିଛନ୍ତି। ତେବେ ସେ କାହା କଥାକୁ ଦୃଷ୍ଟି ନ ଦେଇ ନିଜ ଝିଅର ଖୁସିରେ ଖୁସି ଅନୁଭବ କରୁଥିବା ପ୍ରତିକ୍ରିୟାରେ ଲେଖିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମ୍ୟାକ୍ସମିଲନ ନାମକ ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଉଥିବା ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିଲା। ସେ ବିଶ୍ୱର ପ୍ରଥମ ସ୍ତନ୍ୟପାନ କରାଇଥିବା ବାପା ବୋଲି କୁହାଯାଏ। କାରଣ ପ୍ରସବ ପରେ ମ୍ୟାକ୍ସମିଲନଙ୍କ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ଅଭିନବ ଉପାୟରେ ଏକ ସିରିଞ୍ଜ ଓ କୃତ୍ରିମ ନିପ୍ପଲ ମାଧ୍ୟମରେ ମ୍ୟାକ୍ସମିଲନ ନିଜେ ସ୍ତନ୍ୟପାନ କରାଇଥିଲେ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଆଇବିପିଏସ୍‌ରେ ୧୧୫୭ଟି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପ୍ରେମିକା ପାଇଁ ଜାଳୁଥିଲେ ମହମବତୀ, ଜଳିଗଲା ଘର

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାଁରେ ଯୋଡ଼ି ହେଲା ଏହି ୩ ରେକର୍ଡ

୫ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକେ ଆଜି ଆମିଷ ଖାଆନ୍ତୁ ନାହିଁ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

ଭିକ ମାଗି ପେଟ ପୋଷୁଛନ୍ତି ଶିକ୍ଷକ ପ୍ରଫୁଲ୍ଲ ମିଶ୍ର

୪ ଅଗଷ୍ଟ, ମଙ୍ଗଳବାର: ବ୍ୟସ୍ତତା ଭିତରେ ଦିନଟି କଟିବ

କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ

ପରିବେଶ ଧ୍ୱଂସ କରିବାକୁ ନିୟମ ହେବ !