ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାର କମେଡିଆନ୍ ତଥା ଟିଭି ହୋଷ୍ଟ୍ ଟ୍ରେଭର୍ ନୋହ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧର ମଜାକ ଉଡ଼ାଇ ଥିଲେ। ଯାହାକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ଟ୍ରଲ ହେବା ସହିତ ତାଙ୍କୁ ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଟ୍ରେଭର୍ ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିବା ଜଣାପଡ଼ିଛି।
ଟ୍ରେଭର୍ ତାଙ୍କ ଟିଭି ଶୋରେ ମଜାକ୍ କରି କହିଥିଲେ, “ମୁଁ ପ୍ରାର୍ଥନା କରୁଛି, ଯେମିତି ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଳଢ଼ନ୍ତୁ ନାହିଁ। ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏସବୁ ଦେଖିବା ବହୁତ ମନୋରଞ୍ଜନ ଦାୟକ ହେବ।’ ଏହି ଭିଡିଓରେ ସେ ଭାରତୀୟ ସୈନିକଙ୍କୁ ଉପହାସ କରି କହିଛନ୍ତି ଯେ, “ଭାରତୀୟ ସୈନିକମାନେ ବଲିଉଡ୍ ଗୀତରେ ନାଚି ନାଚି ଶତ୍ରୁପକ୍ଷଙ୍କୁ ମାରିବେ।” ଏପରି କହି ଟ୍ରେଭର୍ ବାରମ୍ୱାର ଏହି ସିନ୍ର ଆକ୍ଟିଙ୍ଗ୍ କରିଥିଲେ।
ଏହି ଭିଡିଓ ଦେଖିବା ପରେ ସୋଶାଲ ମିଡିଆରେ ୟୁଜର୍ସ ଟ୍ରେଭର୍ଙ୍କୁ ଗାଳି କରିବା ସହିତ ସମାଲୋଚନା କରିଥିଲେ। ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଟ୍ୱିଟ୍ କରି ଟ୍ରେଭରଙ୍କ ଏପରି କାମ ନୁଃଖଦାୟକ ବୋଲି କହିଥିଲେ।
ଚାରିଆଡ଼ୁ ସମାଲୋଚନା ଶୁଣିବା ପରେ ଶେଷରେ ଟ୍ରେଭର୍ କ୍ଷମା ମାଗିଛନ୍ତି। ଟ୍ରେଭର୍ ଟ୍ୱିଟ୍ କହି କହିଛନ୍ତି, “କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ କେବଳ ଦୁନିଆରୁ ଯନ୍ତ୍ରଣା ଓ ଦୁଃଖ କମ୍ କରିବା ପାଇଁ ଜୋକ୍ସର ବ୍ୟବହାର କରିଥାଏ।“