Advertisment

ଏପରି କଳାରେ କେବଳ ଭାରତୀୟ ଛୁଆ ହିଁ ମାହିର...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ନଈ, ପୋଖରୀରେ ଡେଇଁବା, ପର ବାଡିରୁ ଆମ୍ବ, ପିଜୁଳି ଚୋରି କରି ଖାଇବା, ବର୍ଷା ଦିନେ ବିନା ଛତାରେ ଗାଁ ଦାଣ୍ଡରେ ଡେଇଁବା, ସ୍କୁଲ ନାଁରେ ସାଙ୍ଗଙ୍କ ସହ ମେଳି କରିବା ଏସବୁ  ଦୃଶ୍ୟ କେବଳ ଆମେ ଗାଁମାନଙ୍କରେ  ଦେଖିବାକୁ ପାଇପାରୁ। ହେଲେ ସହରୀ ସଭ୍ୟତାରେ ଏ ସବୁ ସ୍ୱପ୍ନ। ପିଲାଙ୍କ ଉପରେ ପାଠ ପଢା ଚାପ ଏପରି ପଡୁଛି ଯେ, ସେମାନଙ୍କ ଶୈଶବ ହଜି ଯାଉଛି। କେବଳ ପାଠ ଆଉ […]

ଏପରି କଳାରେ କେବଳ ଭାରତୀୟ ଛୁଆ ହିଁ ମାହିର...

skill-1.

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରା ଦିନେ ନଈ, ପୋଖରୀରେ ଡେଇଁବା, ପର ବାଡିରୁ ଆମ୍ବ, ପିଜୁଳି ଚୋରି କରି ଖାଇବା, ବର୍ଷା ଦିନେ ବିନା ଛତାରେ ଗାଁ ଦାଣ୍ଡରେ ଡେଇଁବା, ସ୍କୁଲ ନାଁରେ ସାଙ୍ଗଙ୍କ ସହ ମେଳି କରିବା ଏସବୁ  ଦୃଶ୍ୟ କେବଳ ଆମେ ଗାଁମାନଙ୍କରେ  ଦେଖିବାକୁ ପାଇପାରୁ। ହେଲେ ସହରୀ ସଭ୍ୟତାରେ ଏ ସବୁ ସ୍ୱପ୍ନ। ପିଲାଙ୍କ ଉପରେ ପାଠ ପଢା ଚାପ ଏପରି ପଡୁଛି ଯେ, ସେମାନଙ୍କ ଶୈଶବ ହଜି ଯାଉଛି।

Advertisment

କେବଳ ପାଠ ଆଉ ପାଠ। ରାତି ପାହିଲା ବେଳକୁ ପିଲା ସ୍କୁଲରେ ପହଞ୍ଚି ସାରିଥିବ, ଆଉ ଫେରିବା ପରେ ଗୋଟିଏ ପରେ ଗୋଟିଏ ଟ୍ୟୁସନ ଖଞ୍ଚି ଦେଇଥିବେ ବାପାମା’। କିପରି ଆମ ପିଲା ଅନ୍ୟମାନଙ୍କଠାରୁ ଆଗକୁ ଯିବ, ସ୍କୁଲରେ ଫାଷ୍ଟ ହେବ। ହେଲେ ଏହା ଭିତରେ ଆମେ କେବେ ବି ପିଲାଙ୍କ ମାନସିକତା ବୁଝିବାକୁ ଚେଷ୍ଟା କରି ନ ଥାଉ।

ହେଲେ ଆମେ ଗାଁକୁ ଗଲେ ହିଁ ଦେଖିପାରିବା, ପିଲାମାନେ କିପରି ବିନ୍ଦାସ ହୋଇ ନିଜ ଜୀବନ ବଞ୍ଚୁଛନ୍ତି। କିପରି ସେମାନେ ନିଜ ଶୈଶବରେ ଛୋଟ ଛୋଟ ଜିନିଷରୁ ଖୁସି ସାଉଣ୍ଟିବାକୁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ସିନିୟର ଆଇପିଏସ୍‌ ଅଫିସର ଅମିତାଭ ଠାକୁର ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି।

Advertisment

ଏଥିରେ ବର୍ଷା ହେଉଥିବା ସମୟାରେ ଗାଁ ଦାଣ୍ଡରେ ଏକ ପିଲା ଟାୟାର ଭିତରେ ପଶି କିପରି ଗଡି ଗଡି ଯାଉଛି। ହେଲେ କିପରି ବ୍ୟାକ୍‌ କରୁଛି, ତାହା ଦେଖିବା ଖୁବ୍‌ ମଜାଦାର।

https://twitter.com/AMITABHTHAKUR21/status/1137319591686729728

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe