‘କପିଚାଷ’ ସଂପର୍କରେ ଏକ ମନୋରମ ରଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡ଼ିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ, ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢ଼ି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡ଼ିଥିଲା ‘କଫିଚାଷ’। କିନ୍ତୁ ମୁଦ୍ରଣଜନିତ ସମସ୍ୟା ବା ପ୍ରିଣ୍ଟିଂ ମିଷ୍ଟେକ୍‌ ଯୋଗୁ ‘ଫି’ ଜାଗାରେ ଭୁଲ୍‌ରେ ‘ପି’ ଲେଖିହୋଇ ଯାଇଥିଲା। ଫଳରେ ପରୀକ୍ଷାର୍ଥୀ ଭାବି ନେଇଥିଲେ ବୋଧହୁଏ ରଚନା ପଡ଼ିଛି ‘କପିଚାଷ’। ତେଣୁ ସେ ମହାଆନନ୍ଦରେ କପିଚାଷ ସଂପର୍କରେ ଏକ ମନୋରମ ଓ ତଥ୍ୟପୂର୍ଣ୍ଣ ରଚନା ଲେଖିଥିଲେ। […]

1

1

Amaresh Biswal
  • Published: Thursday, 31 January 2019
  • Updated: 31 January 2019, 08:16 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀକ୍ଷକ ପରୀକ୍ଷାର୍ଥୀମାନଙ୍କ ଓଡ଼ିଆ ଉତ୍ତର ଖାତା ମୂଲ୍ୟାୟନ କରୁଥିବା ବେଳେ, ଜଣେ ପରୀକ୍ଷାର୍ଥୀଙ୍କ ଖାତାରେ ଲେଖାଥିବା ରଚନା ପଢ଼ି ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଶ୍ନପତ୍ରରେ ରଚନା ପଡ଼ିଥିଲା ‘କଫିଚାଷ’। କିନ୍ତୁ ମୁଦ୍ରଣଜନିତ ସମସ୍ୟା ବା ପ୍ରିଣ୍ଟିଂ ମିଷ୍ଟେକ୍‌ ଯୋଗୁ ‘ଫି’ ଜାଗାରେ ଭୁଲ୍‌ରେ ‘ପି’ ଲେଖିହୋଇ ଯାଇଥିଲା। ଫଳରେ ପରୀକ୍ଷାର୍ଥୀ ଭାବି ନେଇଥିଲେ ବୋଧହୁଏ ରଚନା ପଡ଼ିଛି ‘କପିଚାଷ’। ତେଣୁ ସେ ମହାଆନନ୍ଦରେ କପିଚାଷ ସଂପର୍କରେ ଏକ ମନୋରମ ଓ ତଥ୍ୟପୂର୍ଣ୍ଣ ରଚନା ଲେଖିଥିଲେ। ପଢ଼ନ୍ତୁ ସେ କ’ଣ ଲେଖିଥିଲେ।

କପିଚାଷ

ମୁଖବନ୍ଧ: କପିଚାଷ ଏକ ଉତ୍କୃଷ୍ଟ ଓ ଅତ୍ୟନ୍ତ ଲାଭକାରୀ ବେଉସା ଅଟେ। ଏହି ଚାଷ କଲେ ଅଳ୍ପ ପରିଶ୍ରମରେ ବହୁତ ଫଳ ମିଳିଥାଏ। ଏହା କେବଳ ଓଡ଼ିଶାରେ ନୁହେଁ, ସାରା ଭାରତବର୍ଷରେ ସର୍ବତ୍ର ବହୁଳ ଭାବରେ ଚାଷ କରାଯାଇଥାଏ। ଏହା ବର୍ଷରେ ଦୁଇଥର ଚାଷ କରାଯାଏ। ଥରେ ଗ୍ରୀଷ୍ମଋତୁରେ ବାର୍ଷିକ ପରୀକ୍ଷା ସମୟରେ ଚାଷ କରାଯାଉଥିବା ବେଳେ, ଏହାର ରବି ଫସଲ ଶରତଋତୁ ସପ୍ଲିମେଣ୍ଟାରୀ ପରୀକ୍ଷା ସମୟରେ କରାଯାଇଥାଏ।

ଜଳବାୟୁ: ଏହା ସାଧାରଣତଃ ପରୀକ୍ଷା ସମୟରେ ମନ ବ୍ୟସ୍ତ ଥିବା ଜଳବାୟୁରେ ଚାଷ କରାଯାଇଥାଏ। ଏହାକୁ ବିଶେଷତଃ ଅଣମେଧାବୀ ଛାତ୍ରଛାତ୍ରୀମାନେ ଚାଷ କରିଥାନ୍ତି। ବର୍ଷସାରା ସ୍କୁଲରେ ଅଧ୍ୟୟନ କରି ଟ୍ୟୁସନ୍ ହୋଇ ମେଧାବୀ ଛାତ୍ରଛାତ୍ରୀମାନେ ଯେଉଁଫଳ ପାଆନ୍ତି, ତା ଠାରୁ ଅଧିକ ଫଳ ଅଳ୍ପ ପରିଶ୍ରମରେ ଏହି କପିଚାଷ ଦ୍ୱାରା ମିଳିଥାଏ।

ବିହନ: ଏହାର ଅନେକ କିସମର ବିହନ ମିଳିଥାଏ। ଯଥା- ଟେଷ୍ଟପେପରିଆ, ପସିବୁଲିଆ, ଚିରିକୁଟିଆ ଓ ହାତଟିପା ଇତ୍ୟାଦି।

ବିହନ ସଂରକ୍ଷଣ: ଏହି ବିହନର ଅନେକ ଶତ୍ରୁ ଅଛନ୍ତି। ଏହାର ଉପଯୁକ୍ତ ସଂରକ୍ଷଣ ନକଲେ ଏହାକୁ କୀଟ ଖାଇଯାଆନ୍ତି। ଏହାର ପ୍ରଧାନ ଶତ୍ରୁ ହେଲେ- ପରୀକ୍ଷକ, ଇନ୍‌ଭିଜିଲେଟର୍, କ୍ଲାସ୍ ଟିଚର୍ ଓ ହେଟାମୁଣ୍ଡିଆ ବୁଢ଼ା ହେଡ୍‌ମାଷ୍ଟର। ବେଳେବେଳେ ‘ସ୍କ୍ବାଡ କୀଟ’ ଲାଗିଗଲେ ଏହାକୁ ସମୂଳେ ନଷ୍ଟ କରିଦିଅନ୍ତି। ଏଣୁ ଏହାର ଉପଯୁକ୍ତ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ। ସାଧାରଣତଃ ଏହାକୁ ଶାର୍ଟ କଲର୍ ଭିତରେ, ହାତ ଫୋଲ୍‌ଡିଙ୍ଗ ଭିତରେ, ବେଲ୍‌ଟ ତଳ ଏବଂ ମୋଜା ଭିତର ସ୍ଥାନରେ ଏହି କପି ବିହନକୁ ସଂରକ୍ଷଣ କରାଯାଇଥାଏ।

ଲାଭ: ବର୍ଷସାରା ବୁଲାବୁଲି କରି, ପଢ଼ାପଢ଼ି ନକରି ଏହି ଚାଷ କରିବା ଦ୍ୱାରା ପ୍ରଚୁର ଲାଭବାନ ହେବାର ଅନେକ ଦୃଷ୍ଟାନ୍ତ ରହିଛି।

ବିପଦ: ଏହି ଚାଷରେ ଲାଭ ଯେତିକି ବିପଦ ବି ସେତିକି। ଅତି ସନ୍ତର୍ପଣରେ ଏହି ଚାଷ କରିନପାରିଲେ ଏହାର ଶତ୍ରୁମାନେ ଏହାକୁ ଛାରଖାର୍ କରିବା ସହିତ ଚାଷୀଙ୍କୁ ବରବାଦ୍ କରିଦେଇଥାଆନ୍ତି ଓ ବେଳେବେଳେ ଚାଷୀ କିଛି ଫଳ ଆମଦାନୀ କରି ନପାରି ଆତ୍ମହତ୍ୟା କରିଥିବାର ବି ଦେଖାଯାଇଥାଏ।

(ପରୀକ୍ଷକ ‘କପିଚାଷ’ ସଂପର୍କରେ ଏହି ରଚନାଟି ପଢ଼ିସାରିଲା ବେଳକୁ ତାଙ୍କ ମୁଣ୍ଡ ଟିଣ ହୋଇସାରିଥିଲା ଓ ସେ ଦୁଇଗ୍ଲାସ୍‌ ପାଣି ପିଇ ଅଚେତ ଅବସ୍ଥାରେ ବେଡ୍‌ରେ ଶୋଇପଡ଼ିଲେ।)

(ସୌଜନ୍ୟ: ସୋଶାଲ୍ ମିଡିଆ)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story