Advertisment

ମଧ୍ୟପ୍ରଦେଶ ରାଜନୀତିକୁ ନେଇ ସୋଶାଲ ମିଡିଆରେ ମଜାଦାର ମିମ୍ସ...

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରକୁ ସଙ୍କଟରେ ପକାଇ ହୁଲସ୍ତୁଲ୍ କରିଥିବା ତଥା କମଲନାଥ ସରକାରଙ୍କ ବିରୋଧରେ ଲାଗିଥିବା ଧୂଆଁ ନିଆଁର ରୂପ ନେବା କଥା ତ ସମସ୍ତେ ଜାଣିସାରିଥିବେ। ହଁ ଆମେ କହୁଛୁ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସ ଛାଡ଼ି ପଦ୍ମ ଧରିବା କଥା। ସିନ୍ଧିଆଙ୍କ ଏଭଳି ନିଷ୍ପତ୍ତି କେତେକଙ୍କ ପାଇଁ ହୋଲିର ମାହୋଲକୁ ଏକଦମ୍ ଫିକା କରିଦେଇଥିବା ବେଳେ କେତେକଙ୍କ ପାଇଁ ଏହା କୌଣସି ଉତ୍ସବଠାରୁ କମ୍ ନ ଥିଲା। ତେବେ ଭାରତୀୟ ରାଜନୀତିରେ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ମଧ୍ୟପ୍ରଦେଶ ରାଜନୀତିକୁ ନେଇ ସୋଶାଲ ମିଡିଆରେ ମଜାଦାର ମିମ୍ସ...

twitter memes

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରକୁ ସଙ୍କଟରେ ପକାଇ ହୁଲସ୍ତୁଲ୍ କରିଥିବା ତଥା କମଲନାଥ ସରକାରଙ୍କ ବିରୋଧରେ ଲାଗିଥିବା ଧୂଆଁ ନିଆଁର ରୂପ ନେବା କଥା ତ ସମସ୍ତେ ଜାଣିସାରିଥିବେ। ହଁ ଆମେ କହୁଛୁ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସ ଛାଡ଼ି ପଦ୍ମ ଧରିବା କଥା। ସିନ୍ଧିଆଙ୍କ ଏଭଳି ନିଷ୍ପତ୍ତି କେତେକଙ୍କ ପାଇଁ ହୋଲିର ମାହୋଲକୁ ଏକଦମ୍ ଫିକା କରିଦେଇଥିବା ବେଳେ କେତେକଙ୍କ ପାଇଁ ଏହା କୌଣସି ଉତ୍ସବଠାରୁ କମ୍ ନ ଥିଲା। ତେବେ ଭାରତୀୟ ରାଜନୀତିରେ ଏଭଳି ଟୁଇଷ୍ଟକୁ ସୋଶାଲ ମିଡିଆ ୟୁଜର୍ସ ବା କିଭଳି ଭୁଲିଯାଇଥାନ୍ତେ? ବୁଧବାର ସିନ୍ଧିଆ ପଦ୍ମ ଧରିବା ପରେ ସୋଶାଲ ମିଡିଆରେ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଥିବାବେଳେ ମଜାଦାର ‘ମିମ୍ସ’ ମଧ୍ୟ ଟ୍ରେଣ୍ଡ୍ କରିବାରେ ଲାଗିଛି।

Advertisment

ବିଜେପିରେ ସାମିଲ ହେବାଠାରୁ ହ୍ୟାଶଟ୍ୟାଗ୍ ସହ ଟ୍ୱିଟରରେ ଜ୍ୟୋତିରାଦିଦ୍ୟ ସିନ୍ଧିଆ (#JyotiradityaMScindia) ଟୁଇଟରରେ ଟ୍ରେଣ୍ଡ ହେଉଥିଲେ। 24 ଘଣ୍ଟା ମଧ୍ୟରେ ପ୍ରାୟ 60 ହଜାରୁ ଊର୍ଦ୍ଧ୍ୱ ଟୁଇଟ୍ କରାଯାଇଥିଲା। ଏଥିରେ କିଛି ଏଭଳି ମିମ୍ସ ରହିଥିଲା, ଯ।ହା ଆପଣ ଦେଖିଲେ ମଧ୍ୟ ନିଜ ହସ ରୋକିପାରିବେ ନାହିଁ। ଟିକେ ନଜର ପକାନ୍ତୁ...

Advertisment

ସୂଚନା ଯେ, କଂଗ୍ରେସ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ତାଙ୍କ ସମର୍ଥକ 22 ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। ଫଳରେ ମଧ୍ୟପ୍ରଦେଶରେ କମଲନାଥ ସରକାର ସଂଖ୍ୟାଲଘୁ ହୋଇଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନଙ୍କ ପାଇଁ ପୁଣିଥରେ କ୍ଷମତାକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ସିନ୍ଧିଆଙ୍କ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ପରେ ଆଗକୁ ସଚିନ ପାଇଲଟ ମଧ୍ୟ ସମାନ ରାସ୍ଥା ଆପଣାଇବେ ବୋଲି ମଧ୍ୟ ସୋଶାଲ ମିଡିଆରେ ମଜାଦାର ‘ପଲିଟିକାଲ ମିମ୍ସ’ ଭାଇରାଲ ହେଉଛି।