Advertisment

ଚଳନ୍ତା କାର୍‌ରୁ ଖସି ପଡ଼ିଲା ୧ ବର୍ଷର ଶିଶୁ, ଦେଖନ୍ତୁ ଭିଡିଓ

ଥିରୁଅନନ୍ତପୁରମ୍‌ : କେରଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମୁନ୍ନାର କ୍ଷେତ୍ରରେ ଥିବା ଇଡୁକୀ ଜିଲ୍ଲାର ଜଙ୍ଗଲ ରାସ୍ତାରେ ଗୋଟିଏ ବର୍ଷର ଶିଶୁ ଚଳନ୍ତା କାର୍‌ରୁ ଖସି ପଡ଼ିଛି। ତେବେ ବଡ଼ କଥା ହେଉଛି ଚଳନ୍ତା କାର୍‌ରୁ ଖସିବା ପରେ ମଧ୍ୟ ଶିଶୁଟି ଜୀବିତ ଅଛି। ଶିଶୁଟିକୁ ଉଦ୍ଧାର କରାଯାଇ ତା’ର ବାପାମାଙ୍କୁ ହସ୍ତାନ୍ତର କରାଯାଇଛି। ଶିଶୁ ଖସି ପଡ଼ିବାର ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ […]

ଚଳନ୍ତା କାର୍‌ରୁ ଖସି ପଡ଼ିଲା ୧ ବର୍ଷର ଶିଶୁ, ଦେଖନ୍ତୁ ଭିଡିଓ

vvvv

Advertisment

ଥିରୁଅନନ୍ତପୁରମ୍‌ : କେରଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମୁନ୍ନାର କ୍ଷେତ୍ରରେ ଥିବା ଇଡୁକୀ ଜିଲ୍ଲାର ଜଙ୍ଗଲ ରାସ୍ତାରେ ଗୋଟିଏ ବର୍ଷର ଶିଶୁ ଚଳନ୍ତା କାର୍‌ରୁ ଖସି ପଡ଼ିଛି।

Advertisment

ତେବେ ବଡ଼ କଥା ହେଉଛି ଚଳନ୍ତା କାର୍‌ରୁ ଖସିବା ପରେ ମଧ୍ୟ ଶିଶୁଟି ଜୀବିତ ଅଛି। ଶିଶୁଟିକୁ ଉଦ୍ଧାର କରାଯାଇ ତା’ର ବାପାମାଙ୍କୁ ହସ୍ତାନ୍ତର କରାଯାଇଛି। ଶିଶୁ ଖସି ପଡ଼ିବାର ଦୃଶ୍ୟ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା।

https://twitter.com/ANI/status/1170957594287960064

ସିସିଟିଭିର ଫୁଟେଜରୁ ଏହି ଦୃଶ୍ୟ ସଂଗ୍ରହ କରାଯିବା ପରେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଶିଶୁଟି କାର୍‌ରୁ ଖସିବା ପରେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଛି। ସେହି ସମୟରେ ରାସ୍ତାରେ କେହି ନଥିଲେ। ଗୁରୁଣ୍ଡି ଗୁରୁଣ୍ଡି ଛୁଆଟି ରାସ୍ତା ଏପଟକୁ ଚାଲି ଆସୁଛି। ଏହା ପରେ ଜଙ୍ଗଲର ୱାର୍ଡେନ୍‌ ଶିଶୁଟିକୁ ଦେଖିଥିଲେ।

Advertisment

ପୁଲିସର କହିବା ଅନୁସାରେ ବାପାମା’ଙ୍କ ସହିତ ଶିଶୁଟି କାର୍‌ରେ ଥିଲା। ସମସ୍ତେ ତାମିଲନାଡୁରୁ ମନ୍ଦିର ଦର୍ଶନ କରି ଫେରୁଥିଲେ। ଶିଶୁଟି କାର୍‌ରୁ ଖସିଲା ସମୟରେ ପୂରା ପରିବାରେ ଶୋଇ ପଡ଼ିଥିଲେ। ତେଣୁ ପିଲା କାର୍‌ରୁ ଖସିବା କଥା ସେମାନେ ଜାଣିପାରିଲେ ନାହିଁ। କାର୍‌ରୁ ପଡ଼ିବା ପରେ ଜଙ୍ଗଲ୍‌ର ୱାର୍ଡେନ୍‌ ଶିଶୁଟିକୁ ରାସ୍ତାରେ ଗୁରୁଣ୍ଡୁ ଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୁଲିସକୁ ସୂଚନା ଦେବା ପରେ ଗୋଟିଏ ଚେକ୍‌ ପୋଷ୍ଟ ପାଖରୁ ଆହତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe