Advertisment

ଆଫ୍ରିକା ଜଙ୍ଗଲରେ ଚିତାବାଘ ଓ ଅଜଗର ସାପ ମଧ୍ୟରେ ଲଢ଼େଇ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଆଫ୍ରିକାର କେନିୟାରେ ଥିବା ମାସାଇ ମାରା ଟ୍ରାଇଆଙ୍ଗଲ୍‌ ରିଜର୍ଭରେ ଗୋଟିଏ ଅଜଗର ସାପ ଓ ଚିତାବାଘ ମଧ୍ୟରେ ଲଢ଼େଇର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖାଯାଇଛି ଯେ ପ୍ରଥମେ ଚିତାବାଘ ଅଜଗର ସାପ ପାଖରେ କିଛି ସମୟ ଛିଡ଼ା ହେବା ପରେ ଆକ୍ରମଣ କରିଛି। ଏହି ଲଢ଼େଇ ଶେଷରେ ଚିତାବାଘ ହିଁ ବିଜୟୀ ହୋଇଛି। ଡେଲି ମେଲ୍‌ର ରିପୋର୍ଟ ଅନୁସାରେ ଏହି ଲଢ଼େଇରେ ପ୍ରଥମେ ଅଜଗର ଚିତାବାଘର ଗୋଡ଼କୁ ଧରିରଖିଥିଲା। କିନ୍ତୁ […]

ଆଫ୍ରିକା ଜଙ୍ଗଲରେ ଚିତାବାଘ ଓ ଅଜଗର ସାପ ମଧ୍ୟରେ ଲଢ଼େଇ, ଦେଖନ୍ତୁ ଭିଡିଓ

chita

Advertisment

ନୂଆଦିଲ୍ଲୀ : ଆଫ୍ରିକାର କେନିୟାରେ ଥିବା ମାସାଇ ମାରା ଟ୍ରାଇଆଙ୍ଗଲ୍‌ ରିଜର୍ଭରେ ଗୋଟିଏ ଅଜଗର ସାପ ଓ ଚିତାବାଘ ମଧ୍ୟରେ ଲଢ଼େଇର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେଉଛି।

Advertisment

ଭିଡିଓରେ ଦେଖାଯାଇଛି ଯେ ପ୍ରଥମେ ଚିତାବାଘ ଅଜଗର ସାପ ପାଖରେ କିଛି ସମୟ ଛିଡ଼ା ହେବା ପରେ ଆକ୍ରମଣ କରିଛି। ଏହି ଲଢ଼େଇ ଶେଷରେ ଚିତାବାଘ ହିଁ ବିଜୟୀ ହୋଇଛି।

ଡେଲି ମେଲ୍‌ର ରିପୋର୍ଟ ଅନୁସାରେ ଏହି ଲଢ଼େଇରେ ପ୍ରଥମେ ଅଜଗର ଚିତାବାଘର ଗୋଡ଼କୁ ଧରିରଖିଥିଲା। କିନ୍ତୁ ଚିତାବାଘ ସାପକୁ ପାଲଟା ଆକ୍ରମଣ କରିଥିଲା। ଅଜଗର ସାପ ଯେତେ ଚେଷ୍ଟା କଲେ ମଧ୍ୟ ଚିତାବାଘକୁ ଗିଳିବାରେ ସଫଳ ହୋଇନଥିଲା।

Advertisment

ଘଟଣାସ୍ଥଳରେ ସେଠାରେ ଉପସ୍ଥିତ ଥିବା କିଛି ପର୍ଯ୍ୟଟକ ଏହି ଘଟଣାର ଭିଡିଓ ରେକର୍ଡ କରି ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି। ଜଣେ ପର୍ଯ୍ୟଟକଙ୍କର କହିବା ଅନୁସାରେ ଭୟ ଲାଗୁଥିଲେ ମଧ୍ୟ ଆମେ ସମସ୍ତେ ସେଠାରେ ଉପସ୍ଥିତ ରହି ପୂରା ଘଟଣାକୁ ଦେଖିଛୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe