/odisha-reporter/media/post_attachments/uploads/2020/07/gls.jpg)
gls
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ କିଛି ଦିନ ହେବ ଏକ ଭିଡିଓ ଭଇରାଲ୍ ହେଉଛି। ଯେଉଁଥିରେ ଜଣେ ଯୁବକଙ୍କୁ ଦୁଇଟି ଛୋଟ ଗ୍ଲାସ୍ ନେଇ ସେଥିରେ ପାଣି ପୂରାଉଛନ୍ତି। ଏହି ଦୁଇ ଗ୍ଲାସ୍କୁ ସେ ସୁତାରେ ବାନ୍ଧି ଜୋର୍ରେ ହଲାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ଦୁଇଟି ଗ୍ଲାସ୍ରୁ ଟୋପେ ବି ପାଣି ବାହାରେ ପଡୁନି। ଏହି ଭିଡ଼ିଓକୁ ସୋଶାଲ୍ ମିଡିଆରେ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।
ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ୨ମିଲିଅନ୍ରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଭିଡ଼ିଓକୁ ଗତ ମାସରେ ଚେନ୍ନାଇ ନିବାସୀ ଶରତ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଥିଲେ। ନିକଟରେ ଏହି ଭିଡିଓକୁ ‘ଫିଜିକ୍ସ ଏବଂ ଆଷ୍ଟ୍ରନୋମି ଜୋନ୍’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଶେଆର କରାଯାଇଛି। ଏହି ଭିଡ଼ିଓ ଶେଆର କରି କ୍ୟାପସରନ୍ରେ ଏହା ‘ଗ୍ରାଭିଟିର ଏକ ସୁନ୍ଦର ନମୁନା’ ବୋଲି ଲେଖାଯାଇଛି।
Beautiful display of physics pic.twitter.com/ongyMpLXTf
— Physics & Astronomy Zone (@ZONEPHYSlCS) July 2, 2020
୧୦ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହି ଭିଡ଼ିଓକୁ ବିଶ୍ୱାସ କରିହେଉନି ବୋଲି କମେଣ୍ଟ ଦେଇଥିବା ବେଳେ କିଛି ଟ୍ୱିଟର ବ୍ୟବହାରକାରୀ ଏହା ଏକ ଆଶ୍ଚର୍ଯ୍ୟଜନକ ଭିଡ଼ିଓ ବୋଲି କହିଛନ୍ତି। ଭିଡ଼ିଓକୁ ୭୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ତେବେ ଭିଡ଼ିଓରେ ଥିବା ବ୍ୟକ୍ତି ଜଣଙ୍କ ଚେନ୍ନାଇର କନ୍ନଗି ନଗର ବାସିନ୍ଦା ବୋଲି ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
