iva
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସପରିବାର ସହିତ ଭାରତକୁ ଆସିବା ପରେ ସୋଶାଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମ୍ ଓ ଟ୍ୱିଟର୍ରେ ତାଙ୍କର ଅନେକ ଫଟୋ ଭାଇରାଲ୍ ହେଉଛି। ବିଶେଷ କରି ଟ୍ରମ୍ପଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ୍ କୁଶନେର୍ଙ୍କର ତାଜମହଲ ଗସ୍ତର ଫଟୋ ସୋଶାଲ ମିଡିଆରେ ବେଶି ଦେଖିବାକୁ ମିଳିଛି।
ତାଜ ମହଲରେ ଫଟୋ ଉଠାଇବା ପରେ ଇଭାଙ୍କା ତାଜମହଲର ସୁନ୍ଦରତା ବର୍ଣ୍ଣନା କରି ଫଟୋ ପୋଷ୍ଟ କରିଥିଲେ। କିନ୍ତୁ କିଛି ୟୁଜର୍ ଏହାକୁ ନେଇ ମଜାଳିଆ ମେମେ ତିଆରି କରିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
https://www.instagram.com/p/B9ByUmnh9fD/?utm_source=ig_web_copy_link
ଏହା ମଧ୍ୟରେ ବଲିଉଡ୍ ଅଭିନେତା ତଥା ଲୋକପ୍ରିୟ ପଞ୍ଚାବୀ ସିଙ୍ଗର୍ ଦିଲଜିତ୍ ଦୋସାଞ୍ଜ ସୋଶାଲ ମିଡିଆରେ ଏକ ମଜାଳିଆ ପୋଷ୍ଟ ଶେଆର୍ କରିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଇଭାଙ୍କାଙ୍କ ଉପରେ ଗୋଡ଼ ପକାଇ ତାଜ ମହଲ ସାମ୍ନାରେ ବସିଥିଲେ। ଫଟୋଟିକୁ ପୋଷ୍ଟ କରି ଲେଖିଥିଲେ, ‘ମୁଁ ଓ ଇଭାଙ୍କା। ତାଜମହଲ ଯିବା ପାଇଁ ଇଭାଙ୍କା ମୋ ପଛରେ ପଡ଼ି ଯାଇଥିଲେ, ତେଣୁ ମୁଁ ତାଙ୍କୁ ବୁଲାଇବାକୁ ଆଣିଛି।’
ମଜାର କଥା ହେଉଛି ଦିଲଜିତ୍ଙ୍କର ଏହି ପୋଷ୍ଟରେ ଇଭାଙ୍କା ପ୍ରତିକ୍ରିୟା ଦେଇଛନ୍ତି ଏବଂ ଲେଖିଛନ୍ତି, ‘ଦୋସାଞ୍ଜ ମୋତେ ତାଜମହଲ ବୁଲାଇ ନେଇଥିବାକୁ ଧନ୍ୟବାଦ। ଏହା ଏକ ସୁନ୍ଦର ଅନୁଭବ ଥିଲା। ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ’
କେବଳ ଦିଲ୍ଜିତ୍ ନୁହେଁ, ସୋଶାଲ ମିଡିଆରେ ଅନେକ ୟୁଜର୍ ଇଭାଙ୍କାଙ୍କ ସହିତ ଫଟୋ ଏଡିଟ୍ କରି ମେମେ ପ୍ରସ୍ତୁତ କରିଥିଲେ। ଯାହାର ପ୍ରତିକ୍ରିୟାରେ ଇଭାଙ୍କା କହିଛନ୍ତି, ‘ମୁଁ ଭାରତୀୟଙ୍କ ସାହାସିକତାକୁ ସମ୍ମାନ ଓ ପ୍ରଶଂସା ଜଣାଉଛି। ଭାରତରେ ମୋର ବହୁତ ନୂଆ ସାଙ୍ଗ ହେଲେ।’
ଇଭାଙ୍କାଙ୍କର ଏହି ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ବହୁଳ ମାତ୍ରାରେ ଶେଆର୍ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/iva.jpg)