ୱାର୍କ ଫ୍ରମ୍‌ ମଣ୍ଡପ, ବର ହାତରେ ଲାପଟପ...

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଆରମ୍ଭ ହୋଇଥିବା ୱାର୍କ ଫ୍ରମ୍‌ ହୋମ୍‌ ଟ୍ରେଣ୍ଡ ଦିନକୁ ଦିନୁ ଅସହ୍ୟ ହେଲାଣି। ପ୍ରଥମେ ପ୍ରଥମେ ଏହା ଖୁବ୍‌ ମଜାଦାର ହେବ ବୋଲି ଲୋକେ ଭାବୁଥିବା ବେଳେ ଏବେ କିନ୍ତୁ ଫଳ ଓଲଟା ମିଳୁଛି। ଏପରିକି ନିଜ ଟାର୍ଗେଟ କାମ ସାରିବାକୁ ଲୋକେ ଦିନରୁ ରାତି ଯାଏ କମ୍ପ୍ୟୁଟର ତଥା ଲାପଟପ ଆଗରେ ବସୁଛନ୍ତି। ଏବେ ଏପରି ଏକ ଭିଡିଓ ଆସିଛି, ଯେଉଁଠି ହାତ ଗଣ୍ଡି ପଡ଼ିବା ପୂର୍ବରୁ ମଣ୍ଡପରେ ବର […]

marriage pic

marriage pic

Niharika Rout
  • Published: Monday, 26 July 2021
  • Updated: 26 July 2021, 11:34 AM IST

Sports

Latest News

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଆରମ୍ଭ ହୋଇଥିବା ୱାର୍କ ଫ୍ରମ୍‌ ହୋମ୍‌ ଟ୍ରେଣ୍ଡ ଦିନକୁ ଦିନୁ ଅସହ୍ୟ ହେଲାଣି। ପ୍ରଥମେ ପ୍ରଥମେ ଏହା ଖୁବ୍‌ ମଜାଦାର ହେବ ବୋଲି ଲୋକେ ଭାବୁଥିବା ବେଳେ ଏବେ କିନ୍ତୁ ଫଳ ଓଲଟା ମିଳୁଛି। ଏପରିକି ନିଜ ଟାର୍ଗେଟ କାମ ସାରିବାକୁ ଲୋକେ ଦିନରୁ ରାତି ଯାଏ କମ୍ପ୍ୟୁଟର ତଥା ଲାପଟପ ଆଗରେ ବସୁଛନ୍ତି।

ଏବେ ଏପରି ଏକ ଭିଡିଓ ଆସିଛି, ଯେଉଁଠି ହାତ ଗଣ୍ଡି ପଡ଼ିବା ପୂର୍ବରୁ ମଣ୍ଡପରେ ବର ଲାପଟପ ଧରି ବସିଥିବା ଦେଖିବାକୁ ମିଳୁଛି। ବ୍ରାହ୍ଣଣ ମନ୍ତ୍ର ଉଚ୍ଚାରଣରେ ବ୍ୟସ୍ତ ଥିବା ବେଳେ ବର ବି ନିଜ ଲାପଟପ୍‌ରେ ବ୍ୟସ୍ତା। ମଣ୍ଡପରୁ କିଛି ଦୂରରେ ବସିଥିବା କନିଆ ମଧ୍ୟ ଏହାକୁ ଦେଖି ନିଜ ହସ ରୋକି ପାରୁ ନ ଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏପରି ବିରଳ ଦୃଶ୍ୟ ଏକ ମରାଠି ବିବାହରେ ଦେଖିବାକୁ ମିଳିଥିବା ବେଳେ ଜୟ-ରାଜ ବିଜୟସିଂ ଦେଶମୁଖ ନାମକ ଫଟୋଗ୍ରାଫର ଏହାକୁ ଚଳିତ ମାସ ଆରମ୍ଭରେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଥିଲେ। ଏହାକୁ ଏପର୍ଯ୍ୟନ୍ତ ୧.୬ ମିଲିଅନ ଲୋକ ଦେଖି ସାରିଥିବା ବେଳେ କମେଣ୍ଟ ମଧ୍ୟ ପ୍ରବଳ ଆସୁଛି।

[caption id="attachment_661838" align="aligncenter" width="650"]marriage Pic ମଣ୍ଡପରେ ଲାପଟପ୍‌ ସହ ବର ବ୍ୟସ୍ତ ଥିବା ବେଳେ ହସି ହସି ବେଦମ କନିଆ।[/caption]

ହାତଗଣ୍ଠି ପଡ଼ିବା ପୂର୍ବରୁ ନିଜ ଭାବି ପତିଙ୍କ ଏପରି ଲାପଟପ ପ୍ରେମ ଦେଖି କନିଆ ମଧ୍ୟ ହସି ହସି ନାକେଦମ।  ଆପଣଙ୍କ ବସ୍‌ ଆପଣଙ୍କ ଛୁଟି ଆବେଦନକୁ ନାମଞ୍ଜୁର କରିଦେଲେକି ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି।

ଆଉ କିଛି ୟୁଜର୍ସ କମେଣ୍ଟ କରିଛନ୍ତି କି, ହୁଏତ ବରଜଣକ ଦୂରରେ ଥିବା ନିଜ ପରିବାର ଲୋକ ତଥା  ବନ୍ଧୁବାନ୍ଧବଙ୍କୁ ଭିଡିଓ କଲ୍‌ ଜରିଆରେ ନିଜ ବିବାହରେ ସାମିଲ କରିବାକୁ ଏପରି କରୁଛନ୍ତି।

ଗତ ଫେବୃଆରୀରେ ଏପରି ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଚତୁର୍ଥୀ ରାତିରେ ନବ ବିବାହିତା କନିଆଜଣକ ସ୍ୱାମୀଙ୍କ ଅପେକ୍ଷାରେ ବସିଥିବା ବେଳେ ସ୍ୱାମୀ କିନ୍ତୁ ଉକ୍ତ ରୁମ୍‌ରେ ଲାପଟପ୍‌ରେ ନିଜ କାମରେ ବ୍ୟସ୍ତ ଥିଲେ। ସୋଶାଲ ମିଡିଆରେ ଏହା ଖୁବ୍‌ ଟ୍ରେଣ୍ଡ କରିଥିବା ବେଳେ ଏହାକୁ ବହୁ ଲୋକ ଦେଖିଥିଲେ ଓ କମେଣ୍ଟ ବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos