/odisha-reporter/media/post_attachments/uploads/2020/02/vvvvv.jpg)
vvvvv
ନୂଆଦିଲ୍ଲୀ: ଆଜିକାଲି ସୋଶାଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେଉଛି। ଯଦି କିଛି ଭିଡ଼ିଓରେ ସ୍ୱତନ୍ତ୍ରତା ଅଛି ତେବେ କିଛି କ୍ଷଣ ମଧ୍ୟରେ ନେଟିଜେନ୍ ମାନେ ଭିଡିଓ ଶେଆର କରିଦେଉଛନ୍ତି। ନିକଟରେ ଠିକ୍ ସେମିତି ଏକ ନିଆରା ଏବଂ ସୁନ୍ଦର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜଣେ ୩ ବର୍ଷର କୁନି ଝିଅ ତା ବାପାଙ୍କ ସହ ଷ୍ଟେଜ୍ରେ ଗୀତ ଗାଇବା ପାଇଁ ଠିଆ ହୋଇଛି। କିନ୍ତୁ ସେ ତା ବାପାଙ୍କ ସହ ଗୀତ ଗାଇବାକୁ ନାରାଜ୍। ସେ କହୁଛି, ସେ ଏକା ଏକା ଗୀତ ଗାଇବ। ତେଣୁ ସେ ତା ବାପାଙ୍କୁ ଚୁପ୍ ରହିବାକୁ କହୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି।
କୁନି ଝିଅଟି ‘ରୋଜା’ ଫିଲ୍ମର ‘ଦିଲ୍ଲ ହୈ ଛୋଟା ସା’ ଗୀତ ଗାଉଛନ୍ତି। ଯଦିଓ ସେ ଗୀତକୁ ସ୍ପଷ୍ଟ ଭାବରେ ଗାଇ ପାରୁନାହାନ୍ତି ତଥାପି ସେ ଖନେଇ ଖନେଇ ଗୀତ ଟିକୁ ଗାଉଛନ୍ତି। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।
ଏହି ଭିଡ଼ିଓକୁ ଝିଅର ମାଆ ମେଘା ଅଗ୍ରୱାଲ୍ ଟ୍ୱିଟରରେ ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପସନ୍ରେ ଲେଖିଛନ୍ତି- ମୋ ୩ ବର୍ଷର ଝିଅ ତା ବାପାଙ୍କ ସହ ମିଶି ପ୍ରଥମ ଥର ଷ୍ଟେଜ୍ରେ ଗୀତ ଗାଇବାକୁ ଯାଉଛି। ଦୟାକରି ତାକୁ ଆଶୀର୍ବାଦ କରନ୍ତୁ।
ମେଘାଙ୍କର ଏହି ଭିଡ଼ିଓକୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।
ଏହି ଭିଡିଓରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ମା’ ସରସ୍ୱତୀଙ୍କର ଆଶୀର୍ବାଦ ତାଙ୍କ ଉପରେ ରହିଛି କହୁଥିବା ବେଳେ କିଛି ଲୋକ କୁନି ଝିଅର ଏପରି ଦକ୍ଷତା ପାଇଁ ଲକ୍ଷ ଲକ୍ଷ ଲାଇକ୍ ଦେବାକୁ ଇଚ୍ଛା ହେଉଛି ବୋଲି କହିଛନ୍ତି।
My 3+ year daughter and her father performing together for the first time. Please bless her 🙏#DilHainChotaSa@arrahman@anandmahindra@hvgoenka@SrBachchan@narendramodi@akshaykumar@mangeshkarlata@shreyaghoshal@Singer_kaushiki@ShekharRavjianipic.twitter.com/ZfvtingtTD
— Megha Agarwal (@Meghmadhav21) February 4, 2020
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
