‘ଧାଡ଼ି ଦର୍ଶନ’କୁ ସ୍ୱାଗତ କଲେ ଅଧିକାଂଶ ଫେସ୍‌ବୁକ୍ ୟୁଜର

ଶୋସାଲ୍ ମିଡିଆ ଏବେ ସାଜିଛି ସାଧାରଣ ଲୋକଙ୍କ ସ୍ୱର। ସମସ୍ତେ ନିଜ ମତ ଏଠି ଖୋଲାଖୋଲି ଦେବାରେ ବାଧା ନାହିଁ। ଏହାକୁ ଆଧାର କରି ଓଡ଼ିଶାର ନମ୍ବର-୧ ନ୍ୟୁଜ୍‌ ପୋର୍ଟାଲ୍ ‘ଓଡ଼ିଶା ରିପୋର୍ଟର’ ଆରମ୍ଭ କରିଛି ‘ସୋଶାଲ୍ ମିଡିଆ ଜନମତ ସର୍ଭେ’। ରାଜ୍ୟରେ ବିବାଦୀୟ ହୋଇପଡ଼ିଥିବା ‘ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା’ ସଂପର୍କରେ ‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍ ୟୁଜର୍ସଙ୍କୁ ଆମେ ପଚାରିଥିଲୁ ଆମର ପ୍ରଥମ ପ୍ରଶ୍ନ। ଭୁବନେଶ୍ୱର (ଓଡିଶା ରିପୋର୍ଟର): ଶ୍ରୀମନ୍ଦିରକୁ ଭକ୍ତ ମାନେ ଧାଡ଼ିରେ ଯିବେ। […]

8

8

Amaresh Biswal
  • Published: Thursday, 04 October 2018
  • Updated: 04 October 2018, 10:05 PM IST

ଶୋସାଲ୍ ମିଡିଆ ଏବେ ସାଜିଛି ସାଧାରଣ ଲୋକଙ୍କ ସ୍ୱର। ସମସ୍ତେ ନିଜ ମତ ଏଠି ଖୋଲାଖୋଲି ଦେବାରେ ବାଧା ନାହିଁ। ଏହାକୁ ଆଧାର କରି ଓଡ଼ିଶାର ନମ୍ବର-୧ ନ୍ୟୁଜ୍‌ ପୋର୍ଟାଲ୍ ‘ଓଡ଼ିଶା ରିପୋର୍ଟର’ ଆରମ୍ଭ କରିଛି ‘ସୋଶାଲ୍ ମିଡିଆ ଜନମତ ସର୍ଭେ’। ରାଜ୍ୟରେ ବିବାଦୀୟ ହୋଇପଡ଼ିଥିବା ‘ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା’ ସଂପର୍କରେ ‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍ ୟୁଜର୍ସଙ୍କୁ ଆମେ ପଚାରିଥିଲୁ ଆମର ପ୍ରଥମ ପ୍ରଶ୍ନ।

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଶ୍ରୀମନ୍ଦିରକୁ ଭକ୍ତ ମାନେ ଧାଡ଼ିରେ ଯିବେ। ଶୃଙ୍ଖଳିତ ଉପାୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଶ୍ରୀମନ୍ଦ୍ରିର ପ୍ରଶାସନ ସ୍ୱୀକାର କରି ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିଛି। କିନ୍ତୁ ଏହାକୁ ନେଇ ସମଗ୍ର ପୁରୀ ସହରରେ ନିଆଁ ଜଳିବା ସହ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।

ପ୍ରକୃତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଠିକ୍ ନା ଭୁଲ୍? ଲୋକେ ଏହାକୁ ସ୍ୱାଗତ କରୁଛନ୍ତି ନା ନିନ୍ଦା କରୁଛନ୍ତି? ଏଭଳି ନିଷ୍ପତ୍ତି ଗ୍ରହଣ କରି ଶ୍ରୀମନ୍ଦିର ପ୍ରଶାସନ ଠିକ୍ ପଦକ୍ଷେପ ନେଇଛି କି? ଏହା ଜାଣିବା ପାଇଁ ଓଡିଶାର ଏକ ନମ୍ବର ୱେବ୍ ପୋର୍ଟାଲ 'ଓଡିଶା ରିପୋର୍ଟର.ଇନ୍' ସୋଶାଲ୍ ମିଡିଆରେ ଯେଉଁ ସର୍ଭେ କରିଥିଲା, ସେଥିରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ପ୍ରାୟ ୬୨% ଲୋକେ ଏହା ଠିକ୍ ବୋଲି କହିଛନ୍ତି। ଅକ୍ଟୋବର ୩ ରାତି ୮ ଟା ୪୫ ମିନିଟରେ ଏହି ସର୍ଭେ ଆରମ୍ଭ କରାଯାଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୮୩୫ ଜଣ ଏଥିରେ ନିଜର ପସନ୍ଦ ନାପସନ୍ଦ ଜଣାଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୨୦ ଜଣ ଏହା ଠିକ୍ ନିଷ୍ପତ୍ତି ବୋଲି କହିଛନ୍ତି। କେହି କେହି ଏହାକୁ ଅତ୍ୟନ୍ତ ଉତ୍ତମ ନିଷ୍ପତ୍ତି ଏବଂ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପାଳନ କରିବା ଉଚିତ ବୋଲି ନିଜ କମେଣ୍ଟରେ କହିଛନ୍ତି।

ଅର୍ଦ୍ଧାଧିକ ମତଦାତାଙ୍କର ଉତ୍ତର ଧାଡି ଦର୍ଶନ ସପକ୍ଷରେ ଥିବା ବେଳେ କେହି କେହି କହିଛନ୍ତି ପ୍ରକୃତ ପରିସ୍ଥିତି ଦେଖି ନଥିବା ଲୋକେ ଏଭଳି କହିବା ସ୍ୱାଭାବିକ। କିନ୍ତୁ ଯିଏ ଭୁକ୍ତଭୋଗୀ ସେ କେବେ ହେଲେ ଏହାକୁ ଗ୍ରହଣ କରିବ ନାହିଁ।

ଏହା ବିପକ୍ଷରେ ମତ ଦେଇ ବାବୁଲି ନାୟକ ନାମକ ଜଣେ ଫେସ୍‌ବୁକ୍ ୟୁଜର କହିଛନ୍ତି- 'ହଁ କହୁଥାଅ, ପୁରୀ ଯାଇ କିଛି ସମୟ ବୁଲି ଆସ, ତା ପରେ ଜାଣିବ ଘଟଣା କଣ।’ ଅନ୍ୟପକ୍ଷରେ ଭାଗ୍ୟବତୀ ପାତ୍ର ନାମ୍ନୀ ମହିଳା କହିଛନ୍ତି- ‘ଅନ୍ତତଃ ଠେଲାପେଲାରୁ ତ ମୁକ୍ତି ମିଳିବ।’

ଅଧିକାଂଶ ମତଦାତା କେବଳ ହଁ ଏବଂ ନାଁରେ ଉତ୍ତର ରଖିଛନ୍ତି। ତେବେ ଏହି ମତଦାନ ପ୍ରକ୍ରିୟା ୫ ଦିନ ପାଇଁ ରଖାଯାଇଥିବାରୁ ଆଗକୁ ସମର୍ଥନ/ବିରୋଧର ପରିସଂଖ୍ୟାନ ବଦଳିଯାଇପାରେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos