Advertisment

ନୂଆ ନୂଆ ବାହା ହୋଇଥିଲେ, ଉଠାଇଲେ ୬୦୦ କିଲୋ…

ମଣିଷ ଜୀବନରେ ବିବାହ ଏଭଳି ଏକ ପବିତ୍ର ବନ୍ଧନ, ଯାହା ସର୍ବଦା ସ୍ମରଣୀୟ ହୋଇ ରହିଥାଏ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦମ୍ପତି ହନିମୁନ୍ ପାଇଁ ଯୋଜନା କରନ୍ତି। କିଛି ଦମ୍ପତି ବିଦେଶକୁ ବୁଲିବାକୁ ପସନ୍ଦ କରନ୍ତି ତ କିଛି ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହାନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ଦମ୍ପତିଙ୍କ କଥା କହିବୁ, ଯିଏ ନିଜର ହନିମୁନ ଯିବା ବଦଳରେ ନିଆରା କାମ କରି ଲୋକଙ୍କୁ ଜାଗ୍ରତ କରାଇଛନ୍ତି। ଏହି […]

author-image
Ranjit Kumar Jena
ନୂଆ ନୂଆ ବାହା ହୋଇଥିଲେ, ଉଠାଇଲେ ୬୦୦ କିଲୋ…

anudeep

ମଣିଷ ଜୀବନରେ ବିବାହ ଏଭଳି ଏକ ପବିତ୍ର ବନ୍ଧନ, ଯାହା ସର୍ବଦା ସ୍ମରଣୀୟ ହୋଇ ରହିଥାଏ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦମ୍ପତି ହନିମୁନ୍ ପାଇଁ ଯୋଜନା କରନ୍ତି। କିଛି ଦମ୍ପତି ବିଦେଶକୁ ବୁଲିବାକୁ ପସନ୍ଦ କରନ୍ତି ତ କିଛି ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହାନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ଦମ୍ପତିଙ୍କ କଥା କହିବୁ, ଯିଏ ନିଜର ହନିମୁନ ଯିବା ବଦଳରେ ନିଆରା କାମ କରି ଲୋକଙ୍କୁ ଜାଗ୍ରତ କରାଇଛନ୍ତି। ଏହି ଦମ୍ପତି ହେଉଛନ୍ତି ଅନୁଦୀପ ହେଗଡେ ଓ ମିନୁଶା କାଞ୍ଚା।

Advertisment

ଦୁହେଁ ବିବାହ ପରେ ହନିମୁନ୍ ବା ବୁଲିବାକୁ ଯିବା ବଦଳରେ ସମୁଦ୍ର କୂଳରେ ସଫେଇ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ଅନୁଦୀପଙ୍କ ଘର କର୍ଣ୍ଣାଟକର ବେନ୍ଦୁର ସହରରେ। ସେଠାରେ ଥିବା ସୋମେଶ୍ୱରା ସମୁଦ୍ର କୂଳରେ ଅନୁପୀପ ଓ ମିନୁଶା ଅଧିକାଂଶ ସମୟରେ ବୁଲାବୁଲି କରନ୍ତି। କିନ୍ତୁ ଦୁହେଁ ଦେଖିବାକୁ ପାଇଲେ ଯେ ସେଠାକୁ ଲୋକେ ଆସୁଛନ୍ତି ଏବଂ ଯେଉଁଠି ନାଇ ସେଇଠି ଅଳିଆ ପକାଇ ଚାଲିଯାଉଛନ୍ତି। ଏପରିକି ସେଠାରେ ସେମାନେ ମଦ ବୋତଲ, ଛିଣ୍ଡା ଚପଲ, ବଳକା ଖାଦ୍ୟପାନ ସାମଗ୍ରୀର ପଡ଼ିଥିବାର ଦେଖିବାକୁ ପାଇଲେ। ଏହା ପରେ ଦୁହେଁ ହନିମୁନ ଯିବା ପରିବର୍ତ୍ତେ ନିଜର ମୂଲ୍ୟବାନ ସମୟକୁ ସମୁଦ୍ର ସଫେଇରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଲେ।

https://twitter.com/anu_hegde16/status/1333707395617353728?s=20

ଅନୁଦୀପ ଏ ନେଇ ଏକ ଟୁଇଟ୍ ମଧ୍ୟ କରିଛନ୍ତି। ସେ ଏକ ଭିଡିଓ ଶେଆର୍ କରି ଲେଖିଛନ୍ତି, କ'ଣ ଦୁଇଟି ମଣିଷ ବଡ଼ ପରିବର୍ତ୍ତନ ଆଣିପାରିବେ? ଦୁଇ ସପ୍ତାହ ତଳେ ମୋର ବିବାହ ହୋଇଛି ଏବଂ ଆମେ ଦୁହେଁ ନିଷ୍ପତ୍ତି ନେଲୁ ଯେ ହନିମୁନ୍ ଯିବା ପୂର୍ବରୁ ପ୍ରଥମେ ସମୁଦ୍ର କୂଳକୁ ସଫା କରିବୁ। ଆମେ ଏଠାରେ ୪୦ ପ୍ରତିଶତ ଅଳିଆ ସଫା କରିସାରିଛୁ। ଆଉ କିଛି ବାକି ଅଛି। ଏହା ଆମ ପାଇଁ ବହୁତ ଆତ୍ମସନ୍ତୋଷଭରା ମୁହୂର୍ତ୍ତ ଥିଲା।

Advertisment

ଏହା ପୂର୍ବରୁ ଦୁହେଁ ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ୬୦୦ କେଜି ଅଳିଆ ସମୁଦ୍ର କୂଳରୁ ଉଠାଇଛନ୍ତି। ଏପରିକି ସେମାନଙ୍କ ଦ୍ୱାରା ଏଭଳି କାମକୁ ଦେଖି କିଛି ଯୁବକ ମଧ୍ୟ ଆଗେଇ ଆସିଥିଲେ। ସେମାନେ ଯେଉଁ ଅଳିଆକୁ ସଫା କରୁଥିଲେ, ସେସବୁକୁ ପଞ୍ଚାୟତ କର୍ମଚାରୀ ଉଠାଉଥିଲେ। ଆଗାମୀ ଦିନରେ ମଧ୍ୟ ଏହି ଦମ୍ପତି ଆହୁରି ଏଭଳି କାମ କରିବେ।