Advertisment

ଚାଷ କରୁଛନ୍ତି ମହେନ୍ଦ୍ର ସିଂହ ଧୋନି

ରାଞ୍ଚି: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରାୟ ଏକ ବର୍ଷ ଧରି ନିଜକୁ କ୍ରିକେଟ ଠାରୁ ଦୂରେଇ ନେଇଛନ୍ତି। ଏବେବି ମହେନ୍ଦ୍ର ସିଂହ ଧୋନିଙ୍କ ଅନେକ ପ୍ରଶଂସକ ତାଙ୍କୁ କ୍ରିକେଟ୍‌ ଖେଳିବାର ଦେଖିବାକୁ ଚାହୁଁଛନ୍ତି। ପ୍ରଶଂସକମାନେ ଧୋନିଙ୍କୁ ପଡିଆରେ ଖୋଜୁଥିବା ବେଳେ ଏବେ ଧୋନିଙ୍କୁ ଗୋଟେ ନୂଆ ସ୍ଥାନରେ ଦେଖିବାକୁ ମିଳିଛି। ନିଜର ଅତି ପ୍ରିୟ ୨୨ଗଜର ପଡ଼ିଆକୁ ଛାଡ଼ି ଧୋନିଙ୍କୁ ତାଙ୍କର ୨୨ ଏକରର ଚାଷଜମିରେ ଦେଖିବାକୁ ମିଳିଛି। ଯାହାର […]

ଚାଷ କରୁଛନ୍ତି ମହେନ୍ଦ୍ର ସିଂହ ଧୋନି

dhoni

Advertisment

ରାଞ୍ଚି: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରାୟ ଏକ ବର୍ଷ ଧରି ନିଜକୁ କ୍ରିକେଟ ଠାରୁ ଦୂରେଇ ନେଇଛନ୍ତି। ଏବେବି ମହେନ୍ଦ୍ର ସିଂହ ଧୋନିଙ୍କ ଅନେକ ପ୍ରଶଂସକ ତାଙ୍କୁ କ୍ରିକେଟ୍‌ ଖେଳିବାର ଦେଖିବାକୁ ଚାହୁଁଛନ୍ତି। ପ୍ରଶଂସକମାନେ ଧୋନିଙ୍କୁ ପଡିଆରେ ଖୋଜୁଥିବା ବେଳେ ଏବେ ଧୋନିଙ୍କୁ ଗୋଟେ ନୂଆ ସ୍ଥାନରେ ଦେଖିବାକୁ ମିଳିଛି।

Advertisment

ନିଜର ଅତି ପ୍ରିୟ ୨୨ଗଜର ପଡ଼ିଆକୁ ଛାଡ଼ି ଧୋନିଙ୍କୁ ତାଙ୍କର ୨୨ ଏକରର ଚାଷଜମିରେ ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  ନିଜର ରାଞ୍ଚି ସ୍ଥିତ ଫାର୍ମ ହାଉସ୍‌ ଜମିରେ ଧୋନି ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳିଛି। ଧୋନି ଏଠାରେ ଜୈବ ଚାଷ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଧୋନିଙ୍କ ଫ୍ୟାନ୍‌ ପେଜ୍‌ 'ଧୋନି ଭକ୍ତ' ଦ୍ୱାରା ଶେଆର କରାଯାଇଛି। ଭିଡ଼ିଓରେ ଧୋନିଙ୍କ ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

କିଛି ଲୋକ ଧୋନିଙ୍କୁ ତାଙ୍କର ଏହି ସାଧାରଣ ଜୀବନଯାପନଶୈଳୀ ପାଇଁ ପସନ୍ଦ କରୁଥିବା କହିଥିବା ବେଳେ କିଛି ଲୋକ ଧୋନି ପଡିଆରେ ରୁହନ୍ତୁ କିମ୍ବା ପଡିଆ ବାହାରେ ସେମାନେ ମାହି ଭାଇଙ୍କୁ ସବୁବେଳେ ଭଲ ପାଉଥିଲେ ଏବଂ ଆଗକୁ ମଧ୍ୟ ପାଇବେ ବୋଲି କହିଛନ୍ତି।

Advertisment

https://www.instagram.com/p/CB7iNIwpcog/?utm_source=ig_web_copy_link

ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ଧୋନି ନିଜ ପରିବାର ସହ ସମୟ ବିତାଉଥିବାର ନଜର ଆସିଥିଲେ। ଲକ୍‌ଡାଉନ୍‌ ସମୟରେ ଝିଅ ଜିଭା ସହ ଧୋନି ପ୍ରାୟ ସମୟ ଖେଳୁଥିବାର ଭିଡ଼ିଓ ତାଙ୍କ ସୋଶାଲ୍‌ ମିଡିଆରେ ଶେଆର କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe