Advertisment

ବିରଳ କମଳା, ଆକାର ଜାଣିଲେ ଉଡ଼ିଯିବ ହୋସ୍!

ଇଣ୍ଟରନେଟ୍ ଯୁଗରେ ସବୁକିଛି ସମ୍ଭବ। ଏହି ଇଣ୍ଟରନେଟ୍ ଏବେ ଲୋକଙ୍କ ପାଇଁ ସୂଚନା ଓ ମନୋରଞ୍ଜନର ସ୍ରୋତ ପାଲଟିଛି। ସୋଶାଲ୍ ମିଡିଆରେ କିଛି ଅଦ୍ଭୁତ କଥା ଦେଖିବାକୁ ମିଳେ, ଯାହାକୁ ହୁଏତ ସହଜରେ ବିଶ୍ୱାସ କରିହୁଏ ନାହିଁ। କିଛି ଦିନ ତଳେ ସୋଶାଲ୍ ମିଡିଆରେ ଏକ ବିଶାଳକାୟ କମଳାର ଫଟୋ ଭାଇରାଲ୍ ହେବାରେ ହୋଇଛି, ଯାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଛି। ରିତୁ ମଲହୋତ୍ରା ନାମକ ଜଣେ ଟୁଇଟର୍ ୟୁଜର ଏହି ବିଶାଳକାୟ କମଳାର ଫଟୋକୁ ଶେଆର୍ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିରଳ କମଳା, ଆକାର ଜାଣିଲେ ଉଡ଼ିଯିବ ହୋସ୍!

ORANGE

ଇଣ୍ଟରନେଟ୍ ଯୁଗରେ ସବୁକିଛି ସମ୍ଭବ। ଏହି ଇଣ୍ଟରନେଟ୍ ଏବେ ଲୋକଙ୍କ ପାଇଁ ସୂଚନା ଓ ମନୋରଞ୍ଜନର ସ୍ରୋତ ପାଲଟିଛି। ସୋଶାଲ୍ ମିଡିଆରେ କିଛି ଅଦ୍ଭୁତ କଥା ଦେଖିବାକୁ ମିଳେ, ଯାହାକୁ ହୁଏତ ସହଜରେ ବିଶ୍ୱାସ କରିହୁଏ ନାହିଁ। କିଛି ଦିନ ତଳେ ସୋଶାଲ୍ ମିଡିଆରେ ଏକ ବିଶାଳକାୟ କମଳାର ଫଟୋ ଭାଇରାଲ୍ ହେବାରେ ହୋଇଛି, ଯାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଛି।

Advertisment

ରିତୁ ମଲହୋତ୍ରା ନାମକ ଜଣେ ଟୁଇଟର୍ ୟୁଜର ଏହି ବିଶାଳକାୟ କମଳାର ଫଟୋକୁ ଶେଆର୍ କରିଛନ୍ତି, ଯେଉଁଥିରେ ସେ ମହାରାଷ୍ଟ୍ରର ନାଗପୁରରେ ନିଜ ବନ୍ଧୁର ଏକ କ୍ଷେତରେ ଫଳିଥିବା କମଳାକୁ ଦେଖାଇଛନ୍ତି। ସେ ଲେଖିଛନ୍ତି, ନାଗପୁରରେ ନିଜର ଏକ ବନ୍ଧୁଙ୍କ ଘରେ କମଳା ଫଳିଛି। ଏହି ସହର କମଳା ଉତ୍ପାଦନ ପାଇଁ ପରିଚିତ ଏବଂ ଏଥିପାଇଁ ଏହାକୁ ଭାରତର ଅରେଞ୍ଜ ସିଟି ମଧ୍ୟ କୁହାଯାଏ। ମଲହୋତ୍ରାଙ୍କ ଟୁଇଟ୍ ଅନୁଯାୟୀ, ଏହି ବିଶାଳକାୟ କମଳାର ଆକାର ୨୪ ଇଞ୍ଚ୍ ଏବଂ ଏହାର ଉଚ୍ଚତା ୮ ଇଞ୍ଚ। ଏହାବ୍ୟତୀତ ନଭେମ୍ବର ୨୩ ତାରିଖ, ୨୦୨୦ ସୁଦ୍ଧା ଏହି କମଳାର ଓଜନ ୧.୪୨୫ କେଜି ଥିଲା।

https://twitter.com/iRituMalhotra/status/1330836668773851141?s=20

ଏତେ ବଡ଼ ଓ ଅବିଶ୍ୱସନୀୟ କମଳା ଦେଖି ସମସ୍ତଙ୍କ ହୋଶ୍ ଉଡ଼ିଯାଇଛି। ଯିଏ ବି ଏହି ବିଶାଳ କମଳାକୁ ଦେଖୁଛି, ସେ ନିଜ ଆଖିରେ ଏହାକୁ ବିଶ୍ୱାସ କରିପାରୁନି। କିଛି ପ୍ରତିକ୍ରିୟା ଦେଇଛନ୍ତି ଯେ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଅଲଗା କିସମର ଦେଖାଯାଉଛି। ଆଉ ଜଣେ ମଜାକିଆ ଢଙ୍ଗରେ ଲେଖିଛନ୍ତି, ଏହି କମଳାର ଚୋପାରୁ ବାହାରୁଥିବା ରସକୁ ଲୋକଙ୍କ ଆଖିରେ ସ୍ପ୍ରେ' କରିବାରେ ଖୁବ୍ ମଜା ଆସିବ।

Advertisment

ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଦୁନିଆର ସବୁଠାରୁ ବଡ଼ କମଳାର ଆକାର ୨୫ ଇଞ୍ଚ ବୋଲି ମପାଯାଇଛି। ଜାନୁଆରୀ ୨୨, ୨୦୦୬ରୋ କାଲିଫର୍ଣ୍ଣିଆର ଫ୍ରେସ୍ନୋରେ ପ୍ୟାଟ୍ରିକ୍ ଓ ଜୋଆନ୍ ଫିଲ୍ଡରଙ୍କ ଦ୍ୱାରା ଏକ ରେକର୍ଡ କରାଯାଇଛି। ତେବେ ନାଗପୁରର କମଳାର ଆକାର ୨୪ ଇଞ୍ଚ କୁହାଯାଉଛି। ଆଶା କରାଯାଉଛି ଯେ ଭାରତର ଏହି କମଳା ମଧ୍ୟ ୱାର୍ଲ୍ଡ ରେକର୍ଡ କରିବ।