Advertisment

ଗୁଗଲ୍‌ ମ୍ୟାପ୍‌କୁ ନେଇ ଅଭିଯୋଗ, ଶାୟରୀରେ ଜବାବ୍‌ ରଖିଲା ଗୁଗଲ୍‌

ନୂଆଦିଲ୍ଲୀ: ଗୁଗଲ୍‌ ମ୍ୟାପ୍‌କୁ ନେଇ ଅନେକ ଅଭିଯୋଗ ହୁଏ। ଏହି  ଅଭିଯୋଗକୁ ଆଧାର କରି ଗୁଗଲ୍‌ ଆପ୍‌ରେ ପରିବର୍ତ୍ତନ ମଧ୍ୟ ଆଣେ। ଏଥିପାଇଁ ଗୁଗଲ୍‌ ଅନେକ ଫିଚର ମଧ୍ୟ ଆରମ୍ଭ କରିଛି। ଯେଉଁଥିରେ ଆଖ ପାଖରେ କେଉଁଠି ହୋଟେଲ୍‌, ପେଟ୍ରୋଲ୍‌ ପମ୍ପ, ସରକାରୀ କାର୍ଯ୍ୟାଳୟ ରହିଛି ଏସବୁ ଜଣା ପଡ଼ିଯାଏ। ଅନେକ ଥର ଲୋକେ ଗୁଗଲ୍‌ ସର୍ଟକଟ୍‌ ଦେଖାଉଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଏମିତି କିଛି ଅସୁବିଧାରେ ପଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀର କାର୍ତ୍ତିକ ଅରୋରା । କାର୍ତ୍ତିକ୍‌ […]

ଗୁଗଲ୍‌ ମ୍ୟାପ୍‌କୁ ନେଇ ଅଭିଯୋଗ, ଶାୟରୀରେ ଜବାବ୍‌ ରଖିଲା ଗୁଗଲ୍‌

Dr8ZaznVAAAnqlf

Advertisment

ନୂଆଦିଲ୍ଲୀ: ଗୁଗଲ୍‌ ମ୍ୟାପ୍‌କୁ ନେଇ ଅନେକ ଅଭିଯୋଗ ହୁଏ। ଏହି  ଅଭିଯୋଗକୁ ଆଧାର କରି ଗୁଗଲ୍‌ ଆପ୍‌ରେ ପରିବର୍ତ୍ତନ ମଧ୍ୟ ଆଣେ। ଏଥିପାଇଁ ଗୁଗଲ୍‌ ଅନେକ ଫିଚର ମଧ୍ୟ ଆରମ୍ଭ କରିଛି। ଯେଉଁଥିରେ ଆଖ ପାଖରେ କେଉଁଠି ହୋଟେଲ୍‌, ପେଟ୍ରୋଲ୍‌ ପମ୍ପ, ସରକାରୀ କାର୍ଯ୍ୟାଳୟ ରହିଛି ଏସବୁ ଜଣା ପଡ଼ିଯାଏ। ଅନେକ ଥର ଲୋକେ ଗୁଗଲ୍‌ ସର୍ଟକଟ୍‌ ଦେଖାଉଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି। ଏମିତି କିଛି ଅସୁବିଧାରେ ପଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି ଦିଲ୍ଲୀର କାର୍ତ୍ତିକ ଅରୋରା ।

Advertisment

କାର୍ତ୍ତିକ୍‌ ଅରୋରା ଟ୍ୱିଟ୍‌ କରିଥିଲେ, “ପ୍ରିୟର ଗୁଗଲ୍‌, ଏତେ ଭଲ ମ୍ୟାପ ତିଆରି କଲ। ଆଉ ଏକ ଛୋଟ ଫିଚର ଦେଇଥାନ୍ତ। ଯେଉଁଥିରେ ସଫା ସଫା କହିଥାନ୍ତ ଫ୍ଲାୟ ଓଭର ଉପରେ ଚଢ଼ିବାକୁ ହେବ ନା ତଳ ପଟେ ଯିବାକୁ ପଡ଼ିବ। ୫ଇଞ୍ଚର ସ୍କ୍ରିନ୍‌ରେ ଅଧ ମି.ମିର ଡିଫ୍ଲେକ୍ସନକୁ ଜଣେ ବ୍ୟକ୍ତି କେମିତି ଦେଖିବ କୁହତ?”

ଗୁଗଲ୍‌ ମଧ୍ୟ ମଜାଦାର ପ୍ରଶ୍ନର ଉତ୍ତର ମଧ୍ୟ ମଜାଦାର ଢଙ୍ଗରେ ଦେଇଛି।  ଶାୟରୀଟିଏ ଲେଖିଛି ଗୁଗଲ୍‌। ଗୁଗଲ୍‌ ଲେଖିଛି, “ଶୁକ୍ର ମାନତେ ହୈ ଆପ୍‌ ଜେସେ ୟୁଜର୍ସ କା, ଜୋ ହମେ ସହି ରାସ୍ତା ଦିଖାତେ ହୈ, ବେହତର ବନତେ ଜାତେ ୟେ ସଫର ରୁକେଗା ନେହିଁ, ମେରେ ହମ୍‌ସଫର।”

Advertisment

ଏବେ କାର୍ତ୍ତିକ୍‌ ଏବଂ ଗୁଗଲ୍‌ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

https://twitter.com/GoogleIndia/status/1088288746397667330

https://khabar.ndtv.com/news/zara-hatke/google-map-indian-guy-asks-google-to-add-a-little-feature-1982951

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe