Advertisment

‘ଷ୍ଟ୍ରିଟ୍‌ ଫୁଡ୍‌ ଖାଉଥିଲେ କରୋନା ଭାଇରସ୍‌କୁ ଡରନ୍ତୁ ନାହିଁ’

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଷ୍ଟ୍ରିଟ୍‌ ଫୁଡ୍‌ ପ୍ରେମୀ ଚିନ୍ତାରେ ପଡ଼ିଯିବେ। ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି, ଗୋଟେ ଠେଲା ଦୋକାନୀ ରାସ୍ତା ଉପରେ ଜମା ହୋଇଥିବା ପାଣିରେ ବାସନ ଧୋଉଛନ୍ତି। ଏହି ଠେଲା ଦୋକାନରେ ଛୋଲେ ଭଟୋରେ ଏବଂ ପଲଉ ବିକ୍ରି ହେଉଛି। ଦୋକାନରେ ଜଣେ ବ୍ୟକ୍ତି ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ଜଣେ ସେଠାରେ ତଳେ ଠିଆ ହୋଇ ଗୋଟେ […]

ଅଦ୍ୟତନ ହୋଇଛି
‘ଷ୍ଟ୍ରିଟ୍‌ ଫୁଡ୍‌ ଖାଉଥିଲେ କରୋନା ଭାଇରସ୍‌କୁ ଡରନ୍ତୁ ନାହିଁ’

la

Advertisment

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଷ୍ଟ୍ରିଟ୍‌ ଫୁଡ୍‌ ପ୍ରେମୀ ଚିନ୍ତାରେ ପଡ଼ିଯିବେ। ଏହି ଭିଡିଓରେ ଯାହା ଦେଖିବାକୁ ମିଳିଛି, ଗୋଟେ ଠେଲା ଦୋକାନୀ ରାସ୍ତା ଉପରେ ଜମା ହୋଇଥିବା ପାଣିରେ ବାସନ ଧୋଉଛନ୍ତି। ଏହି ଠେଲା ଦୋକାନରେ ଛୋଲେ ଭଟୋରେ ଏବଂ ପଲଉ ବିକ୍ରି ହେଉଛି। ଦୋକାନରେ ଜଣେ ବ୍ୟକ୍ତି ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ଜଣେ ସେଠାରେ ତଳେ ଠିଆ ହୋଇ ଗୋଟେ ପରେ ଗୋଟେ ପ୍ଲେଟ୍‌ ସେହି ଅପରିଷ୍କାର ପାଣିରେ ଧୋଇ ଚାଲିଛନ୍ତି।

Advertisment

ଜଗ୍‌ଜିତ ନାମକ ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଭିଡିଓକୁ ଫେସ୍‌ବୁକ୍‌ରେ ଶେଆର କରିବା ପରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି। ଭିଡ଼ିଓଟିକୁ ଶେଆର କରି ସେ ଲେଖିଛନ୍ତି, ‘ଯଦି ଆପଣଙ୍କୁ ଷ୍ଟ୍ରିଟ୍‌ ଫୁଡ୍‌ ପସନ୍ଦ ତେବେ କରୋନା ଭାଇରସ୍‌କୁ ଡରନ୍ତୁ ନାହିଁ।’  ଭିଡିଓଟିକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏଥିସହ ଏହି ଭିଡିଓକୁ ୫ ହଜାରରୁ ଅଧିକ ଲୋକ ଶେଆର ମଧ୍ୟ କରିସାରିଲେଣି। ତେବେ ଭିଡିଓଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ।

କରୋନା ଭାଇରସ୍‌ ପାଇଁ ଗୋଟେ ପଟେ ସଫା ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅନ୍ୟପଟେ ଏପରି ଭିଡିଓକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

Advertisment

କିଛି ଲୋକ ଏମିତି  କାମ କରୁଥିବା ଲୋକମାନେ ଆଦୌ ଶିକ୍ଷିତ ନୁହନ୍ତି। ଏହି ଦୋକାନୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଉବୋଲି କମେଣ୍ଟ ମାଧ୍ୟମରେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe