Advertisment

ଇଏ ଔଷଧ ଖୋଳ ନା ବାହାଘର କାର୍ଡ ?

ନୂଆଦିଲ୍ଲୀ: ବିବାହ କାର୍ଡ ତ ଆପଣ ନିଶ୍ଚିତ ଦେଖିଥିବେ। ହେଲେ କେବେ କି ଏପରି ଏକ କାର୍ଡ ଦେଖିଛନ୍ତି ଯାହା ଦେଖିବାକୁ ଅବିକଳ ଏକ ମେଡିସିନ୍ ଖୋଳ ପରି। ଠିକ୍ ଏହିପରି ଏକ କାର୍ଡର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ଦ୍ୱନ୍ଦ୍ୱରେ ପଡ଼ିବେ, ଇଏ ବିବାହ କାର୍ଡ ନା ଔଷଧ ଖୋଳ? ସାଧାରଣତଃ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟମାନ ଆପଣାଇଥାନ୍ତି। ଏମିତିକି […]

ଅଦ୍ୟତନ ହୋଇଛି
ଇଏ ଔଷଧ ଖୋଳ ନା ବାହାଘର କାର୍ଡ ?

card

Advertisment

ନୂଆଦିଲ୍ଲୀ: ବିବାହ କାର୍ଡ ତ ଆପଣ ନିଶ୍ଚିତ ଦେଖିଥିବେ। ହେଲେ କେବେ କି ଏପରି ଏକ କାର୍ଡ ଦେଖିଛନ୍ତି ଯାହା ଦେଖିବାକୁ ଅବିକଳ ଏକ ମେଡିସିନ୍ ଖୋଳ ପରି। ଠିକ୍ ଏହିପରି ଏକ କାର୍ଡର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ଦ୍ୱନ୍ଦ୍ୱରେ ପଡ଼ିବେ, ଇଏ ବିବାହ କାର୍ଡ ନା ଔଷଧ ଖୋଳ?

Advertisment

ସାଧାରଣତଃ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଉପାୟମାନ ଆପଣାଇଥାନ୍ତି। ଏମିତିକି ଅଧିକାଂଶ ଲୋକ ବାହାଘର କାର୍ଡ ପଛରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଆରା କିସମର କାର୍ଡ ବନାଇଥାନ୍ତି। ଠିକ୍ ସେହିପରି ଏକ କାର୍ଡ ବିଷୟରେ ଆମେ କହିବୁ ଯାହା ଜାଣି ଆପଣ ବି ଦ୍ୱନ୍ଦ୍ୱରେ ପଡିଯିବେ।

ନିକଟରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା ଏହି ନିଆରା ବିବାହ କାର୍ଡର ଫଟୋକୁ ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଥିଲେ। କାର୍ଡଟି ଦେଖିବାକୁ ଅବିକଳ ଔଷଧ ଖୋଳ ପରି। ଔଷଧ ଖୋଳ ପଛରେ ଯେମିତି ଲେଖାହୋଇଥାଏ ଠିକ୍ ସେହିପରି କାର୍ଡରେ ମଧ୍ୟ ବିବାହର ତାରିଖ ସ୍ଥାନ ଆଦି ବିବରଣୀ ଲେଖା ହୋଇଛି।

Advertisment

https://twitter.com/hvgoenka/status/1560955307894796289?s=20&t=X69e4buj-73rmRLN79bMIA

ଫଟୋଟିକୁ ଶେଆର କରିବା ସହ ଏହାର କ୍ୟାପସନରେ ହର୍ଷ ଗୋଏଙ୍କା ଲେଖିଛନ୍ତି ଯେ, ‘ଜଣେ ଫାର୍ମାସିଷ୍ଟଙ୍କ ବିବାହକୁ ନିମନ୍ତ୍ରଣ! ଆଜିକାଲି ଲୋକମାନେ ଏତେ ଅଭିନବ ହୋଇପାରିଛନ୍ତି।’ ତେବେ ଏଥିରୁ ଜଣାପଡ଼ୁଛି ଯେ, ଏହି କାର୍ଡଟି ଜଣେ ଫାର୍ମାସିଷ୍ଟଙ୍କ ବିବାହ ନିମନ୍ତ୍ରଣ କାର୍ଡ। ଏହି ନିଆରା କାର୍ଡଟି ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଥିରେ ବିବାହ ତାରିଖ, ସମୟ ଏବଂ ବର ଏବଂ ବରର ନାମ ରହିଛି। ବିବାହ ତାରିଖ ୫ ସେପ୍ଟେମ୍ବର ବୋଲି ମଧ୍ୟ ଲେଖା ହୋଇଛି।  ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ ମାଧ୍ୟମରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe