Advertisment

'ହଟ୍‌-ଡଗ୍‌' ଖାଇ ଟଳିପଡ଼ିଲେ ଯୁବତୀ

ୱାଶିଂଟନ୍‌: ସାଧରଣତଃ ଆଜିକାଲିର ଯୁବପିଢ଼ୀ ପିଜ୍ଜା, ବର୍ଗର, ସ୍ୟାଣ୍ଡବିଚ୍‌ ଓ ହଟ୍‌ ଡଗ୍‌ ଭଳି ଫାଷ୍ଟ ଫୁଡ୍‌ ଖାଇବା ପାଇଁ ବେଶ୍‌ ଭଲ ପାଆନ୍ତି। କିନ୍ତୁ ଏହି ଫାଷ୍ଟ ଫୁଡ୍‌ ଖାଇବା ଜଣେ ଯୁବତୀଙ୍କୁ ମହଙ୍ଗା ପଡିଛି। ତାଙ୍କ ପାଇଁ କାଳ ସାଜିଛି ଏହି ଫାଷ୍ଟଫୁଡ୍‌। ହଟ୍‌-ଡଗ ଖାଇ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଛି।  ନିକଟରେ ଏଭଳି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଆମେରିକାର ଜଣେ ୨୦ ବର୍ଷୀୟ ଯୁବତୀ ‘ହଟ୍‌ ଡଗ୍‌’ […]

ଅଦ୍ୟତନ ହୋଇଛି
'ହଟ୍‌-ଡଗ୍‌' ଖାଇ ଟଳିପଡ଼ିଲେ ଯୁବତୀ

Hot dog

Advertisment

ୱାଶିଂଟନ୍‌: ସାଧରଣତଃ ଆଜିକାଲିର ଯୁବପିଢ଼ୀ ପିଜ୍ଜା, ବର୍ଗର, ସ୍ୟାଣ୍ଡବିଚ୍‌ ଓ ହଟ୍‌ ଡଗ୍‌ ଭଳି ଫାଷ୍ଟ ଫୁଡ୍‌ ଖାଇବା ପାଇଁ ବେଶ୍‌ ଭଲ ପାଆନ୍ତି। କିନ୍ତୁ ଏହି ଫାଷ୍ଟ ଫୁଡ୍‌ ଖାଇବା ଜଣେ ଯୁବତୀଙ୍କୁ ମହଙ୍ଗା ପଡିଛି। ତାଙ୍କ ପାଇଁ କାଳ ସାଜିଛି ଏହି ଫାଷ୍ଟଫୁଡ୍‌। ହଟ୍‌-ଡଗ ଖାଇ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଛି।  ନିକଟରେ ଏଭଳି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ଆମେରିକାର ଜଣେ ୨୦ ବର୍ଷୀୟ ଯୁବତୀ 'ହଟ୍‌ ଡଗ୍‌' ଖାଇ ଟଳି ପଡିଛନ୍ତି। ତାଙ୍କର ମୃତ୍ୟୁ ହୋଇଛି। ପ୍ରକୃତରେ ସେ ହଟ୍‌ ଡଗ୍‌ ଖାଇବା ପ୍ରତିଯୋଗିତାରେ ଭାଗ ନେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ ଗଳା ହଟ୍‌ ଡଗ୍‌ ଫସିଯାଇଥିଲା। ଏହାପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଚୋକ୍‌ ହୋଇଯିବା କାରଣରୁ କିଛି ସମୟ ଭିତରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ପ୍ରତିଯୋଗିତାକୁ ଆମେରିକାର ଏକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଆୟୋଜିତ କରାଯାଇଥିଲା।

ରିପୋର୍ଟ ମୁତାବକ, ଉକ୍ତ ୨୦ ବର୍ଷୀୟ ଯୁବତୀଙ୍କ ନାଁ ମ୍ୟାଡଲିନ୍‌ ଥିଲା, ଯିଏ ଟଫ୍ସ୍‌ ୟୁନିର୍ଭସିଟିରେ ପଢ଼ୁଥିଲେ। ଗତ ସପ୍ତାହରେ କ୍ୟାମ୍ପସରେ ହଟ୍‌-ଡଗ ଖାଇବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମ୍ୟାଡଲିନ୍‌ ସାମିଲ ହୋଇଥିଲେ। ତେବେ ହଟ୍‌-ଡଗ୍‌ ଖାଇବା ସମୟରେ ତାଙ୍କ ତଣ୍ଟିରେ ଅଟକି ଯାଇଥିଲା। ଚୋକ୍‌ ହେବା ଯୋଗୁଁ ତୁରନ୍ତ ତାଙ୍କୁ ବୋଷ୍ଟନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ୱେ ମ୍ୟାଡଲିନ୍‌ ବଞ୍ଚି ପାରିନଥିଲେ। ଘଟଣାର ଦିନକ ପରେ ହିଁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

କୁହାଯାଉଛି ଯେ, ମ୍ୟାଡ୍‌ଲିନ୍‌ ୟୁନିର୍ଭସିଟିରେ ବେଶ୍‌ ଚର୍ଚ୍ଚିତ ଥିଲେ। ସେ ଜଣେ ପ୍ରସିଦ୍ଧ ଆଥଲିଟ୍‌ ମଧ୍ୟ ଥିଲେ। ସେ ବାୟୋସାଇକୋଲଜିର ଛାତ୍ରୀ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe