Advertisment

ଲତାଙ୍କ ଜବ୍‌ରା ଫ୍ୟାନ୍‌, ଘରକୁ କରିବେ ମ୍ୟୁଜିଅମ

ଲକ୍ଷ୍ନୌ: ହଜିଗଲା ଭାରତର ରତ୍ନ। ନୀରବି ଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଦୁଃଖରେ ବୁଡିଲା ଦେଶ। ଲତା ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସତ କିନ୍ତୁ ରହିଯାଇଛି ତାଙ୍କ ସ୍ମୃତି। ଲତାଙ୍କୁ ନିଜ ନିଜ ଢ଼ଙ୍ଗରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହାରି ଭିତରେ ସାମ୍ନାକୁ ଆସିଛନ୍ତି ଲତାଙ୍କ ଜବ୍‌ରା ଫ୍ୟାନ୍‌। ଏମିତିରେ ତ ଲତାଙ୍କ ସ୍ୱରର ଜାଦୁ ସମସ୍ତଙ୍କୁ ମତୁଆଲା କରେ କିନ୍ତୁ ଲତାଙ୍କ ସ୍ୱରକୁ ନେଇ ଜଣେ ବ୍ୟକ୍ତି ଏଭଳି ପାଗଲେ ଥିଲେ, ଯାହାଙ୍କ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲତାଙ୍କ ଜବ୍‌ରା ଫ୍ୟାନ୍‌, ଘରକୁ କରିବେ ମ୍ୟୁଜିଅମ

lata die-hard-fan

ଲକ୍ଷ୍ନୌ: ହଜିଗଲା ଭାରତର ରତ୍ନ। ନୀରବି ଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଦୁଃଖରେ ବୁଡିଲା ଦେଶ। ଲତା ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସତ କିନ୍ତୁ ରହିଯାଇଛି ତାଙ୍କ ସ୍ମୃତି। ଲତାଙ୍କୁ ନିଜ ନିଜ ଢ଼ଙ୍ଗରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଏହାରି ଭିତରେ ସାମ୍ନାକୁ ଆସିଛନ୍ତି ଲତାଙ୍କ ଜବ୍‌ରା ଫ୍ୟାନ୍‌।

Advertisment

ଏମିତିରେ ତ ଲତାଙ୍କ ସ୍ୱରର ଜାଦୁ ସମସ୍ତଙ୍କୁ ମତୁଆଲା କରେ କିନ୍ତୁ ଲତାଙ୍କ ସ୍ୱରକୁ ନେଇ ଜଣେ ବ୍ୟକ୍ତି ଏଭଳି ପାଗଲେ ଥିଲେ, ଯାହାଙ୍କ ପାଇଁ ସେ ନିଜ ଘରକୁ ହିଁ ଲତାଙ୍କ ମନ୍ଦିର ରୂପେ ପରିଣତ କରିଦେଇଛନ୍ତି।

ଉତ୍ତରପ୍ରଦେଶର ମେରଟର ବାସିନ୍ଦା ଗୌରବ ଶର୍ମା। ସେ ପେଶାରେ ଜଣେ ଶିକ୍ଷକ। ୩୯ ବର୍ଷୀୟ ଏହି ବ୍ୟକ୍ତି ଜଣକ ଶିକ୍ଷକତା କରିବା ସହ ସେ ଲତାଙ୍କ ଜଣେ ଜବ୍‌ରା ଫ୍ୟାନ୍‌। ଲତାଜୀଙ୍କ ପ୍ରତି ତାଙ୍କ ଭକ୍ତି-ପ୍ରେମର ତୁଳନାତ୍ମକ ନୁହେଁ। ଦୁନିଆର ଅସଂଖ୍ୟ ଲୋକଙ୍କ ପରି ଗୌରବ ମଧ୍ୟ ତାଙ୍କ ଗୀତ ଶୁଣିବା ପରେ ଲତା ମଙ୍ଗେଶକରଙ୍କୁ ଭଲ ପାଉଥିଲେ ଏବଂ ଏହି ପ୍ରେମ ଏତେ ବଢ଼ିଯାଇଥିଲା ଯେ ଗୌରବ ତାଙ୍କ ଘରକୁ ହିଁ ସେ 'ଲତା କା ମାନ୍ଦିର' କରିଦେଇଛନ୍ତି। ତାଙ୍କ ଘରେ ଯୁଆଡେ ଦେଖିବ ସିଆଡେ କେବଳ ଲତାଙ୍କ ହିଁ ଫଟୋ, ତାଙ୍କ ଗୀତର କ୍ୟାସେଟ୍‌, ସିଡି, ମାଗାଜିନ୍‌ ଆଦି ଭର୍ତ୍ତି ହୋଇ ରହିଛି।

Advertisment

Lata Mangeshkar Fan

ସ୍ୱର କୋକିଳା ଲତାଙ୍କୁ ଗୌରବ ଭଗବାନ ରୂପେ ପୂଜା କରନ୍ତି। ପ୍ରାୟ ୩୦ ବର୍ଷ ହେଲା ଗୌରବ ଲତାଙ୍କ ସ୍ମୃତିଗୁଡିକୁ ସାଇତି ରଖିବା କାମ କରୁଛନ୍ତି। ଲତା ଦିଦି ପ୍ରତି ତାଙ୍କର ଆଗ୍ରହ ଏତେ ପରିମାଣରେ ଅଛି ଯେ, ଗୌରବ ୧୯୨୯ର ମୁଦ୍ରାକୁ ମଧ୍ୟ ସଂରକ୍ଷଣ କରି ରଖିଛନ୍ତି। ଗୌରବ କହିଛନ୍ତି ଯେ, ଲତା ଦିଦି ୧୯୨୯ମସିହାରେ ଜନ୍ମ ହୋଇଥିଲେ, ତେଣୁ ସେ ସେହି ସମୟର ମୁଦ୍ରା ପାଇବା ପରେ ମୁଦ୍ରାଗୁଡ଼ିକୁ ସଂରକ୍ଷଣ କରି ରଖିଥିଲେ।

ଲତାଙ୍କ ଦେହାନ୍ତ ପରେ ସେ ତାଙ୍କ ପାଇଁ ଅମର ବୋଲି କହିଛନ୍ତି ଗୌରବ। 'ସେ ଏକ ତାରକା ଏବଂ ରାତିର ଆକାଶରେ ସର୍ବଦା ଝଲସି ଉଠିବେ। ମୁଁ ଦୁଃଖୀ ନୁହେଁ କି ଖୁସି ନୁହେଁ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା ବୋଲି ଗୌରବ କହିଛନ୍ତି।'lata fan

ଗୌରବ ଶର୍ମା ସେ ତାଙ୍କର ସମସ୍ତ ଜୀବନକୁ 'ଲତାଙ୍କ କଳା ଏବଂ ଉପାସନା' ପାଇଁ ଉତ୍ସର୍ଗ କରିଛନ୍ତି, ଏପରିକି ସେ ବିବାହ ମଧ୍ୟ କରିନାହାନ୍ତି। ଗୌରବଙ୍କ ପାଖରେ ଲତା ମଙ୍ଗେଶକରଙ୍କ ଉପରେ ଲେଖାଯାଇଥିବା ପ୍ରତ୍ୟେକ ପୁସ୍ତକ ଅଛି, ଏପରିକି ପାକିସ୍ତାନୀ ଏବଂ ଅଷ୍ଟ୍ରେଲୀୟ ଲେଖକମାନେ ମଧ୍ୟ ତାଙ୍କ ଦ୍ୱାରା ଗାଇଥିବା ସମସ୍ତ ଗୀତକୁ ସେ ନିଜ ସଂଗ୍ରହାଳୟରେ ସାଇତି ରଖିଛନ୍ତି। ସେ ନିଜ ବିଦ୍ୟାଳୟରେ ୬ଟି 'ଲତା ଭାଟିକା' ପ୍ରତିଷ୍ଠା କରିଛନ୍ତି, ଯେଉଁଠାରେ ସେ ମହାନ ଗାୟିକାଙ୍କ ସମ୍ମାନାର୍ଥେ ହଜାର ହଜାର ଗଛ ଲଗାଇଛନ୍ତି।

ଲତା ମଙ୍ଗେଶକରଙ୍କ ମୃତ୍ୟୁ ପରେ ଗୌରବ ଶର୍ମା ବର୍ତ୍ତମାନ ତାଙ୍କ ଘରକୁ ଲତାଙ୍କ ମ୍ୟୁଜିଅମ ରୂପେ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି।