Advertisment

୧ ମିନିଟ୍‌ ବିଳମ୍ବରେ ପହଞ୍ଚିଲା ଟ୍ରେନ୍‌, କଟିଗଲା ଡ୍ରାଇଭରଙ୍କ ଦରମା

ଟୋକିଓ: ଗନ୍ତବ୍ୟ ସ୍ଥଳରେ ସମୟରେ ପହଞ୍ଚିପାରିଲାନି ଟ୍ରେନ୍‌। ଟ୍ରେନ୍‌ ପହଞ୍ଚିବାକୁ ମାତ୍ର ୧ ମିନିଟ୍‌ ବିଳମ୍ବ ହେଲା। ବାସ୍‌ ଏତିକିରେ ରାଗିଗଲା କମ୍ପାନୀ। ରାଗିଯାଇ ଟ୍ରେନ୍‌ ଡ୍ରାଇଭରଙ୍କ କାଟିଦେଲେ ଦରମା। କିଛି ଏଭଳି ଘଟଣା ଘଟିଛି ଜାପାନ୍‌ରେ। ଜାପାନର ଟ୍ରେନ୍‌ ଯାତାୟତ ସିଷ୍ଟମ ସଠିକ୍‌ ଟାଇମିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଟ୍ରେନ୍‌ ବିଳମ୍ବରେ ପହଞ୍ଚିବା ଭଳି ଘଟଣା ବେଶ୍‌ ଦୁର୍ଲଭ। ୧ ମିନିଟ୍‌ ବି ଟ୍ରେନ୍‌ ବିଳମ୍ବ ହେବା ଜାପାନରେ ଚର୍ଚ୍ଚାର ବିଷୟ ପାଲଟିଯାଏ। […]

ଅଦ୍ୟତନ ହୋଇଛି
୧ ମିନିଟ୍‌ ବିଳମ୍ବରେ ପହଞ୍ଚିଲା ଟ୍ରେନ୍‌, କଟିଗଲା ଡ୍ରାଇଭରଙ୍କ ଦରମା

japan-train

Advertisment

ଟୋକିଓ: ଗନ୍ତବ୍ୟ ସ୍ଥଳରେ ସମୟରେ ପହଞ୍ଚିପାରିଲାନି ଟ୍ରେନ୍‌। ଟ୍ରେନ୍‌ ପହଞ୍ଚିବାକୁ ମାତ୍ର ୧ ମିନିଟ୍‌ ବିଳମ୍ବ ହେଲା। ବାସ୍‌ ଏତିକିରେ ରାଗିଗଲା କମ୍ପାନୀ। ରାଗିଯାଇ ଟ୍ରେନ୍‌ ଡ୍ରାଇଭରଙ୍କ କାଟିଦେଲେ ଦରମା। କିଛି ଏଭଳି ଘଟଣା ଘଟିଛି ଜାପାନ୍‌ରେ।

Advertisment

ଜାପାନର ଟ୍ରେନ୍‌ ଯାତାୟତ ସିଷ୍ଟମ ସଠିକ୍‌ ଟାଇମିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଟ୍ରେନ୍‌ ବିଳମ୍ବରେ ପହଞ୍ଚିବା ଭଳି ଘଟଣା ବେଶ୍‌ ଦୁର୍ଲଭ। ୧ ମିନିଟ୍‌ ବି ଟ୍ରେନ୍‌ ବିଳମ୍ବ ହେବା ଜାପାନରେ ଚର୍ଚ୍ଚାର ବିଷୟ ପାଲଟିଯାଏ। ଏଭଳି ସ୍ଥିତି ନିକଟରେ ଡ୍ରାଇଭରଙ୍କ ଭୁଲ ଲାଗି ଏକ ଟ୍ରେନ୍‌ ୧ ମିନିଟ୍‌ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଡ୍ରାଇଭରଙ୍କ ଦରମାର ପାଖପାଖି ସାଢ଼େ ୫ ହଜାର ଟଙ୍କା କାଟି ଦିଆଯାଇଛି ପଶ୍ଚିମ ଜାବାପ ରେଲୱେ କମ୍ପାନୀ।

ଡେଲି ମେଲ୍‌ର ରିପୋର୍ଟ ଅନୁଯାୟୀ ଗତ ବର୍ଷ ଜୁନ୍‌ ୧୮ ତାରିଖରେ ଡ୍ରାଇଭର ଜଣକ ଓକାୟାମା ଷ୍ଟେସନରେ ଏକ ଖାଲି ଟ୍ରେନ୍ ନେଇ ବାହାରିଥିଲା। ଏହି ସମୟରେ ହଠାତ୍ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ, ତେଣୁ ସେ ତାଙ୍କ ଜୁନିଅର ଡ୍ରାଇଭରକୁ ଦାୟିତ୍ୱ ଦେଇ ବାଥରୁମକୁ ଚାଲି ଯାଇଥିଲେ।, କିନ୍ତୁ ଜୁନିଅର ଡ୍ରାଇଭରଜଣକ ଟ୍ରେନକୁ ଭୁଲ ପ୍ଲାଟଫର୍ମରେ ଚଳାଇ ଦେଇଥିଲେ। ଏହି କାରଣରୁ ଟ୍ରେନ୍ ଏକ ମିନିଟ୍ ବିଳମ୍ବ ହୋଇଥିଲା। ଅର୍ଥାତ୍ ଟ୍ରେନ୍ ଛାଡିବା ଏବଂ ଆସିବା ସମୟରେ ପ୍ରତ୍ୟେକରେ ଗୋଟିଏ ମିନିଟ୍ ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ପଶ୍ଚିମ ଜାପାନ ରେଳ କମ୍ପାନୀ ତାଙ୍କର ଜୁଲାଇ ମାସର ଦରମାରୁ ୫,୬୦୦ ଟଙ୍କା କାଟି ଦେଇଥିଲା।

Advertisment

ଏହି ନିଷ୍ପତ୍ତି ବିରୋଧରେ ଡ୍ରାଇଭର ଓକାୟାମା ଶ୍ରମ ମାନକ ଯାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ କମ୍ପାନୀ ଟ୍ରେନର ବିଳମ୍ବ ସମୟକୁ ଦୁଇ ମିନିଟରୁ ଏକ ମିନିଟକୁ ହ୍ରାସ କରି ଜରିମାନାକୁ ୨୮ ପାଉଣ୍ଡକୁ ହ୍ରାସ କରିଛି। କିନ୍ତୁ ଡ୍ରାଇଭର ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଟ୍ରେନ୍‌ ବିଳମ୍ବ ହେତୁ ସମୟ ନିର୍ଘଣ୍ଟରେ କୌଣସି ବ୍ୟାଘାତ ଘଟି ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ଏହାପରେ ଟ୍ରେନ୍ ଡ୍ରାଇଭର ଏହି ମାମଲାକୁ ଓକାୟାମା ଜିଲ୍ଲା କୋର୍ଟକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏକ ମିନିଟ୍ ବିଳମ୍ବ ପାଇଁ ତାଙ୍କ ଉପରେ ଲଗାଯାଇଥିବା ଜରିମାନା ବିରୋଧରେ ସେ କ୍ଷତିପୂରଣ ଦାବି କରିଥିଲେ। ତାଙ୍କ ଭାବମୂର୍ତ୍ତି, ଓଭରଟାଇମ୍ କଟ୍, ମାନସିକ ଯନ୍ତ୍ରଣା, ଚାକିରିରେ ଅସୁବିଧା ଇତ୍ୟାଦି ବିଷୟରେ ସେ କମ୍ପାନୀରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe