Advertisment

ବିଧାୟକଙ୍କ ଇଚ୍ଛା, ଫୁଲ ବଦଳରେ ବହି ଦିଅ

ଥିରୁଅନନ୍ତପୁରମ୍ : କେରଳର ବିଧାୟକ ମେୟର୍‌ ବ୍ରୋ ବା ଭିକେ ପ୍ରଶାନ୍ତ ବର୍ତ୍ତମାନ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚା କରାଯାଉଛି। ଏହି ଚର୍ଚ୍ଚାର କାରଣ ହେଉଛି ବିଧାୟକଙ୍କ ନିଆରା ଇଚ୍ଛା। ‘ଫୁଲ ବଦଳରେ ବହି ଦିଅ।’ ଏହି ଇଚ୍ଛାକୁ ଯେ କେହି ବି ଶୁଣିବ, ବିଧାୟକଙ୍କର ପ୍ରଶଂସା ନକରି ରହି ପାରିବନାହିଁ। ପ୍ରକୃତ କଥା ହେଲା, ଗତ ସପ୍ତାହରେ ଉପନିର୍ବାଚନ ଜିତି ପ୍ରଶାନ୍ତ କେରଳର ଭାଟିୟୋର୍‌କାଭୁର ବିଧାୟକ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା […]

author-image
Puspanjali Panda
ବିଧାୟକଙ୍କ ଇଚ୍ଛା, ଫୁଲ ବଦଳରେ ବହି ଦିଅ

k2

ଥିରୁଅନନ୍ତପୁରମ୍ : କେରଳର ବିଧାୟକ ମେୟର୍‌ ବ୍ରୋ ବା ଭିକେ ପ୍ରଶାନ୍ତ ବର୍ତ୍ତମାନ ସୋଶାଲ ମିଡିଆରେ ବେଶ୍ ଚର୍ଚ୍ଚା କରାଯାଉଛି। ଏହି ଚର୍ଚ୍ଚାର କାରଣ ହେଉଛି ବିଧାୟକଙ୍କ ନିଆରା ଇଚ୍ଛା। ‘ଫୁଲ ବଦଳରେ ବହି ଦିଅ।’ ଏହି ଇଚ୍ଛାକୁ ଯେ କେହି ବି ଶୁଣିବ, ବିଧାୟକଙ୍କର ପ୍ରଶଂସା ନକରି ରହି ପାରିବନାହିଁ।

Advertisment

ପ୍ରକୃତ କଥା ହେଲା, ଗତ ସପ୍ତାହରେ ଉପନିର୍ବାଚନ ଜିତି ପ୍ରଶାନ୍ତ କେରଳର ଭାଟିୟୋର୍‌କାଭୁର ବିଧାୟକ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଥିବା ନିର୍ବାଚନମଣ୍ଡଳୀର ସମସ୍ତ ବନ୍ଧୁ, ସମ୍ପର୍କୀୟ ଓ ସାଧାରଣ ଜନତାଙ୍କୁ ପ୍ରଶାନ୍ତ ଫୁଲତୋଡା ପରିବର୍ତ୍ତେ ବହି ଦେବା ପାଇଁ ଫେସବୁକ୍‌ରେ ନିବେଦନ କରିଥିଲେ।

publive-image

ପ୍ରଶାନ୍ତଙ୍କର ଏହି ଇଚ୍ଛାକୁ ସହମତି ଜଣାଇ ଲୋକେ ତାଙ୍କୁ ବହି ଉପହାର ସ୍ୱରୂପ ଦେଇ ସ୍ୱାଗତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩୦୦୦ରୁ ଅଧିକ ବହି ଗ୍ରହଣ କରି ସାରିଛନ୍ତି।

Advertisment

ଟିଏନ୍‌ଏମ୍‌ର ରିପୋର୍ଟ ଅନୁସାରେ ସଂଗୃହୀତ ହୋଇଥିବା ଏହି ସମସ୍ତ ବହିକୁ ପ୍ରଶାନ୍ତ ପିଲାଙ୍କର ପାଠପଢ଼ା ପାଇଁ ସ୍ଥାନୀୟ ସ୍କୁଲର ଲାଇବ୍ରେରୀକୁ ଦାନ କରିବେ। ପ୍ରଶାନ୍ତଙ୍କୁ ଲୋକମାନେ ବହି ଦେଉଥିବାର ଏକ ଭିଡିଓ ସେ ଫେସବୁକରେ ଶେଆର୍‌ କରିଛନ୍ତି।

publive-image

ସୂଚନାଯୋଗ୍ୟ, ୨୦୧୮ କେରଳ ବନ୍ୟାରେ ପ୍ରଶାନ୍ତ ସବୁଠାରୁ ଅଧିକ ରିଲିଫ୍‌ ଦେଇ ପ୍ରଶଂସାର ପାତ୍ର ହୋଇଥିଲେ। ଅକ୍ଟୋବରରେ ହୋଇଥିବା ଉପନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୧୪,୨୫୧ ଭୋଟ୍‌ରେ ହରାଇ ଭାଟିୟୋର୍‌କାଭୁର ବିଧାୟକ ହୋଇଛନ୍ତି।