ନୂଆଦିଲ୍ଲୀ: ଗୁଗଲ୍ ମ୍ୟାପ୍କୁ ନେଇ ଅନେକ ଅଭିଯୋଗ ହୁଏ। ଏହି ଅଭିଯୋଗକୁ ଆଧାର କରି ଗୁଗଲ୍ ଆପ୍ରେ ପରିବର୍ତ୍ତନ ମଧ୍ୟ ଆଣେ। ଏଥିପାଇଁ ଗୁଗଲ୍ ଅନେକ ଫିଚର ମଧ୍ୟ ଆରମ୍ଭ କରିଛି। ଯେଉଁଥିରେ ଆଖ ପାଖରେ କେଉଁଠି ହୋଟେଲ୍, ପେଟ୍ରୋଲ୍ ପମ୍ପ, ସରକାରୀ କାର୍ଯ୍ୟାଳୟ ରହିଛି ଏସବୁ ଜଣା ପଡ଼ିଯାଏ। ଅନେକ ଥର ଲୋକେ ଗୁଗଲ୍ ସର୍ଟକଟ୍ ଦେଖାଉଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଏମିତି କିଛି ଅସୁବିଧାରେ ପଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀର କାର୍ତ୍ତିକ ଅରୋରା ।
କାର୍ତ୍ତିକ୍ ଅରୋରା ଟ୍ୱିଟ୍ କରିଥିଲେ, “ପ୍ରିୟର ଗୁଗଲ୍, ଏତେ ଭଲ ମ୍ୟାପ ତିଆରି କଲ। ଆଉ ଏକ ଛୋଟ ଫିଚର ଦେଇଥାନ୍ତ। ଯେଉଁଥିରେ ସଫା ସଫା କହିଥାନ୍ତ ଫ୍ଲାୟ ଓଭର ଉପରେ ଚଢ଼ିବାକୁ ହେବ ନା ତଳ ପଟେ ଯିବାକୁ ପଡ଼ିବ। ୫ଇଞ୍ଚର ସ୍କ୍ରିନ୍ରେ ଅଧ ମି.ମିର ଡିଫ୍ଲେକ୍ସନକୁ ଜଣେ ବ୍ୟକ୍ତି କେମିତି ଦେଖିବ କୁହତ?”
ଗୁଗଲ୍ ମଧ୍ୟ ମଜାଦାର ପ୍ରଶ୍ନର ଉତ୍ତର ମଧ୍ୟ ମଜାଦାର ଢଙ୍ଗରେ ଦେଇଛି। ଶାୟରୀଟିଏ ଲେଖିଛି ଗୁଗଲ୍। ଗୁଗଲ୍ ଲେଖିଛି, “ଶୁକ୍ର ମାନତେ ହୈ ଆପ୍ ଜେସେ ୟୁଜର୍ସ କା, ଜୋ ହମେ ସହି ରାସ୍ତା ଦିଖାତେ ହୈ, ବେହତର ବନତେ ଜାତେ ୟେ ସଫର ରୁକେଗା ନେହିଁ, ମେରେ ହମ୍ସଫର।”
ଏବେ କାର୍ତ୍ତିକ୍ ଏବଂ ଗୁଗଲ୍ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
https://twitter.com/GoogleIndia/status/1088288746397667330
https://khabar.ndtv.com/news/zara-hatke/google-map-indian-guy-asks-google-to-add-a-little-feature-1982951
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।