mumbai-police
ମୁମ୍ବାଇ: ଦେବଦୂତ ସାଜି ମୃତ୍ୟୁ ମୁଖରୁ ବଞ୍ଚାଇଲେ କନଷ୍ଟେବଳ। ଚଳନ୍ତା ଟ୍ରେନ ଆଗରୁ ୬୦ ବର୍ଷୀୟ ଜଣେ ବୃଦ୍ଧଙ୍କୁ ପୁଲିସ ବାବୁ ଟାଣି ଆଣି, ଚାପୁଡା ଟିଏ ଦେଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଦହିସରା ରେଲୱେ ଷ୍ଟେସନରେ।
ଶୁକ୍ରବାର ନୂଆବର୍ଷ ଅବସରରେ ମୁମ୍ବାଇ ଦହିସରା ରେଲୱେ ଷ୍ଟେସନ ଟିକେ ଖାଁ ଖାଁ ଥିଲା। ଏହି ସମୟରେ ଟ୍ରାକରେ ଜଣେ ୬୦ ବର୍ଷୀୟ ବୃଦ୍ଧି ଫସି ଯାଇଥିଲେ। ରେଲୱେ ଟ୍ରାକରେ ବୃଦ୍ଧଙ୍କ କିଛି ଜିନିଷ ପଡିଯାଇଥିବା ବେଳେ ସେ ତାକୁ ଉଠାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସାମ୍ନା ପଟରୁ ଟ୍ରେନ ଆସିଥିଲା। ଏତିକି ବେଳେ ମହାରାଷ୍ଟ୍ର ରେଲୱେ ପୁଲିସର ଜଣେ କନଷ୍ଟେବଳ ଦୌଡି ଆସି ତାଙ୍କୁ ଉପରକୁ ଟାଣି ଆଣିଥିଲେ। ଏହାପରେ ବୃଦ୍ଧଙ୍କୁ ଚାପୁଡା ଟିଏ ମଧ୍ୟ ମାରିଥିଲେ। ଏହି ଘଟଣାର ପୁରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ମୃତ୍ୟୁ ମୁଖରୁ ୬୦ ବର୍ଷୀୟ ବୃଦ୍ଧଙ୍କୁ ବଞ୍ଚାଇବା ପରେ କନଷ୍ଟେବଳ ଜଣକ ତାଙ୍କୁ ସଚେତନ କରାଇବା ସହ ଘରେ ସୁରକ୍ଷିତ ଭାବ ପହଞ୍ଚାଇଛନ୍ତି। କନଷ୍ଟେବଳଙ୍କ ଏଭଳି ମହତ କାମ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/mumbai-police.jpg)