ଶ୍ରୀନଗର: ଯିଏ ଗୁଳିକୁ ଡରେନି, ତାକୁ ବରଫ ବା କ’ଣ ଡରାଇବ। ସେମାନେ ହେଉଛନ୍ତି ଖରା, ବର୍ଷା, ଶୀତ ଓ ପ୍ରବଳ ତୁଷାରପାତରେ ମଧ୍ୟ ସୀମାରେ ଶତ୍ରୁର ଗତିବିଧି ଉପରେ ନଜର ରଖି ଆମକୁ ସୁରକ୍ଷା ଦେଉଥିବା ଆମର ଯବାନ। ତେବେ କେବଳ ଶତ୍ରୁଙ୍କୁ ନୁହେଁ ବିପତ୍ତି ବେଳେ ଦେଶର ନାଗରିକମାନଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସନ୍ତି । ଏହାର ଅନେକ ନଜିର ରହିଛି। ଶନିବାର ଭାତରୀୟ ସେନାଙ୍କ ଏହି ସେବା ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।
ଦେବଦୂତ ସାଜି ଆସିଲେ ସେନା। ପ୍ରବଳ ବରଫ ଓ ତୁଷାରପାତ ଭିତରେ ମା’ ଓ ନବଜାତକୁ କାନ୍ଧରେ ବୋହି ନେଲେ । ଦୀର୍ଘ ୬ କିଲୋମିଟର ବାଟ ଉଭୟଙ୍କୁ କାନ୍ଧରେ ବୋହି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ। ଶନିବାର କୁପୱାଡା ଜିଲ୍ଲାରେ ପ୍ରବଳ ଥଣ୍ଡା ସଙ୍ଗକୁ ତୁଷାର ପାତ ହୋଇଥିଲା। ଫଳରେ ଯାତାୟତ ପୁରାପୁରି ଠପ ହୋଇଯାଇଥିଲା।
#IndianArmy soldiers carried the wife and newborn of Farooq Khasana of Dardpura, Lolab, for 6km in knee-deep snow & safely rescued them to their home. #Kashmir @adgpi @NorthernComd_IA @suryacommand @Whiteknight_IA pic.twitter.com/NAXPQYHMIn
— Chinar Corps🍁 - Indian Army (@ChinarcorpsIA) January 23, 2021
ଏହାରି ଭିତରେ ହସ୍ପିଟାଲରେ ଜଣେ ମା’ ଓ ନବଜାତ ଫିସି ରହିଥିଲେ। ଖବର ମିଳିବା ପରେ 28RR ବଟାଲିଅନର ସେନା ଅଧିକାରୀମାନେ ସେଠାରେ ପହଞ୍ଚି ଉକ୍ତ ମହିଳା ଓ ନବଜାତକୁ ବରଫ ବର୍ଷା ଭିତରୁ ଉଦ୍ଧାର କରିଥିଲେ । ଭାରାତୀୟ ସେନାର ଚିନାର କୋର ଏନେଇ ସୂଚନା ଦେଇଛନ୍ତି। ଏ ସମସ୍ତ ଘଟଣାର ଏକ ଭିଡିଓକୁ ଭାରତୀୟ ସେନାର ଅଫିସିଆଲ ଟୁଇଟର ହ୍ୟାଣ୍ଡଲରେ ଶେଆର ମଧ୍ୟ କରାଯାଇଛି। ଯବାନଙ୍କ ଏହି ମହାନତାର ଭିଡିଓଟି ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।