Advertisment

ବର୍ଷା ପାଣିରେ ପଶି ଲାଇଭ୍‌ ରିପୋର୍ଟିଂ କଲେ ସ୍କୁଲ୍‌ ଛାତ୍ରୀ, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ସୋଶାଲ୍‌ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ପ୍ରବଳ ବର୍ଷାରେ ରାସ୍ତା ଘାଟରେ ପାଣି ଜମା ହେବାରୁ ଯିବା ଆସିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ସମୟରେ ଭଲ ଲୋକ ଘରୁ ବାହାରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି, ସେ ସମୟରେ ଉକ୍ତ ସ୍ଥାନର ଚିତ୍ର ଦେଖାଇବାକୁ ପାଣିକୁ ଓହ୍ଲାଇଛନ୍ତି ଜଣେ କୁନି ଝିଅ। ରାସ୍ତା ସାରା ପାଣି ଜମି ସୁଅ ଚାଲିଥିବା ବେଳେ […]

ଅଦ୍ୟତନ ହୋଇଛି
ବର୍ଷା ପାଣିରେ ପଶି ଲାଇଭ୍‌ ରିପୋର୍ଟିଂ କଲେ ସ୍କୁଲ୍‌ ଛାତ୍ରୀ, ଦେଖନ୍ତୁ ଭିଡିଓ

p11

Advertisment

ଚଣ୍ଡିଗଡ଼: ସୋଶାଲ୍‌ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ପ୍ରବଳ ବର୍ଷାରେ ରାସ୍ତା ଘାଟରେ ପାଣି ଜମା ହେବାରୁ ଯିବା ଆସିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ସମୟରେ ଭଲ ଲୋକ ଘରୁ ବାହାରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି, ସେ ସମୟରେ ଉକ୍ତ ସ୍ଥାନର ଚିତ୍ର ଦେଖାଇବାକୁ ପାଣିକୁ ଓହ୍ଲାଇଛନ୍ତି ଜଣେ କୁନି ଝିଅ।

Advertisment

ରାସ୍ତା ସାରା ପାଣି ଜମି ସୁଅ ଚାଲିଥିବା ବେଳେ କୁନି ଝିଅଟି ଏହାକୁ ଖାତିର ନ କରି ବାସ୍ତବ ସ୍ଥିତି ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇବା ଉଦ୍ଦେଶ୍ୟରେ ରାସ୍ତାକୁ ଓହ୍ଲାଇ ଲାଇଭ୍‌ ଭିଡିଓ  ରିପୋର୍ଟିଂ କରୁଛି। ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଟ୍ୱିଟର୍ ୟୁଜର୍‌ ଏହି ଭିଡିଓ ଦେଖି କୁନି ଝିଅକୁ ଖୁବ୍‌ ତାରିଫ୍‌ କରୁଛନ୍ତି।

ଭିଡିଓରେ ଦେଖାଯାଉଛି ଯେ, ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମା ହୋଇଯାଇଛି। ଆଉ ଜଣେ କୁନି ଝିଅ ଲାଇଭ୍‌ ରିପୋର୍ଟିଂ କରୁଛନ୍ତି। ଭିଡିଓଟିକୁ ଚିଙ୍ଗୁରୁ ପ୍ରଶାନ୍ଥ ନାମକ ବ୍ୟକ୍ତି ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।

Advertisment

ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ‘ହରିୟାଣାର ଜଣେ ସ୍କୁଲ୍‌ ଛାତ୍ରୀ ପାଣି ଜମା ହୋଇଥିବା ରାସ୍ତାରେ ଲାଇଭ୍‌ ରିପୋର୍ଟିଂ କରୁଛି। ଆମେ ଆଶା କରୁଛୁ ଯେ, ଛୋଟ ଝିଅର କଥା ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିବ। ଏହି ଝିଅଟି ଟିଭି ସାମ୍ବାଦିକ ଭଳି ରିପୋର୍ଟିଂ କରିଛି, ଏଥିରେ ଦ୍ୱିମତ ନାହିଁ।

ଦେଖନ୍ତୁ ଭିଡିଓ

https://twitter.com/prashantchiguru/status/1152517284411240449

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe