/odisha-reporter/media/post_attachments/uploads/2019/08/snake.jpg)
snake
ନୂଆଦିଲ୍ଲୀ: ଭୋକର ଦାଉ କିଏ ସମ୍ଭାଳି ପାରିବ ! ମଣିଷଟିଏ ହେଉ ବା ପଶୁ, ଭୋକ ବେଳରେ ଯାହା ମିଳିବ ଖାଇବାକୁ ପଛାଇବ ନାହିଁ। ହେଲେ ଭୋକରେ ନିଜକୁ କିଏ ଖାଇବାର ନଜିର ଅଛି କି ? ବୋଧହୁଏ ନା ! ହେଲେ ସେମିତି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଭୋକ ବିକଳରେ ସାପଟିଏ ନିଜକୁ ନିଜେ ଖାଇ ଦେଉଛି। ଆଉ ଏଇ ଭିଡିଓଟି ଭାଇରାଲ ହୋଇଛି।
ଅବଶ୍ୟ ଘଟଣାଟି କେଉଁ ସ୍ଥାନର ଯଦିଓ ଜଣାପଡ଼ି ନାହିଁ ତେବେ ‘ଫରଗଟନ୍ ଫ୍ରେଣ୍ଡ ରେପ୍ଟାଇଲ୍ ସେଞ୍ଚୁରୀ’ ତାର ଫେସ୍ ବୁକ୍ରେ ଏହି ଭିଡିଓ ସେୟାର କରିଛି। ଏହି ଭିଡ଼ିଓରେ ଦେଖା ଯାଇଛି, ଗୋଟିଏ ସାପ ନିଜକୁ ଖାଉଛି। ଫେସବୁକ୍ ପେଜ୍ର ଜଣେ ଟିମ୍ ମେମ୍ବର କହୁଛନ୍ତି, ଏହି କିଙ୍ଗ ସ୍ନେକରମାନେ ଯେତେବେଳେ ଭୋକିଲା ହୋଇ ପଡ଼ନ୍ତି ତେବେ ଅନ୍ୟ ସାପକୁ ତ ଖାଇ ଦିଅନ୍ତି, କିଛି ନ ମିଳିଲେ, ନିଜକୁ ମଧ୍ୟ ଖାଇ ଯାଆନ୍ତି।
ସେ କହୁଛନ୍ତି ଯେ, ସାପ ତାର ଲାଙ୍ଗୁଡ଼ ଦେଖିଲେ ଆଉ ଗୋଟିଏ ସାପ ବୋଲି ଭାବି ଖାଇଦିଏ। ଏ କ୍ଷେତ୍ରରେ ମଧ୍ୟ ଠିକ୍ ସେଇଆ ହୋଇଛି। ଅବଶ୍ୟ ନିଜକୁ ପୂରା ଖାଇପାରେ ନାହିଁ।
ଶେଷରେ ଏହି ଟିମ୍ ମେମ୍ବର ଜଣକ ହିଁ ସାପଟିର ଜୀବନ ବଞ୍ଚାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଉକ୍ତ ବ୍ୟକ୍ତି ଜଣକ ଭିଡିଓରେ କହୁଛନ୍ତି ଯେ, ସାପ ଖାଇବା ସମୟରେ ଯଦି ତା’ ନାକରେ ଆଘାତ ଦିଆଯାଏ ତେବେ ତାକୁ ଭଲ ଲାଗେନି। ଭୟଭୀତ ହୋଇ ସେ ଧରିଥିବା ଖାଦ୍ୟକୁ ଛାଡ଼ି ଦିଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
