Advertisment

ଜମ୍ମୁ-କଶ୍ମୀର ସିପାହୀଙ୍କ ରାପ୍‌ ସଙ୍ଗ୍‌ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ : ରାପ୍‌ ସ୍କିଲ୍‌ ପାଇଁ ଜମ୍ମୁ-କଶ୍ମୀର ଜଣେ ପୁଲିସ କନଷ୍ଟେବଳ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ତାଙ୍କ ରାପ୍‌ ଗୀତ ଶୁଣିବା ପରେ ଇଣ୍ଟରନେଟ୍‌ରେ ୟୁଜର ପ୍ରଭାବିତ ମଧ୍ୟ ହୋଇଛନ୍ତି। ପୁଲିସ ଅଧିକାରୀ ମୁକେଶ ସିଂହ ୩୦ ସେକେଣ୍ଡର ରାପ୍‌ ସଙ୍ଗକୁ ଭିଡିଓକୁ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ଯେଉଁଥିରେ ପୁଲିସ କନଷ୍ଟେବଳଙ୍କ ସାହସ ଓ ଆତ୍ମବିଶ୍ୱାସ ଦେଖିବାକୁ ମିଳିଛି। କନଷ୍ଟେବଳ ଜଣକ ରାପ୍‌ରେ କହିଛନ୍ତି, ‘ଲୋକ ଏଠି ନିଦରେ ସ୍ୱପ୍ନ ଦେଖିଥାନ୍ତି […]

ଜମ୍ମୁ-କଶ୍ମୀର ସିପାହୀଙ୍କ ରାପ୍‌ ସଙ୍ଗ୍‌ ହେଉଛି ଭାଇରାଲ୍‌

s111

Advertisment

ନୂଆଦିଲ୍ଲୀ : ରାପ୍‌ ସ୍କିଲ୍‌ ପାଇଁ ଜମ୍ମୁ-କଶ୍ମୀର ଜଣେ ପୁଲିସ କନଷ୍ଟେବଳ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛନ୍ତି। ତାଙ୍କ ରାପ୍‌ ଗୀତ ଶୁଣିବା ପରେ ଇଣ୍ଟରନେଟ୍‌ରେ ୟୁଜର ପ୍ରଭାବିତ ମଧ୍ୟ ହୋଇଛନ୍ତି।

Advertisment

ପୁଲିସ ଅଧିକାରୀ ମୁକେଶ ସିଂହ ୩୦ ସେକେଣ୍ଡର ରାପ୍‌ ସଙ୍ଗକୁ ଭିଡିଓକୁ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ଯେଉଁଥିରେ ପୁଲିସ କନଷ୍ଟେବଳଙ୍କ ସାହସ ଓ ଆତ୍ମବିଶ୍ୱାସ ଦେଖିବାକୁ ମିଳିଛି।

କନଷ୍ଟେବଳ ଜଣକ ରାପ୍‌ରେ କହିଛନ୍ତି, ‘ଲୋକ ଏଠି ନିଦରେ ସ୍ୱପ୍ନ ଦେଖିଥାନ୍ତି କିନ୍ତୁ ମୋ ସ୍ୱପ୍ନ ମୋତେ ଶୋଇବାକୁ ଦେଇନଥାଏ। ମୋ କାନ୍ଧରେ ଘରର ଦାୟିତ୍ୱ ରହିଛି, କିନ୍ତୁ ମୁଁ ମନୋବଳ ଭାଙ୍ଗିନାହିଁ। ତଥାପି ମୁଁ ରାପ୍‌ ଜାରି ରଖିଛି। ଦାୟିତ୍ୱ ନେଇ ସିପାହୀ ହୋଇଛି।’ ମୁକେଶ ସିଂ ଭିଡିଓଟିକୁ ପୋଷ୍ଟ କରି ଲେଖିଛନ୍ତି, ‘ଜମ୍ମୁ-କଶ୍ମୀରର କନଷ୍ଟେବଳ ଏବଂ ଜଣେ ପାସୋନେଟ୍‌ ରାପର୍‌।’

Advertisment

ସୋଶାଲ ମିଡିଆରେ ୟୁଜର୍ସ ଏହି ଭିଡିଓଟିକୁ ଦେଖି ଦେଶପ୍ରେମର କଥାଶୁଣି ଉତ୍ସାହିତ ହେବା ଦେଖିବାକୁ ମିଳିଛି। ୮ ମାର୍ଚ୍ଚରେ ଭିଡିଓଟିକୁ ଶେଆର୍ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭିଡିଓଟିକୁ ୭ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।

ଭିଡିଓଟିକୁ ଦେଖିବା ପରେ କନଷ୍ଟେବଳଙ୍କର ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆପଣ ନିଜ ଟାଲେଣ୍ଟକୁ ଲୁଚାଇ ରଖିପାରିବେ ନାହିଁ।’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ବହୁତ ସୁନ୍ଦର ରାପ୍, ଆପଣ ମନ କିଣି ନେଲେ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe