Advertisment

ଅଣ୍ଡା ଚୋରି କରି ପୁଲିସ କର୍ମଚାରୀ ନିଲମ୍ୱିତ, ଭିଡିଓ ଭାଇରାଲ

ଚଣ୍ଡିଗଡ଼: ଅଣ୍ଡା ଚୋରି କରି ପଞ୍ଜାବ ପୁଲିସର ଜଣେ ହେଡ‌୍‍ କନଷ୍ଟେବଳ ନିଲମ୍ୱିତ ହୋଇଛନ୍ତି। ତାଙ୍କ ନାଁ ପ୍ରୀତପାଲ ସିଂହ। ନିଲମ୍ୱନ କରାଯିବ ସହ ତାଙ୍କ ବିରୋଧରେ ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି ବୋଲି ପଞ୍ଜାବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଚଣ୍ଡିଗଡ଼ ଠାରୁ ପ୍ରାୟ ୪୦ କିଲୋମିଟର ଫତେଗଡ଼ ସାହିବ ସହରରେ ଘଟିଛି ଘଟଣା। ପ୍ରୀତପାଲ ସିଂହ ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମୋବାଇଲରେ ଭିଡିଓଟିକୁ ଉଠାଇ […]

ଅଦ୍ୟତନ ହୋଇଛି
ଅଣ୍ଡା ଚୋରି କରି ପୁଲିସ କର୍ମଚାରୀ ନିଲମ୍ୱିତ, ଭିଡିଓ ଭାଇରାଲ

cop-suspended

Advertisment

ଚଣ୍ଡିଗଡ଼: ଅଣ୍ଡା ଚୋରି କରି ପଞ୍ଜାବ ପୁଲିସର ଜଣେ ହେଡ‌୍‍ କନଷ୍ଟେବଳ ନିଲମ୍ୱିତ ହୋଇଛନ୍ତି। ତାଙ୍କ ନାଁ ପ୍ରୀତପାଲ ସିଂହ। ନିଲମ୍ୱନ କରାଯିବ ସହ ତାଙ୍କ ବିରୋଧରେ ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି ବୋଲି ପଞ୍ଜାବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଚଣ୍ଡିଗଡ଼ ଠାରୁ ପ୍ରାୟ ୪୦ କିଲୋମିଟର ଫତେଗଡ଼ ସାହିବ ସହରରେ ଘଟିଛି ଘଟଣା। ପ୍ରୀତପାଲ ସିଂହ ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମୋବାଇଲରେ ଭିଡିଓଟିକୁ ଉଠାଇ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରୀତପାଲ ସିଂହ ପୁଲିସ‌୍‍ ଡ୍ରେସରେ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଛିଡ଼ା ହୋଇଛନ୍ତି। ରାସ୍ତାରେ ଲୋକେ ଗାଡ଼ିମୋଟରରେ ଯିବାଆସିବା କରୁଛନ୍ତି। ତାଙ୍କ ପଛରେ ଏକ ଠେଲା ଗାଡ଼ିରେ ଅଣ୍ଡା ବୋଝେଇ ହୋଇଛି। କିନ୍ତୁ ଠେଲା ଗାଡ଼ି ମାଲିକ ସେଠାରେ ନାହାନ୍ତି। ଆଉ ସୁଯୋଗ ଦେଖି ଆଖପାଖରେ ଟିକେ ନଜର ପକାଇ ପ୍ରୀତପାଲ ସିଂହ ସେହି ଠେଲା ଗାଡ଼ିରୁ କେତୋଟି ଅଣ୍ଡା ଉଠାଇ ନିଜ ପକେଟରେ ପୂରାଇ ଦେଇଛନ୍ତି। ଏହା ପରେ ଉକ୍ତ ଠେଲା ଗାଡ଼ିର ମାଲିକ ଆସୁଛନ୍ତି। ତାଙ୍କୁ ଦେଖିବା ପରେ ପ୍ରୀତପାଲ ସିଂହ ସେହିବାଟ ଦେଇ ଯାଉଥିବା ଏକ ଅଟୋକୁ ଅଟାକାଇ ସେଥିରେ ସେ ଛୁ ମାରିଛନ୍ତି।

Advertisment

ଭିଡିଓଟି ଭାଇରାଲ ହେବା ପରେ ଏହା ପଞ୍ଜାବ ପୁଲିସ ଦୃଷ୍ଟିକୁ ଆସିଥିଲା। ପ୍ରୀତପାଲ ସିଂହଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ସଙ୍ଗେ ସଙ୍ଗେ ନିଲମ୍ୱନ କରାଯାଇଥିଲା। ଏହା ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିଦ୍ଦେର୍ଶ ଦିଆଯାଇଥିବା ନେଇ ପଞ୍ଜାବ ପୁଲିସ‌୍‍ ପକ୍ଷରୁ ଟ୍ୱିଟ‌୍‍ କରି କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe