ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ସେଠାକାର ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୃଦ୍ଧାଙ୍କର  ମୁଣ୍ଡରେ ଥିବା ଶିଙ୍ଗର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବୃଦ୍ଧଙ୍କ ନାଁ ଶ୍ୟାମଲାଲ। ଶ୍ୟାମଲାଲଙ୍କ କହିବା ଅନୁଯାୟୀ, କିଛି ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାର କିଛି ଦିନ ପରେ ସେହି ସ୍ଥାନରୁ ଶିଙ୍ଗ ଉଠିବା ଆରମ୍ଭ ହେଲା। ଶିଙ୍ଗଟି […]

se

se

Biswobandita Swain
  • Published: Sunday, 15 September 2019
  • Updated: 15 September 2019, 02:18 PM IST

Sports

Latest News

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ସେଠାକାର ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବୃଦ୍ଧାଙ୍କର  ମୁଣ୍ଡରେ ଥିବା ଶିଙ୍ଗର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବୃଦ୍ଧଙ୍କ ନାଁ ଶ୍ୟାମଲାଲ।

ଶ୍ୟାମଲାଲଙ୍କ କହିବା ଅନୁଯାୟୀ, କିଛି ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାର କିଛି ଦିନ ପରେ ସେହି ସ୍ଥାନରୁ ଶିଙ୍ଗ ଉଠିବା ଆରମ୍ଭ ହେଲା। ଶିଙ୍ଗଟି ଧୀରେ ଧୀରେ ବଢ଼ିବାରେ ଲାଗିଲେ। ଶିଙ୍ଗଟି ଟିକେ ବଢିବା ପରେ ଶ୍ୟାମଲାଲ୍‌ କାଟିଦେଉଥିଲେ କିନ୍ତୁ ଶିଙ୍ଗ ପୁଣି ବଢ଼ିବାରେ ଲାଗିଲା। ବାରମ୍ବାର ଶିଙ୍ଗ ବଢ଼ିବାର ଦେଖି ଶ୍ୟାମଲାଲ୍‌ ବଡ଼ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ।

ଡାକ୍ତରଙ୍କୁ ଦେଖାଇବା ପରେ କିଛି ଡାକ୍ତର ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ମାଗୁଥିବା ବେଳେ କିଛି ଡାକ୍ତର ସମାଧାନର ବାଟ କାଢ଼ିବାରେ ଅସଫଳ ରହୁଥିଲେ। ଶେଷରେ ଶ୍ୟାମଲାଲ ସାଗର ଜିଲ୍ଲାର ଭାଗ୍ୟୋଦୟ ତୀର୍ଥ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କର ସିଟି ସ୍କାନ କରିବା ସହ ଶିଙ୍ଗଟି ମୁଣ୍ଡର କେତେ ଭିତରକୁ ରହିଛି ତାହା ଦେଖିଥିଲେ। ରିପୋର୍ଟ ଆସିବା ପରେ ଶିଙ୍ଗଟି ବେଶି ଭିତରକୁ ଯାଇନଥିବାରୁ ଡାକ୍ତର ଅସ୍ତ୍ରୋପଚାର କରି ଏବେ ଶିଙ୍ଗଟିକୁ ମୂଳରୁ ବାହାରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଅସ୍ତ୍ରୋପଚାର ପରେ ଶ୍ୟାମଲାଲ୍‌ ଏବେ ସୁସ୍ଥ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos