Advertisment

୨୦୧୭ ପରେ ପ୍ରଥମ ଥର ପାଇଁ ଏକ ନମ୍ୱରରୁ ହଟିଲେ ମୋଦି

ମୁମ୍ୱାଇ: ବର୍ଷ ୨୦୨୦ ଶେଷ ହୋଇଆସୁଛି । ତେବେ ୨୦୨୦ରେ ଅନେକ ଘଟଣାବହୁଳ ଥିଲା ବଲିଉଡ ଲାଗି, ସେଥିମଧ୍ୟରୁ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ନିକଟରେ ସର୍ଚ୍ଚ ଇଞ୍ଜିନ୍ ୟାହୁ ୨୦୨୦ରେ ଅଧିକ ଥର ସର୍ଚ୍ଚ କରାଯାଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି କି ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି। ସେପଟେ ଚଳିତ ବର୍ଷରେ ସବୁଠୁ ଅଧିକ ଥର ସର୍ଚ୍ଚ […]

author-image
Subhransu Sekhar
୨୦୧୭ ପରେ ପ୍ରଥମ ଥର ପାଇଁ ଏକ ନମ୍ୱରରୁ ହଟିଲେ ମୋଦି

modi 2019

ମୁମ୍ୱାଇ: ବର୍ଷ ୨୦୨୦ ଶେଷ ହୋଇଆସୁଛି । ତେବେ ୨୦୨୦ରେ ଅନେକ ଘଟଣାବହୁଳ ଥିଲା ବଲିଉଡ ଲାଗି, ସେଥିମଧ୍ୟରୁ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା। ନିକଟରେ ସର୍ଚ୍ଚ ଇଞ୍ଜିନ୍ ୟାହୁ ୨୦୨୦ରେ ଅଧିକ ଥର ସର୍ଚ୍ଚ କରାଯାଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି କି ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି।

Advertisment

ସେପଟେ ଚଳିତ ବର୍ଷରେ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ମହିଳା ସେଲିବ୍ରିଟି ତାଲିକାରେ ଅଛନ୍ତି ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଏହାର ଅର୍ଥ ଜୁନ୍ ୧୪ରେ ମୁମ୍ବାଇ ସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କୁ ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଛି।

ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷର ସବୁଠୁ ଅଧିକ ଥର ସର୍ଚ୍ଚ କରାଯାଇଥିବା ତାଲିକାର ଏକ ନମ୍ବର ସ୍ଥାନରେ ନାହାନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ , ଏହାପରେ ରାହୁଲ ଗାନ୍ଧୀ, ଅମିତ୍ ଶାହ, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିଓ୍ୱାଲ, ମମତା ବାନାର୍ଜୀ, ଅମିତାଭ ବଚ୍ଚନ ଓ ଅଭିନେତ୍ରୀ କଙ୍ଗନା ରହିଛନ୍ତି।

Advertisment

ସୁଶାନ୍ତ ମୋଷ୍ଟ ସର୍ଚ୍ଚ ମେଲ୍ ସେଲିବ୍ରିଟି ତାଲିକାରେ ବି ଆଗରେ ଅଛନ୍ତି, ଏହାପରେ ଯଥାକ୍ରମେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ୍ ଖାନ୍, ଇରଫାନ୍ ଖାନ୍ ଓ ଋଶି କପୁର ଅଛନ୍ତି। ସେହିପରି ଏହି ବର୍ଷ ରିୟା ମୋଷ୍ଟ ସର୍ଚ୍ଚ ଫିମେଲ ସେଲିବ୍ରିଟି ତାଲିକାରେ ଆଗରେ ଅଛନ୍ତି।

୨୦୨୦ରେ ଟପ୍ ନ୍ୟୁଜ ମେକର୍ସଙ୍କ ବାବଦରେ ଯଦି କଥା ହେବା ତାଲିକାରେ ସବୁଠୁ ଆଗରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସେହିପରି ସୁଶାନ୍ତ ଓ ରିୟା ସମାନ ନମ୍ବରରେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରାହୁଲ ଗାନ୍ଧୀ ଅଛନ୍ତି।

ତେବେ ଅଭିନେତା ସୋନୁ ସୁଦ୍ ୟାହୁ ଜାରି କରିଥିବା ତାଲିକାରେ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି ଓ ତାଙ୍କୁ ହିରୋ ଅଫ୍ ଦ ଇୟର ଭାବେ ବଛାଯାଇଛି। କହି ରଖୁଛୁ କରୋନା ମହାମାରୀ ମଧ୍ୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟ ଓ ଘରେ ପହଞ୍ଚାଇବାରେ ସୋନୁଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା।