Advertisment

ନିଆରା ଚିଡ଼ିଆଖାନା: ପଞ୍ଜୁରୀରେ ଲୋକେ, ବାହାରେ ବୁଲୁଛନ୍ତି ବାଘ

ନୂଆଦିଲ୍ଲୀ: ନିଆରା ଚିଡ଼ିଆଖାନା। ପଞ୍ଜୁରୀ ଭିତରେ କଏଦ ଅଛନ୍ତି ଲୋକେ। ଖୁଲମ୍‌ଖୁଲା ବୁଲୁଛନ୍ତି ବାଘ। ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ? ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏହିପରି ଦୃଶ୍ୟ ରହିଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କାରଣ ଏଠାରେ ଚିଡ଼ିଆଖାନାର ରଙ୍ଗରୂପ ହିଁ ବଦଳିଯାଇଛି। ଜୀବଜନ୍ତୁ ପରିବର୍ତ୍ତେ ଏଠାରେ ମଣିଷ ପଞ୍ଜୁରୀ ଭିତରେ କଏଦ ରହିଛନ୍ତି। ଚିଡ଼ିଆଖାନା ବୁଲି ବନ୍ୟପ୍ରାଣୀ ଦେଖିବାକୁ ପ୍ରାୟତଃ ସମସ୍ତେ […]

ଅଦ୍ୟତନ ହୋଇଛି
ନିଆରା ଚିଡ଼ିଆଖାନା: ପଞ୍ଜୁରୀରେ ଲୋକେ, ବାହାରେ ବୁଲୁଛନ୍ତି ବାଘ

Unique Zoo

Advertisment

ନୂଆଦିଲ୍ଲୀ: ନିଆରା ଚିଡ଼ିଆଖାନା। ପଞ୍ଜୁରୀ ଭିତରେ କଏଦ ଅଛନ୍ତି ଲୋକେ। ଖୁଲମ୍‌ଖୁଲା ବୁଲୁଛନ୍ତି ବାଘ। ଏବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ? ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏହିପରି ଦୃଶ୍ୟ ରହିଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କାରଣ ଏଠାରେ ଚିଡ଼ିଆଖାନାର ରଙ୍ଗରୂପ ହିଁ ବଦଳିଯାଇଛି। ଜୀବଜନ୍ତୁ ପରିବର୍ତ୍ତେ ଏଠାରେ ମଣିଷ ପଞ୍ଜୁରୀ ଭିତରେ କଏଦ ରହିଛନ୍ତି।

Advertisment

ଚିଡ଼ିଆଖାନା ବୁଲି ବନ୍ୟପ୍ରାଣୀ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି।  ହେଲେ କେହି କେବେ ଏହି ଭଳି ନିଆରା ଚିଡ଼ିଆଖାନାର ଦେଖିନଥିବେ। ସାଧାରଣତଃ ଚିଡ଼ିଆଖାନାର ପଞ୍ଜୁରୀରେ ଜୀବଜନ୍ତୁ କଏଦ୍ ହୋଇଥାନ୍ତି। ହେଲେ ଏଠାରେ କିନ୍ତୁ ପୂରା ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟିରେ ଏକ ଖୋଲା ଅଞ୍ଚଳ ଦେଖିବାକୁ ମିଳିଛି। ସେଠାରେ ଏକ ପଞ୍ଜୁରୀ ଅଛି ଯେଉଁଥିରେ କିଛି ଲୋକ ଅଛନ୍ତି। ଆଉ ବାଘମାନେ ପଞ୍ଜୁରୀ ବାହାରେ ଖୁଲମଖୁଲା ଭାବରେ ବୁଲୁଛନ୍ତି। ବାହାରେ ଥିବା ସମସ୍ତ ବାଘ ଭିତରେ ଥିବା ମଣିଷମାନଙ୍କୁ ଦେଖିବା ସହ ସେମାନଙ୍କ ନିକଟକୁ ଯିବାକୁ ଚେଷ୍ଟା କରୁଛନ୍ତି। ପର୍ଯ୍ୟଟକମାନେ ମଧ୍ୟ ସେମାନଙ୍କର ଫଟୋ ଉଠାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡିଓଟି କେଉଁଠିକାର ତାହା ଜଣାପଡିନାହିଁ।

Advertisment

https://twitter.com/TansuYegen/status/1561608087416471552?s=20&t=EsQ-kl6I2mc3nZj9-wrarA

ଟାନସୁ ୟାଗେନ (@TansuYegen) ନାମକ ଆକାଉଣ୍ଟରୁ ଏହି ଭିଡିଓଟିକୁ ଶେୟାର କରାଯାଇଛି। ଭିଡିଓର କ୍ୟାପସନରେ ଲେଖା ହୋଇଛି ଯେ, ‘ଏହା ହେଉଛି ଏକ ମାନବ ପ୍ରାଣୀ ଉଦ୍ୟାନ ଯେଉଁଠି ପଶୁମାନେ ପଞ୍ଜୁରୀରେ ଥିବା ମଣିଷମାନଙ୍କୁ ଦେଖିପାରୁଛନ୍ତି।’ ଭିଡିଓକୁ ୨୬ ହଜାରରୁ ଉର୍ଦ୍ଧ୍ୱ ଲୋକ ଲାଇକ୍ କରିଥିବାବେଳେ ୭ ଲକ୍ଷରୁ ଅଧିକ ଦେଖିସାରିଛନ୍ତି। ଏହାସହ ୟୁଜର୍ସମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe