Advertisment

ବନ୍ୟାର ତାଣ୍ଡବ: ରଶିରେ ଝୁଲି ନଦୀ ପାର ହେଲେ ଗର୍ଭବତୀ

ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି।  ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ହୋଇଛି। ଆଉ ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ସେଠାକାର ପରିସ୍ଥିତି ସଂପର୍କରେ ବେଶ୍ ଆକଳନ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବନ୍ୟାର ତାଣ୍ଡବ: ରଶିରେ ଝୁଲି ନଦୀ ପାର ହେଲେ ଗର୍ଭବତୀ

Untitled

ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି।  ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ହୋଇଛି। ଆଉ ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖିଲେ ସେଠାକାର ପରିସ୍ଥିତି ସଂପର୍କରେ ବେଶ୍ ଆକଳନ କରି ହେଉଛି। ଅବଶ୍ୟ ଭିଡିଓଟି ଶନିବାର ପୋଷ୍ଟ୍ ହୋଇଥିଲା। ଭିଡିଓଟି କେରଳର ପଲକ୍କଡ଼ ଅଞ୍ଚଳର।

Advertisment

ଏହି ଭିଡିଓରେ ଜଣେ ମହିଳା ଦଉଡ଼ି ସାହାଯ୍ୟରେ ବନ୍ୟାପାଣି ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ତାଙ୍କୁ ଗୋଟିଏ ଦଉଡ଼ିରେ ବନ୍ଧା ଯାଇଥିବା ବେଳେ ଆଉ ଗୋଟିଏ ଦଉଡ଼ିରେ ଓହଳି ନଦୀ ପାର ହେଉଛନ୍ତି। ୨୦ସେକେଣ୍ଡର ଏହି ଭିଡିଓଟି ଦେଖିଲେ ବନ୍ୟାଞ୍ଚଳ ଲୋକଙ୍କ ଦୁଃଖକୁ ହୃଦୟଙ୍ଗମ କରି ହେଉଛି।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କେରଳରେ ବନ୍ୟା ସମୟର ଏମିତ ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ସେତେବେଳେ ବାୟାନାଡ଼ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଏୟାରଲିଫ୍ଟ କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା।

Advertisment

https://twitter.com/ANI/status/1160161203769020416