Advertisment

ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର: ଯିଏ ଗୁଳିକୁ ଡରେନି, ତାକୁ ବରଫ ବା କ’ଣ ଡରାଇବ। ସେମାନେ ହେଉଛନ୍ତି ଖରା, ବର୍ଷା, ଶୀତ ଓ ପ୍ରବଳ ତୁଷାରପାତରେ ମଧ୍ୟ ସୀମାରେ ଶତ୍ରୁର ଗତିବିଧି ଉପରେ ନଜର ରଖି ଆମକୁ ସୁରକ୍ଷା ଦେଉଥିବା ଆମର ଯବାନ। ତେବେ କେବଳ ଶତ୍ରୁଙ୍କୁ ନୁହେଁ ବିପତ୍ତି ବେଳେ ଦେଶର ନାଗରିକମାନଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସନ୍ତି । ଏହାର ଅନେକ ନଜିର ରହିଛି। ଶନିବାର ଭାତରୀୟ ସେନାଙ୍କ ଏହି ସେବା ମନୋଭାବର ଆଉ […]

ଅଦ୍ୟତନ ହୋଇଛି
ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ

indian-army

Advertisment

ଶ୍ରୀନଗର: ଯିଏ ଗୁଳିକୁ ଡରେନି, ତାକୁ ବରଫ ବା କ’ଣ ଡରାଇବ। ସେମାନେ ହେଉଛନ୍ତି ଖରା, ବର୍ଷା, ଶୀତ ଓ ପ୍ରବଳ ତୁଷାରପାତରେ ମଧ୍ୟ ସୀମାରେ ଶତ୍ରୁର ଗତିବିଧି ଉପରେ ନଜର ରଖି ଆମକୁ ସୁରକ୍ଷା ଦେଉଥିବା ଆମର ଯବାନ। ତେବେ କେବଳ ଶତ୍ରୁଙ୍କୁ ନୁହେଁ ବିପତ୍ତି ବେଳେ ଦେଶର ନାଗରିକମାନଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସନ୍ତି । ଏହାର ଅନେକ ନଜିର ରହିଛି। ଶନିବାର ଭାତରୀୟ ସେନାଙ୍କ ଏହି ସେବା ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।

Advertisment

ଦେବଦୂତ ସାଜି ଆସିଲେ ସେନା। ପ୍ରବଳ ବରଫ ଓ ତୁଷାରପାତ ଭିତରେ ମା’ ଓ ନବଜାତକୁ କାନ୍ଧରେ ବୋହି ନେଲେ । ଦୀର୍ଘ ୬ କିଲୋମିଟର ବାଟ ଉଭୟଙ୍କୁ କାନ୍ଧରେ ବୋହି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ। ଶନିବାର କୁପୱାଡା ଜିଲ୍ଲାରେ ପ୍ରବଳ ଥଣ୍ଡା ସଙ୍ଗକୁ ତୁଷାର ପାତ ହୋଇଥିଲା। ଫଳରେ ଯାତାୟତ ପୁରାପୁରି ଠପ ହୋଇଯାଇଥିଲା।

Advertisment


ଏହାରି ଭିତରେ ହସ୍ପିଟାଲରେ ଜଣେ ମା’ ଓ ନବଜାତ ଫିସି ରହିଥିଲେ। ଖବର ମିଳିବା ପରେ 28RR ବଟାଲିଅନର ସେନା ଅଧିକାରୀମାନେ ସେଠାରେ ପହଞ୍ଚି ଉକ୍ତ ମହିଳା ଓ ନବଜାତକୁ ବରଫ ବର୍ଷା ଭିତରୁ ଉଦ୍ଧାର କରିଥିଲେ । ଭାରାତୀୟ ସେନାର ଚିନାର କୋର ଏନେଇ ସୂଚନା ଦେଇଛନ୍ତି।  ଏ ସମସ୍ତ ଘଟଣାର ଏକ ଭିଡିଓକୁ ଭାରତୀୟ ସେନାର ଅଫିସିଆଲ ଟୁଇଟର ହ୍ୟାଣ୍ଡଲରେ ଶେଆର ମଧ୍ୟ କରାଯାଇଛି। ଯବାନଙ୍କ ଏହି ମହାନତାର ଭିଡିଓଟି ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe