Advertisment

ନାତି ପାଇଁ ସାଜିଲେ ଭାଲୁ

ନୂଆଦିଲ୍ଲୀ: ଜେଜେ ମା’-ବାପାଙ୍କ ପାଇଁ ବିଶ୍ୱରେ ସବୁଠୁ ପ୍ରିୟ ହୋଇଥା’ନ୍ତି ତାଙ୍କ ନାତି-ନାତୁଣୀ । ସେ ତାଙ୍କ ପାଇଁ ନିଜ ପୁଅ-ଝିଅଙ୍କୁ ବି ଭୁଲିଯା’ନ୍ତି । ନିଜ ଛୁଆଠାରୁ ଅଧିକ ନାତି-ନାତୁଣୀଙ୍କୁ ଭଲ ପାଆନ୍ତି ସେମାନେ। ନିଜ ନାତି-ନାତୁଣୀଙ୍କ ପାଇଁ ସେମାନେ କିଛି ବି କରି ପକାନ୍ତି । ନିକଟରେ ଜଣେ ବୟସ୍କ ଦମ୍ପତି ନାତିଙ୍କୁ ଭେଟିବା ନିଆରା ଉପାୟ ଆପଣାଇଛନ୍ତି । ସେ ନାତି ପାଇଁ ପାଲଟି ଯାଇଛନ୍ତି ଧଳା ଭାଲୁ । ଏଭଳି ଏକ […]

ନାତି ପାଇଁ ସାଜିଲେ ଭାଲୁ

grandparent

Advertisment

ନୂଆଦିଲ୍ଲୀ: ଜେଜେ ମା’-ବାପାଙ୍କ ପାଇଁ ବିଶ୍ୱରେ ସବୁଠୁ ପ୍ରିୟ ହୋଇଥା’ନ୍ତି ତାଙ୍କ ନାତି-ନାତୁଣୀ । ସେ ତାଙ୍କ ପାଇଁ ନିଜ ପୁଅ-ଝିଅଙ୍କୁ ବି ଭୁଲିଯା’ନ୍ତି । ନିଜ ଛୁଆଠାରୁ ଅଧିକ ନାତି-ନାତୁଣୀଙ୍କୁ ଭଲ ପାଆନ୍ତି ସେମାନେ। ନିଜ ନାତି-ନାତୁଣୀଙ୍କ ପାଇଁ ସେମାନେ କିଛି ବି କରି ପକାନ୍ତି । ନିକଟରେ ଜଣେ ବୟସ୍କ ଦମ୍ପତି ନାତିଙ୍କୁ ଭେଟିବା ନିଆରା ଉପାୟ ଆପଣାଇଛନ୍ତି । ସେ ନାତି ପାଇଁ ପାଲଟି ଯାଇଛନ୍ତି ଧଳା ଭାଲୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ ।

Advertisment

କରୋନା ଯୋଗୁଁ ଇଂଲଣ୍ଡରେ ରହୁଥିବା ୭୦ ବର୍ଷୀୟ ବୃଦ୍ଧ ଦମ୍ପତିଙ୍କୁ ଦୀର୍ଘ ୯ ମାସ ହେବ ନିଜ ତିନି ଜଣ ନାତିଙ୍କ ଠାରୁ ଦୂରେଇ ରହିବାକୁ ପଡିଥିଲା। ନାତିଙ୍କୁ ଭେଟି ପାରୁନଥିବା ଯୋଗୁଁ ଏହି ବୃଦ୍ଧ ଦମ୍ପତି ବେଶ ଦୁଃଖିତ ହୋଇପଡିଥିଲେ। ଶେଷରେ ତାଙ୍କୁ ଭେଟିବା ପାଇଁ ଏକ ନିଆରା ଉପାୟ ବାହାର କରିଥିଲେ ବୃଦ୍ଧ ଦମ୍ପତି। ମେଟ୍ରୋ ଖବର ମୁତାବକ, ଖ୍ରୀଷ୍ଟମାସ କିଣାକିଣି ବେଳେ ଏହି ଜେଜେ ମା’-ବାପା ଦୁଇ ଜଣ ଦୁଇଟି ପୋଲାର ବିଅର ତଥା ଧଳା ଭାଲୁର ପୋଷାକ କିଣିଥିଲେ ।

ତା’ପରେ ଏହି ପୋଷାକକୁ ପିନ୍ଧି ଉଭୟ ବାହାରି ପଡିଥିଲେ ନାତିଙ୍କୁ ଭେଟିବା ପାଇଁ। ନାତିଙ୍କୁ ଭେଟି ଦୁହେଁ ତାଙ୍କୁ ଖ୍ରୀଷ୍ଟମାସ ସରପ୍ରାଇଜ ଦେବା ସହ ଭାବବିହ୍ୱଳ ହୋଇ ଆଲିଙ୍ଗନ ମଧ୍ୟ କରିଥିଲେ । ସେପଟେ ଦୀର୍ଘ ଦିନ ପରେ ଜେଜେ ମା’ ଓ ବାପାଙ୍କୁ ପାଖରେ ପାଇ ନାତିମାନ ମଧ୍ୟ ଖୁସିରେ ଗଦଗଦ୍ ହୋଇଯାଇଥିଲେ । ଏହି ବୃଦ୍ଧ ଦମ୍ପତିଙ୍କ ଏଭଳି ନିଆରା ଆଇଡିଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜେଜେ ମା’ ଜଣକ କହିଛନ୍ତି, ମୋ ପାଇଁ ବର୍ଷ ୨୦୨୦ର ଏହା ସବୁଠାରୁ ବଡ ମୁହୂର୍ତ୍ତ ଥିଲା।

Advertisment

ସୂଚନା ଯୋଗ୍ୟ ଯେ, ମହାମାରୀ କରୋନା ଅନେକ ଲୋକଙ୍କୁ ପରସ୍ପରଠାରୁ ଦୂରେଇ ଦେଇଛି । କେଉଁଠି ବାପା, ପୁଅକୁ ଭେଟି ପାରୁନି ତ ଆଉ କିଏ ଚାହିଁଲେ ବି ନିଜ ଛୁଆକୁ ଆଲିଙ୍ଗନ କରିପାରୁନି । ମହାମାରୀ ପାଇଁ ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିଛି । ବିଶେଷକରି ବୟସ୍କ ବ୍ୟକ୍ତିଙ୍କୁ ଧ୍ୟାନରେ ରଖି ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।

Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe